ଆଜି ଭୁବନେଶ୍ୱରରୁ ୩୫୩ କରୋନା ଆକ୍ରାନ୍ତ ଚିହ୍ନଟ: ୨୫୩ ସୁସ୍ଥ

ଆଜି ଭୁବନେଶ୍ୱରରୁ ୩୫୩ କରୋନା

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି କରୋନା ସଂକ୍ରମଣ ସାମାନ୍ୟ ବଢ଼ିଥିବା ଦେଖାଯାଇଛି। ଗତକଲି ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଥିବା ବେଳେ ଆଜି ଏହି ସଂଖ୍ୟା ବଢ଼ିଛି। ଗତକାଲି ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨ ଥିବା ବେଳେ ଆଜି ଏହି ସଂଖ୍ୟା ବଢ଼ିଛି ଏବଂ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ିଛି। ଆଜି ଭୁବନେଶ୍ୱରରୁ ୩୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଆଜି ଭୁବନେଶ୍ୱରରୁ ୨୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୫୩ ମଧ୍ୟରୁ ସଙ୍ଗରୋଧ ୭୯ ଓ ସ୍ଥାନୀୟ ଅଞ୍ଚଳରୁ ୨୭୪ ଜଣ ସଂକ୍ରମିତ ଅଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି।
କରୋନାର ୨ୟ ଲହର ଆସିବା ପରେ ଭୁବନେଶ୍ୱରରେ ଏଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ୯୯ ହଜାର ୧୨୦ରେ ପହଞ୍ଚିଛି। ଏଥିରୁ ୯୬,୧୪୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭୯୩ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ରାଜଧାନୀର ବିଭିନ୍ନ କୋଭିଡ ହସ୍ପିଟାଲ ସମେତ ଘରୋଇ ସଙ୍ଗରୋଧରେ ୨୧୫୮ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

Share Now:

Kalinga News Beuro

Next Post

ରାଉରକେଲା ଷ୍ଟେସନରୁ ପୁଣି ୫ ଜଣ ନାବାଳକ ଉଦ୍ଧାର

Thu Jul 29 , 2021
ରାଉରକେଲା: ରାଉରକେଲା ରେଲୱେ ଷ୍ଟେସନ୍‌ରୁ ଆଜି ପୁଣି ୫ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ସିଭିଲ ଡିଫେନ୍ସ କଂପାନି କମାଣ୍ଡର ଶୁଭେନ୍ଦୁ ପଣ୍ଡାଙ୍କର ନେତୃତ୍ୱରେ ନାବାଳକମାନେ ଦିନ ଗୋଟାଏ ସମୟରେ ଉଦ୍ଧାର ହୋଇଛନ୍ତି। ସେମାନଙ୍କୁ ପଚାରାଯିବାରୁ କିଛି ସଠିକ ଉତ୍ତର ଦେଇପାରିନଥିବା ନାବାଳକ ମାନଙ୍କୁ ରେଲୱେ ପୁଲିସ ଓ ଚାଇଲଡ଼ ଲାଇନ କର୍ମଚାରୀଙ୍କୁ ଡକାଯାଇ ହସ୍ତାନ୍ତର କରାଯାଇଥିଲା। ଏମାନଙ୍କ ବୟସ ୧୭ ବର୍ଷରୁ କମ ଥିବା ଜଣା ପଡିଛି ଓ […]
ପୁଣି ୫ ଜଣ ନାବାଳକ ଉଦ୍ଧାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial