କେରଳ ଓ ମହାରାଷ୍ଟ୍ରରେ ବ୍ୟାପୁଛି ଜିକା ଭାଇରସ୍

କେରଳ ଓ ମହାରାଷ୍ଟ୍ରରେ ବ୍ୟାପୁଛି ଜିକା ଭାଇରସ୍

ମୁମ୍ବାଇ: ମହାରାଷ୍ଟ୍ରରେ ପ୍ରଥମ ଜିକା ଭାଇରସ ସଂକ୍ରମଣ ମାମଲା ପୁଣେ ଜିଲ୍ଲାରେ ଦେଖା ଦେଇଛି ବୋଲି ଅଧିକାରୀମାନେ ଶନିବାର କହିଛନ୍ତି ଏବଂ ଲୋକେ ଭୟଭୀତ ନ ହେବାକୁ ନିବେଦନ କରିଛନ୍ତି। ଏହି ରୋଗରେ ଆକ୍ରାନ୍ତ ହୋଇଥିବା ମହିଳା ରୋଗୀ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି ଏବଂ ତାଙ୍କ ପରିବାର ସଦସ୍ୟଙ୍କର କୌଣସି ଲକ୍ଷଣ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି। ପୁରନ୍ଦର ତହସିଲ ବେଲସର ଗାଁର ୫୦ ବର୍ଷ ବୟସ୍କା ମହିଳା ଏହି ସଂକ୍ରମଣର ଶିକାର ହୋଇଥିଲେ। ଅପରପକ୍ଷେ କେରଳରେ ଜିକା ଭାଇରସ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି, ଯେଉଁଠାରେ ଶନିବାର ଜଣେ ନାବାଳିକାଙ୍କ ସମେତ ଆଉ ଦୁଇଜଣ ଲୋକ ଏହି ସଂକ୍ରମିତ ହୋଇଥିବା ଜଣାପଡିଛି। ଫଳରେ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୬୩କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି। ଜିକା ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ କୋଭିଡ୍‌-୧୯ ରୋଗ ସୃଷ୍ଟି କରୁଥିବା ସାର୍ସ-କୋଭ୍-୨ ସଂକ୍ରମଣ ଭଳି ଲକ୍ଷଣ ପ୍ରକାଶ ପାଏ। ତେଣୁ ଏହି ରୋଗ ନିର୍ଣ୍ଣୟ କରିବା କଷ୍ଟକର ବୋଲି ବିଶେଷଜ୍ଞମାନେ ଚଳିତ ବର୍ଷ ଏପ୍ରିଲରେ ମେଡିକାଲ ଭାଇରୋଲୋଜି ପତ୍ରିକାରେ ଲେଖିଛନ୍ତି। ଅବଶ୍ୟ ଉଭୟର ଭେକ୍ଟର, ଟ୍ରାନ୍ସମିସନ ଏବଂ ଏପିଡେମୋଲୋଜି ଭିନ୍ନ। ଏଡିସ୍ ଇଜିପ୍ଟି ମଶା କାମୁଡ଼ିବା ଦ୍ବାରା ଜିକା ସଂକ୍ରମଣ ହୁଏ, ଯେଉଁ ମଶା ଡେଙ୍ଗୁ ଓ ଚିକୁନ୍‌ଗୁନିଆ ସଂକ୍ରମଣ ପାଇଁ ମଧ୍ୟ ଦାୟୀ। ଜିକା ଭୂତାଣୁ ସଂକ୍ରମଣର ଲକ୍ଷଣ ମଧ୍ୟରେ ଅଛି ଜ୍ୱର, ଚର୍ମରେ ଦାଗ, ମାଂସପେଶୀ ଓ ଗଣ୍ଠି ଯନ୍ତ୍ରଣା, ମୁଣ୍ଡବିନ୍ଧା ଆଦି। ଡେଙ୍ଗୁ ଭଳି ଅନ୍ୟ ରୋଗରେ ବି ଅନୁରୂପ ଲକ୍ଷଣ ପ୍ରକାଶ ପାଇଥାଏ। ଲକ୍ଷଣଗୁଡ଼ିକ ସାଧାରଣତଃ ସାମାନ୍ୟ ଏବଂ ୨ରୁ ୭ ଦିନ ପର୍ଯ୍ୟନ୍ତ ରହିଥାଏ। ଚାରିଜଣ ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ କେବଳ ଜଣଙ୍କଠାରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଏ। ସାଧାରଣତଃ ଗର୍ଭବତୀ ମହିଳାଙ୍କ ବ୍ୟତୀତ ଅନ୍ୟ କାହା ପାଇଁ ଏହି ଭୂତାଣୁ ବିପଜ୍ଜନକ ବୋଲି ବିବେଚନା କରାଯାଏ ନାହିଁ।

Share Now:

Kalinga News Beuro

Next Post

୨୯ ରାଷ୍ଟ୍ରରେ ଡେଲ୍‌ଟା ପାଇଁ ଅକ୍ସିଜେନ୍‌ ସଙ୍କଟ

Mon Aug 2 , 2021
ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଡେଲ୍‌ଟା ପ୍ରଜାତି ପାଇଁ ଏବେ ବିଶ୍ବବ୍ୟାପୀ ସଂକ୍ରମଣ କ୍ଷିପ୍ର ଗତିରେ ବଢ଼ୁଛି। ଏ ପର୍ଯ୍ୟନ୍ତ ୧୩୨ ରାଷ୍ଟ୍ରରେ ଡେଲ୍‌ଟା ସଂକ୍ରମଣ ବ୍ୟପି ସାରିଛି। ବିଶ୍ବବ୍ୟାପୀ ସଂକ୍ରମଣର ନୂଆ ଲହରକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଉଦ୍‌ବେଗ ପ୍ରକାଶ କରିଛି। ଡେଲ୍‌ଟାକୁ ନେଇ କେତେକ ରାଷ୍ଟ୍ରରେ ସ୍ଥିତି ଭୟଙ୍କର ରୂପ ନେଇଛି ଏବଂ ୨୯ଟି ରାଷ୍ଟ୍ରରେ ଅକ୍ସିଜେନ ସଙ୍କଟ ଦେଖାଦେଇଛି। ଅନେକ ରାଷ୍ଟ୍ରରେ ସ୍ବାସ୍ଥ୍ୟକର୍ମୀଙ୍କ ପାଖରେ […]
ଡେଲ୍‌ଟା ପାଇଁ ଅକ୍ସିଜେନ୍‌ ସଙ୍କଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial