ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କଲେ ରେସଲର ରବି ଦହିଆ

ଫାଇନାଲରେ ପହଁଚିଲେ ରେସଲର ରବି ଦହିଆ

ଟୋକିଓ: ରେସଲର ରବି ଦହିଆ ଟୋକିଓ ଅଲିମ୍ପିକର ୫୭ କିଲୋଗ୍ରାମ ବର୍ଗର ସେମିଫାଇନାଲ ମ୍ୟାଚରେ ଜିତି ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ରବି କାଜାଖୀସ୍ଥାନର ରେସଲର ସାନାୟେଭ ନୁରିସଲାମଙ୍କୁ ହରାଇ ଭାରତ ପାଇଁ ସ୍ବର୍ଣ୍ଣ କିମ୍ବା ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି। ସୂଚନା ମୁତାବକ ଭାରତୀୟ ରେସଲର ରବି କୁମାର ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛନ୍ତି। ସେ ପୁରୁଷ ଫ୍ରିଷ୍ଟାଇଲ୍ ୫୭ କିଲୋଗ୍ରାମ ବର୍ଗରେ ଫାଇନାଲରେ ପ୍ରବେଶ କରିଛନ୍ତି।
ରବି ସେମିଫାଇନାଲରେ କାଜାଖସ୍ତାନର ରେସଲର ସାନାୟେଭ ନୁରିସଲାମଙ୍କୁ ପରାସ୍ତ କରିଛନ୍ତି। ଆରମ୍ଭରୁ ରବି କୁମାର ୫-୯ରେ ପଛରେ ଥିଲେ ବି -ପରେ ସେ ଦୃଢ ମୁକାବିଲା କରିଥିଲେ। ଏହି ବିଜୟ ସହିତ ସେ ଏକ ପଦକ ନିଶ୍ଚିତ କରିଛନ୍ତି। ରବି କୁମାର ହେଉଛନ୍ତି ଭାରତର ପଞ୍ଚମ ରେସଲର ଯିଏକି ଅଲିମ୍ପିକ୍ସରେ ରୌପ୍ୟ ପଦକ ପାଇବେ। ତାଙ୍କ ପୂର୍ବରୁ କେ.ଡି ଯାଦବ, ସୁଶୀଲ କୁମାର, ଯୋଗେଶ୍ୱର ଦତ୍ତ ଏବଂ ସାକ୍ଷୀ ମଲିକ ଅଲିମ୍ପିକ୍ କୁସ୍ତିରେ ଭାରତ ପାଇଁ ପଦକ ଜିତିଛନ୍ତି।

Share Now:

Kalinga News Beuro

Next Post

ବିଶ୍ବରେ ୨୦ କୋଟି ଟପିଲା କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା

Wed Aug 4 , 2021
ନୂଆଦିଲ୍ଲୀ: ଆଜି ‘ୱାର୍ଲଡୋମିଟର୍‌’ରୁ ପ୍ରାପ୍ତ ତଥ୍ୟାବଳି ଅନୁସାରେ, ସମଗ୍ର ବିଶ୍ବରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦,୨୬୪,୩୫୬ରେ ପହଞ୍ଚିଛି। ଏଥିରୁ ୧୮୦,୫୩୧,୪୫୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪,୨୫୮,୬୯୩ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ୩୬,୦୪୯,୦୧୫ଜଣ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକା କରୋନାଭାଇରସ୍‌ ସଂକ୍ରମଣ ମାମଲାରେ ବିଶ୍ବର ସର୍ବାଗ୍ରେ ରହିଛି। ସେମାନଙ୍କ ମଧ୍ୟରୁ ୨୯,୭୫୬,୫୮୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୬୩୦,୪୯୭ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଯାଇଛି। ଏବେ ଆମେରିକାରେ ସକ୍ରିୟ ଆକ୍ରାନ୍ତଙ୍କ […]
ସମଗ୍ର ବିଶ୍ବରେ ୨୦ କୋଟି ଟପିଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial