ଭାରତୀୟ କ୍ରିକେଟ ଦଳକୁ କରୋନା କାଳ : ୟୁଜବେନ୍ଦ୍ର ଚହଲ ଓ କେ.ଗୌତମ କରୋନା ପଜିଟିଭ୍

ଭାରତୀୟ କ୍ରିକେଟ ଦଳକୁ କରୋନା

ନୂଆଦିଲ୍ଲୀ: ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ଉପରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି। କୄନ୍ୟାଳ ପାଣ୍ଡ୍ୟାଙ୍କ ପରେ ଏବେ ଆଉ ଦୁଇ ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ମିଳିଛି। ଏହି ଦୁଇ ଖେଳାଳି ହେଲେ, ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଓ କେ.ଗୌତମ। ତେବେ ଭାରତୀୟ ଟିମରେ ଆଉ ଦୁଇ ଖେଳାଳି ପଜିଟିଭ୍ ଚିହ୍ନଟ ହେବା ଏବେ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି। ଗତ ଜୁଲାଇ ୨୭ ତାରିଖରେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର କୄନ୍ୟାଳ ପାଣ୍ଡ୍ୟା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ହଠାତ୍ ଦ୍ୱିତୀୟ ଟି-୨୦କୁ ଗୋଟିଏ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଥିଲା। ତା ସହିତ ଦଳର ୭ ଜଣ ଖେଳାଳି ପାଣ୍ଡ୍ୟାଙ୍କ ସଂସ୍ପର୍ଶରେ ଆସିଥିବା ହେତୁ ଦ୍ବିତୀୟ ଓ ତୃତୀୟ ଟି-୨୦ରୁ ବାଦ ପଡିଥିଲେ। ଆଉ ଏବେ ୟୁଜବେନ୍ଦ୍ର ଚହଲ ଓ କେ.ଗୌତମ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି।

Share Now:

Kalinga News Beuro

Next Post

ବିବାହିତା ମହିଳାଙ୍କ ସୁନାଗହଣା ଧରି ପ୍ରେମିକ ଚମ୍ପଟ୍

Fri Jul 30 , 2021
୪ବର୍ଷ ଲିଭ୍-ଇନ,ଗର୍ଭପାତ ଓ ଶେଷରେ ଧୋକା ଭୁବନେଶ୍ବର : ଜଣେ ମହିଳାଙ୍କ ସହ ୪ବର୍ଷ ଲିଭ୍ଇନ୍‌ରେ ରହିବାପରେ ବାହା ହେବ କହି ତାଙ୍କଠାରୁ ସୁନାଗହଣା ନେଇ ଚମ୍ପଟ ମାରିଛି ଧୂର୍ତ୍ତ ପ୍ରେମିକ। ଏହା ସହିତ ବିବାହ କରିବାକୁ ହେଲେ ଗର୍ଭପାତ କରିବାକୁ ହେବ କହି ତାଙ୍କୁ ଧୋକା ଦେଇଛି। ଏଭଳି ପ୍ରତାରଣାର ଶିକାର ହେବା ପରେ ମହିଳା ଜଣକ ଆଜି ନୂଆପଲ୍ଲୀ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗକାରିଣୀ ସ୍ବର୍ଣ୍ଣଲତା ପ୍ରଧାନ(୨୯) […]
ମହିଳାଙ୍କ ସୁନାଗହଣା ଧରି ପ୍ରେମିକ ଚମ୍ପଟ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial