ସହିଦ ସପ୍ତାହରେ ହାର୍ଡକୋର ମାଓବାଦୀ ଗିରଫ

ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ଜଣେ ହାର୍ଡକୋର ମାଓବାଦୀ ଗିରଫ ହୋଇଛି। ସହିଦ ସପ୍ତାହ ବେଳେ ପୁଲିସକୁ ମିଳିଛି ଏକ ବଡ ସଫଳତା। ଗିରଫ ହୋଇଥିବା ମାଓବାଦୀ ଜଣକ ହେଲା ହନ୍ଦା କର୍ରା ମାଣ୍ଡବୀ। ଗରିଫ ମାଓବାଦୀ କଟେକଲ୍ୟାଣ ଏରିଆ କମିଟିର କମାଣ୍ଡର ଭାବେ କାମ କରୁଥିଲା। ଗତ ୧୮ ବର୍ଷ ଧରି ସେ ମାଓ ସଂଗଠନରେ ସକ୍ରିୟ ଭାବେ କାମ କରୁଥିଲା। ବିଶେଷ ସୂତ୍ରରୁ ଖବର ପାଇ ଡିଆରଜି ଯବାନ ଏବଂ ପୁଲିସ ଜିୟାକୋଡତା ଏବଂ ଡଙ୍ଗରିପାରା ନିକଟସ୍ଥ ଜଙ୍ଗଲରେ ଚଳାଉ କରିଥିଲେ। ଜଙ୍ଗଲରେ ଯବାନ କମ୍ବିଂ ଅପରେସନ୍‌ କରୁଥିବା ବେଳେ ହାନ୍ଦା କର୍ରା ମାଣ୍ଡବି ପୁଲିସକୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରିଥିଲା। ତେବେ ଜଙ୍ଗଲରେ ଚାରିପଟୁ ଘେରି ନକ୍ସଲକୁ ଗିରଫ କରାଯାଇଥିଲା। ସରକାର ଏହି ନକ୍ସଲ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

Share Now:

Kalinga News Beuro

Next Post

ସୋନିଆଙ୍କୁ ଭେଟିଲେ ମମତା ବାନାର୍ଜୀ

Wed Jul 28 , 2021
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ତାଙ୍କର ପାଞ୍ଚ ଦିନିଆ ଦିଲ୍ଲୀ ଗସ୍ତର ତୃତୀୟ ଦିନରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ତେବେ ମମତା ସୋନିଆଙ୍କୁ ଏମିତି ସମୟରେ ଭେଟିଛନ୍ତି ଯେତେବେଳେ ବିରୋଧୀ ଦଳର ଏକତା ଉପରେ ନିରନ୍ତର ଆଲୋଚନା ଚାଲିଛି। ପେଗାସସ୍, କୃଷି ଆଇନ ଏବଂ ମୁଦ୍ରାସ୍ଫୀତି ପ୍ରସଙ୍ଗରେ ସଂସଦ ଅଚଳ ଥିବାବେଳେ ଆଜି ସୋନିଆ ଗାନ୍ଧୀଙ୍କୁ ଭେଟିବା ପୂର୍ବରୁ ମମତା ବିରୋଧୀ ଦଳମାନଙ୍କୁ ଏକଜୁଟ […]
ସୋନିଆଙ୍କୁ ଭେଟିଲେ ମମତା ବାନାର୍ଜୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial