ଭିନ୍ନ ଜାତିରେ ବାହା ହେବାରୁ ୨୫.୬୦ ଲକ୍ଷ ଟଙ୍କା ଜରିମାନା

ଅନ୍ୟ ଜାତିରେ ବାହା ହେବାରୁ ଜରିମାନା

ଆନନ୍ଦପୁର : ଅନ୍ୟ ଜାତିର ଝିଅକୁ ବିବାହ କରିବାରୁ ଜଣେ ଯୁବକଙ୍କୁ ଗ୍ରାମସଭାରେ ୨୫ ଲକ୍ଷ ୬୦ ହଜାର ଟଙ୍କା ଜରିମାନା କରାଯାଇଛି। ଏହାଛଡ଼ା ତାଙ୍କୁ ନିଆଁପାଣି ବାସନ୍ଦ କରାଯାଇଛି। ଏଭଳି ଘଟଣା ଘଟିଛି ଘସିପୁରା ବ୍ଲକ୍‌ ଖାଳିଆମେଣ୍ଟା ପଞ୍ଚାୟତ ନିଆଳିଝରଣ ଗ୍ରାମରେ। ପ୍ରାପ୍ତ ସୂଚନା ଅନୁସାରେ, ଏହି ଗ୍ରାମର ମହେଶ୍ବର ବାସ୍କେ ନିକଟସ୍ଥ ନାଗାଡ଼ାହି ଗ୍ରାମର ଜଣେ ଯୁବତୀଙ୍କୁ ୬ ମାସ ତଳେ ବିବାହ କରିଥିଲେ। ଯୁବତୀ ଜଣଙ୍କ ଭିନ୍ନ ଜାତିର ହୋଇଥିବାରୁ ଉଭୟ ବିବାହ ପରେ ବାହାରେ ରହୁଥିଲେ। ଏବେ ସେମାନେ ଘରକୁ ଫେରିଛନ୍ତି। ଗ୍ରାମବାସୀ ସଭା କରି ତାଙ୍କ ପରିବାରକୁ ନିଆଁପାଣି ବାସନ୍ଦ କରିବା ସହ ୨୫ ଲକ୍ଷ ୬୦ ହଜାର ଟଙ୍କା ଜରିମାନା କରିଛନ୍ତି। ଯାହା ଭରଣା କରିବା ମହେଶ୍ବରଙ୍କ ପକ୍ଷରେ ସମ୍ଭବ ‌ନୁହେଁ। ତେଣୁ ଏବେ ମହେଶ୍ବର ସ୍ତ୍ରୀ ଏବଂ ମା’ଙ୍କୁ ନେଇ ଗାଁ ଛାଡ଼ି ଗୌଡ଼ସିଂହାସ୍ଥିତ ମାମୁଘରେ ଆଶ୍ରୟ ନେଇଛନ୍ତି। ଏନେଇ ଥାନା ଅଧିକାରୀ ମନୋରଞ୍ଜନ ବିଶିଙ୍କୁ ପଚାରିବାରୁ, ଥାନାରେ କୌଣସି ଅଭିଯୋଗ ହୋଇନି। ଯୁବତୀଙ୍କ ଭାଇ ଏ ସମ୍ପର୍କରେ ଆନନ୍ଦପୁର କୋର୍ଟରେ ମାମଲା ଦାଏର କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ସେ କହିଛନ୍ତି।

Share Now:

Kalinga News Beuro

Next Post

ଶ୍ରୀମନ୍ଦିର ନୂଆ ପରିଚାଳନା କମିଟି ଗଠନକୁ ଭୁଲିଯାଇଛନ୍ତି କି ସରକାର ?

Mon Aug 2 , 2021
ପୁରୀ : ଶ୍ରୀମନ୍ଦିର ପରିଚାଳନାରେ ପରିଚାଳନା କମିଟିର ପ୍ରମୁଖ ଭୂମିକା ରହିଛି। ଶ୍ରୀମନ୍ଦିର ବିକାଶ କଥା ହେଉ କି ସେବାୟତ କଲ୍ୟାଣ ଅବା ନୀତିକାନ୍ତି, ଶୃଙ୍ଖଳା, ସବୁକ୍ଷେତ୍ରରେ ପରିଚାଳନା କମିଟିର ଅନୁମୋଦନ ଆବଶ୍ୟକ ରହିଥିବାବେଳେ ନୂଆ ପରିଚାଳନା କମିଟି ଗଠନ ତଥା ଚୟନରେ ବିଳମ୍ବ ଏଥିରେ ପ୍ରତିବନ୍ଧକ ସାଜିଛି। ୫ ମାସ ତଳୁ ପୁରୁଣା ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାଳ ଶେଷ ହୋଇଥିଲେ ବି ନୂଆ କମିଟି ଗଠନରେ ତତ୍ପରତା […]
ଶ୍ରୀମନ୍ଦିର ନୂଆ ପରିଚାଳନା କମିଟି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial