ନିୟମ ଭଙ୍ଗ କରି ଗିରଫ ହେଲେ ୧୪ କାଉଡିଆ

ଗିରଫ ହେଲେ ୧୪ କାଉଡିଆ

ନୂଆଦିଲ୍ଲୀ: କରୋନା ଭାଇରସର ମହାସଙ୍କଟ ସମୟରେ କାଉଡିଆ ଯାତ୍ରାକୁ ସରକାର ଅନୁମତି ଦେଇ ନାହାନ୍ତି। ଉତ୍ତରାଖଣ୍ଡ ସରକାର ବି କାଉଡିଆଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଇଛନ୍ତି। ଏହା ସତ୍ତ୍ୱେ ବି କିଛି କାଉଡିଆ ଚଖମା ଦେଇ ପୌରୀ ଘାଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ। ଯାହାଙ୍କୁ ପୁଲିସ ଗିରଫ କରିଛି। ସୋମବାର ଥିବାରୁ ହରିଦ୍ବାରର ହର କି ପୌରୀ ଘାଟ ପର୍ଯ୍ୟନ୍ତ ପହଞ୍ଚି ୧୪ଜଣ କାଉଡିଆ ଗୋରୁଆ ରଙ୍ଗର ବସ୍ତ୍ର ପିନ୍ଧିଥିବା ବେଳେ ‘ବମ-ବମ ଭୋଲେ’ର ନାରା ଦେଇଥିଲେ। ଏହାପରେ ପୁଲିସ ସମସ୍ତଙ୍କୁ ଗିରଫ କରି ନେଇଛି। ଏହି ୧୪ଜଣଙ୍କ ବ୍ୟତୀତ ପୁଲିସ ଆଉ ଦୁଇଜଣ ଦୋକାନୀଙ୍କୁ ବି ଗିରଫ କରିଛି। ଯେଉଁମାନେ କି କାଉଡିଆ ଯାତ୍ରା ସହିତ ଜଡ଼ିତ ଥିବା ସାମଗ୍ରୀ ବିକୁଥିଲେ। ଗିରଫ କରାଯାଇଥିବା କାଉଡିଆଙ୍କୁ କ୍ବାରେଣ୍ଟାଇନ କରାଯାଇଛି। ତୃତୀୟ ଲହରକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ବିଶେଷ ଭାବେ କାଉଡିଆ ଯାତ୍ରା ଉପରେ ରୋକ ଲଗାଇଥିଲେ। ଗିରଫ ହୋଇଥିବା ସମସ୍ତ କାଉଡିଆ ହରିୟାଣାର ସୋନିପତରେ ବସବାସ କରୁଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ଛତିଶଗଡ କଂଗ୍ରେସ ବିଧାୟକ ଆଣିଲେ ସଂଗୀନ ଅଭିଯୋଗ

Mon Jul 26 , 2021
ସ୍ୱାସ୍ଥ୍ୟ ମନ୍ତ୍ରୀ ମୋ ସହ ୪ରୁ ୫ ଜଣ ବିଧାୟକଙ୍କୁ ହତ୍ୟା କରିବାର ଷଡଯନ୍ତ୍ର କରୁଛନ୍ତି ରାୟପୁର: ଛତିଶଗଡ ଏପରି ଏକ ରାଜ୍ୟ ଯେଉଁଠାରେ କଂଗ୍ରେସ ୯୦ ଟି ବିଧାନସଭା ଆସନ ମଧ୍ୟରୁ ୭୦ ଟି ଦଖଲ କରିଛି। ସମଗ୍ର ଦେଶରେ ଯଦି କଂଗ୍ରେସ ସବୁଠାରୁ ଶକ୍ତିଶାଳୀ କେଉଁଠାରେ ଦେଖାଯାଏ, ତେବେ ଏହି ରାଜ୍ୟର ନାମ ହେଉଛି ଛତିଶଗଡ। ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ପଞ୍ଜାବ ଭଳି ଛତିଶଗଡ଼ରେ […]
କଂଗ୍ରେସ ବିଧାୟକ ଆଣିଲେ ସଂଗୀନ ଅଭିଯୋଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial