ଦିଲ୍ଲୀରେ ଲଗାଣ ବର୍ଷା : ବଢ଼ିଲା ଯମୁନାର ଜଳସ୍ତର

ବଢ଼ିଲା ଯମୁନାର ଜଳସ୍ତର

୧୦୦ରୁ ଅଧିକ ପରିବାରଙ୍କୁ କରାଗଲା ସ୍ଥାନାନ୍ତର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଯମୁନାର ଜଳ ସ୍ତର ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଯମୁନାର ବିପଦ ସଂକେତ ୨୦୫.୩୩ ମିଟର ଥିବାବେଳେ ଆଜି ଦିନ ୧୧ଟା ସୁଦ୍ଧା ଜଳସ୍ତର ୨୦୫.୩୨ ମିଟର ରେକର୍ଡ କରାଯାଇଛି। ଜଳସ୍ତର ବୃଦ୍ଧି ପଛର ମୁଖ୍ୟ କାରଣ ହେଉଛି ଯେ ଦିଲ୍ଲୀ-ଏନସିଆରରେ ଲଗାଣ ବର୍ଷା ଲାଗିରହିଛି। ଅଧିକାରୀଙ୍କ କହିବାନୁସାରେ, ଯମୁନାର ଜଳସ୍ତର ବଢ଼ୁଥିବାରୁ ନିମ୍ନ ଅଞ୍ଚଳରେ ବାସ କରୁଥିବା ୧୦୦ରୁ ଅଧିକ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ଜଳସ୍ତର ୨୦୪.୫୦ ମିଟରରେ ପହଞ୍ଚିଥିବାବେଳେ ଶନିବାର ଦିନ ଜଳସ୍ତର ୨୦୫.୩୩ ରେ ପହଞ୍ଚିଥିଲା। ସେହିପରି ଦିଲ୍ଲୀ ପ୍ରଶାସନ ପକ୍ଷରୁ ଖଦର ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିଛି। ଅଗ୍ନିଶମ ବାହିନୀ, ନଗର ନିଗମ ଏବଂ ସ୍ୱାସ୍ଥ୍ୟ ବିଭାଗର ଦଳମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।

Share Now:

Kalinga News Beuro

Next Post

ଜାପାନରେ ବଢ଼ୁଛି କରୋନା ସଂକ୍ରମଣ: ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ସରକାର

Sun Aug 1 , 2021
ଟୋକିଓ: ଜାପାନରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। ହଠାତ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ସରକାର। ଟୋକିଓ, ସୈତାମା, ଚିବା, କାନାଗାମା, ଓସାକା ଏବଂ ଓକିନାୱାରାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଟୋକିଓରେ ଅଲିମ୍ପିକ୍ସ ଚାଲିଥିବାରୁ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ କ୍ରୀଡାବିତ୍ ଏକାଠି ହୋଇଛନ୍ତି। ପୂର୍ବରୁ ଟୋକିଓରେ ସଂକ୍ରମଣ କମ ଥିବା ବେଳେ ଏବେ ଅଲିମ୍ପିକ୍ସ ଆରମ୍ଭ ହେବା ପରଠାରୁ […]
ଜାପାନରେ ବଢ଼ୁଛି କରୋନା ସଂକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial