ଭାରତ ପାଇଁ ଗୌରବ : ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଲେ ପିଭି ସିନ୍ଧୁ

ବ୍ରୋଞ୍ଜ ପଦକ ଜିତିଲେ ପିଭି ସିନ୍ଧୁ

ଟୋକିଓ: ଟୋକିଓରେ ଭାରତର ଟେକ ରଖିଲେ ପିଭି ସିନ୍ଧୁ। ଦେଶ ପାଇଁ ଆଣିଲେ ବ୍ରୋଞ୍ଜ ପଦକ। ଅଲିମ୍ପିକ୍ସରୁ ଆଜି ଭାରତ ପାଇଁ ଆସିଛି ଖୁସି ଖବର। ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ଜିତିଲେ ବ୍ରୋଞ୍ଜ ପଦକ। ଆଜି ଖେଳାଯାଇଥିବା ଦମଦାର ଟକ୍କରରେ ସିନ୍ଧୁ ଚାଇନାର ହେ ସେ ବିଙ୍ଗିଆଓଙ୍କୁ ଦୁଇଟି ସେଟରେ ପରାସ୍ତ କରି ଦେଶ ପାଇଁ ଆଣିଛନ୍ତି ମେଡାଲ। ତେବେ ଗତକାଲି ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ ସେମିଫାଇନାଲରେ ପରାଜିତ ହୋଇଥିଲେ ପିଭି ସିନ୍ଧୁ। ବିଶ୍ୱର ୧ ନମ୍ବର ବ୍ୟାଡମିଣ୍ଟନ ତାରକା ଚୀନର ତାଇ ଜୁ-ୟିଙ୍ଗଙ୍କଠାରୁ ପରାସ୍ତ ହୋଇଥିଲେ ସିନ୍ଧୁ। ଦମଦାର ସେମିଫାଇନାଲ୍ ଟକ୍କରରେ ପ୍ରଥମରୁ ଜବରଦସ୍ତ ପ୍ରଦର୍ଶନ କରିଥିଲେ ସିନ୍ଧୁ। ପ୍ରଥମ ସେଟରେ ଆଗୁଆ ୧୮ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଶେଷରେ ଚମତ୍କାର ପ୍ରଦର୍ଶନ କରି ଜିତିନେଇଥିଲେ ଚୀନର ତାଇ ଜୁ-ୟିଙ୍ଗ। ୧୮-୨୧, ୧୧-୨୧ ଦୁଇଟି ସେଟରେ ପରାଜୟ ହୋଇଥିଲେ ସିନ୍ଧୁ।

Share Now:

Kalinga News Beuro

Next Post

ଦିଲ୍ଲୀରେ ଲଗାଣ ବର୍ଷା : ବଢ଼ିଲା ଯମୁନାର ଜଳସ୍ତର

Sun Aug 1 , 2021
୧୦୦ରୁ ଅଧିକ ପରିବାରଙ୍କୁ କରାଗଲା ସ୍ଥାନାନ୍ତର ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଯମୁନାର ଜଳ ସ୍ତର ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଯମୁନାର ବିପଦ ସଂକେତ ୨୦୫.୩୩ ମିଟର ଥିବାବେଳେ ଆଜି ଦିନ ୧୧ଟା ସୁଦ୍ଧା ଜଳସ୍ତର ୨୦୫.୩୨ ମିଟର ରେକର୍ଡ କରାଯାଇଛି। ଜଳସ୍ତର ବୃଦ୍ଧି ପଛର ମୁଖ୍ୟ କାରଣ ହେଉଛି ଯେ ଦିଲ୍ଲୀ-ଏନସିଆରରେ ଲଗାଣ ବର୍ଷା ଲାଗିରହିଛି। ଅଧିକାରୀଙ୍କ କହିବାନୁସାରେ, ଯମୁନାର ଜଳସ୍ତର ବଢ଼ୁଥିବାରୁ […]
ବଢ଼ିଲା ଯମୁନାର ଜଳସ୍ତର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial