ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩୪୨ କରୋନା ପଜିଟିଭ ଚିହ୍ନଟ : ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭୭

୨୪ ଘଣ୍ଟାରେ ୧୨୪୩

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୭୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୫୬୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭୭ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୩୦ ଜଣ, ବାଲେଶ୍ୱରରୁ ୫୯ ଜଣ, ବରଗଡ଼ରୁ ୮ ଜଣ, ଭଦ୍ରକରୁ ୪୦ ଜଣ, ବଲାଙ୍ଗୀରରୁ ୩ ଜଣ, କଟକରୁ ୧୬୪ ଜଣ, ଦେବଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୧୯ ଜଣ, ଗଜପତିରୁ ୪ ଜଣ, ଗଞ୍ଜାମରୁ ୯ ଜଣ, ଜଗତସିଂହପୁରରୁ ୭୮ ଜଣ, ଯାଜପୁରରୁ ୬୬ ଜଣ, କଳାହାଣ୍ଡିରୁ ୩ ଜଣ, କନ୍ଧମାଳରୁ ୫ ଜଣ, କେନ୍ଦ୍ରାପଡ଼ାରୁ ୪୩ ଜଣ, କେଉଁଝରରୁ ୨୩ ଜଣ, ଖୋର୍ଦ୍ଧାରୁ ୪୭୭ ଜଣ, କୋରାପୁଟରୁ ୧୧ ଜଣ, ମାଲକାନଗିରିରୁ ୭ ଜଣ, ମୟୁରଭଞ୍ଜରୁ ୪୧ ଜଣ, ନବରଙ୍ଗପୁରରୁ ୨ ଜଣ, ନୟାଗଡ଼ରୁ ୨୮ ଜଣ, ନୂଆପଡ଼ାରୁ ୩ ଜଣ, ପୁରୀରୁ ୫୫ ଜଣ, ରାୟଗଡ଼ାରୁ ୧୮ ଜଣ, ସମ୍ୱଲପୁରରୁ ୧୮ ଜଣ, ସୋନପୁରରୁ ୪ ଜଣ, ସୁନ୍ଦରଗଡ଼ରୁ ୧୩ ଓ ଷ୍ଟେଟ ପୁଲରୁ ୧୦୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯, ୮୩, ୫୨୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୯, ୬୩, ୭୧୮ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୩, ୫୧୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Share Now:

Kalinga News Beuro

Next Post

ମାଆ ସାଜିଲା ପିଶାଚୀନି : ଝିଅକୁ ଅନୈତିକ କାମରେ ଲଗାଇ ମା’ ସମେତ ୩ ଅଭିଯୁକ୍ତ ଗିରଫ

Thu Aug 5 , 2021
ଭୁବନେଶ୍ବର : ଟଙ୍କା ପାଇଁ ଜଣେ ମା’ ତା’ଝିଅର ଇଜ୍ଜତକୁ ବଜାରରେ ନିଲାମ କରିବାକୁ ପଛାଇ ନାହିଁ। ଦୀର୍ଘ ୬ବର୍ଷ ଧରି ଏକାଧିକ ଲୋକଙ୍କୁ ଘରକୁ ଡାକି ଝିଅକୁ ଅନୈତିକ ସଂପର୍କ ରଖିବାକୁ ବାଧ୍ୟ କରିଛି। ଖାଲି ଏତିକି ନୁହେଁ, ଘର ବ୍ୟତୀତ ଯିଏ ଚାହିଁବ ଝିଅକୁ ବୁଲାଇ ନେବା ବାହାନାରେ ବାହାରେ ହୋଟେଲ୍‌ରେ ମଧ୍ୟ ଏଭଳି ଘୃଣ୍ୟକାମରେ ଲଗାଇଛି ପିଶାଚି ମା’। ଏ ନେଇ ନାବାଳିକା ଜଣକ ନିଜ […]
ମାଆ ସାଜିଲା ପିଶାଚୀନି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial