ଓଡ଼ିଶାରେ ୨୪ ଘଣ୍ଟାରେ ୧୩୧୫ ଜଣ କରୋନା ପଜିଟିଭ ଚିହ୍ନଟ

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୩

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୩

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୬୨ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୫୫୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୩ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୫୨ ଜଣ, ବାଲେଶ୍ୱରରୁ ୪୩ଜଣ, ବରଗଡ଼ରୁ ୨ ଜଣ, ଭଦ୍ରକରୁ ୪୯ ଜଣ, ବଲାଙ୍ଗୀରରୁ ୪ ଜଣ, ବୌଦ୍ଧରୁ ୪, କଟକରୁ ୧୯୮ ଜଣ, ଦେବଗଡ଼ରୁ ୭ ଜଣ, ଢେଙ୍କାନାଳରୁ ୧୮ ଜଣ, ଗଜପତିରୁ ୫ଜଣ, ଗଞ୍ଜାମରୁ ୧୧ ଜଣ, ଜଗତସିଂହପୁରରୁ ୫୩ ଜଣ, ଯାଜପୁରରୁ ୮୯ଜଣ, କଳାହାଣ୍ଡିରୁ ୪ଜଣ, କନ୍ଧମାଳରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୨୮ ଜଣ, କେଉଁଝରରୁ ୧୩ ଜଣ, ଖୋର୍ଦ୍ଧାରୁ ୪୧୩ ଜଣ, କୋରାପୁଟରୁ ୬ ଜଣ, ମାଲକାନଗିରିରୁ ୫ ଜଣ, ମୟୁରଭଞ୍ଜରୁ ୬୨ ଜଣ, ନବରଙ୍ଗପୁରରୁ ୪ ଜଣ, ନୟାଗଡ଼ରୁ ୨୫ ଜଣ, ନୂଆପଡ଼ାରୁ ୬, ପୁରୀରୁ ୬୭ ଜଣ, ରାୟଗଡ଼ାରୁ ୧୨ ଜଣ, ସମ୍ୱଲପୁରରୁ ୨୩ ଜଣ, ସୋନପୁରରୁ ୮, ସୁନ୍ଦରଗଡ଼ରୁ ୧୬ ଓ ଷ୍ଟେଟ ପୁଲରୁ ୮୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯, ୮୨, ୧୮୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୯, ୬୨, ୦୮୮ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୩, ୮୭୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Share Now:

Kalinga News Beuro

Next Post

ଡେଙ୍ଗୁ କବଳରେ ଅଧା ରାଜଧାନୀ : ଦୁଇ ଦିନରେ ୧୧୬ ଆକ୍ରାନ୍ତ

Wed Aug 4 , 2021
ମୋଟ ଆକ୍ରାନ୍ତ ସଂଖ୍ୟା ୭୧୪ ଛୁଇଁଲା,କଲୋନିରେ ମାଡ଼ୁଛି, ବସ୍ତିରେ ସ୍ଥିର ଭୁବନେଶ୍ବର: ରାଜଧାନୀରେ ଉଦ୍‌ବେଗଜନକ ଭାବେ ମାଡ଼ି ଚାଲିଛି ଡେଙ୍ଗୁ। ୭ ନମ୍ବର ୱାର୍ଡର ନୀଳାଦ୍ରିବିହାରରୁ ଆରମ୍ଭ ହୋଇଥିବା ଡେଙ୍ଗୁରେ ଏଯାଏ ସହରର ୭ ଶହରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ସାରିଲାଣି। ଏବେ ସୁଦ୍ଧା ଅଧା ରାଜଧାନୀକୁ କବ୍‌ଜା କରି ସାରିଲାଣି ଡେଙ୍ଗୁ। ଆଜି ୫୦କୁ ମିଶାଇ ଗତ ଦୁଇ ଦିନରେ ୧୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ […]
ଡେଙ୍ଗୁ କବଳରେ ଅଧା ରାଜଧାନୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial