ରାଜଧାନୀରେ ଚିନ୍ତା ବଢ଼ାଉଛି ଅନିୟନ୍ତ୍ରିତ ଡେଙ୍ଗୁ : ୨୪ ଘଣ୍ଟାରେ ୪୭ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

୨୪ ଘଣ୍ଟାରେ ୪୭ ଡେଙ୍ଗୁ ଆକ୍ରାନ୍ତ

ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ୪୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୭୬୧ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଭରତପୁର ସ୍ଥିତ ଜିଏ କଲୋନିରେ ୩ ଜଣ ଡେଙ୍ଗୁ ରୋଗୀ ଥିବା ଜଣାପଡ଼ିଛି। ତେଣୁ ଏଠାରେ ଯଥାଶୀଘ୍ର ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଜମି ରହୁଥିବା ପାଣି ନିଷ୍କାସନ ସହିତ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ସ୍ଥାନୀୟ ଲୋକ ବିଏମସି ନିକଟରେ ଦାବି କରିଛନ୍ତି। ଏହା କେବଳ ସରକାରୀ ତଥ୍ୟ ହୋଇଥିବା ବେଳେ ବେସରକାରୀ ଭାବରେ ସଂଖ୍ୟା ୨ ହଜାର ଅତିକ୍ରମ କରିବ ବୋଲି ଆଶଙ୍କା କରାଯାଉଛି। ଅନ୍ୟପଟେ ବିଏମ୍‌ସି ପକ୍ଷରୁ ସଚେତନତା ଅଭିଯାନ ସହ ମଶା ଲାର୍ଭା ଓ ଉତ୍ସ ନଷ୍ଟ କରା ଯାଉଛି। ଆଜି ସୁଦ୍ଧା ବିଏମ୍‌ସି ପକ୍ଷରୁ ୬ ହଜାର ୫୦୮ ପରିବାରର ୨୭ ହଜାର ୨୧୭ ଲୋକଙ୍କୁ ସଚେତନ କରା‌ଯାଇଛି। ୧୯ ହଜାର ୬୫ ମଶା ଉତ୍ସ ନଷ୍ଟ କରାଯାଇଥିବା ବେଳେ ୧୮ ହଜାର ୩୭୯ ଲାର୍ଭା ଚିହ୍ନଟ ହୋଇଛନ୍ତି।

Share Now:

Kalinga News Beuro

Next Post

ଭାରତୀୟ ହକି ଦଳର ଅଲମ୍ପିକ୍ସରେ ପଦକକୁ ନେଇ ନବୀନଙ୍କୁ ‌ଶ୍ରେୟ ଦେଲେ ଅଧିନାୟକ ମନପ୍ରୀତ

Fri Aug 6 , 2021
ରାଜ୍ୟସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ,୧୬ରେ ହକି ଦଳକୁ ଭୁବନେଶ୍ବରରେ ସମ୍ବର୍ଦ୍ଧନା ଭୁବନେଶ୍ବର : ଏହା ଆମ ସମସ୍ତଙ୍କ ପାଇଁ ବିଶେଷ ମୁହୂର୍ତ୍ତ। ଏହି ବିଶେଷ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ। ସେ ଏହି ଯାତ୍ରାରେ ଆମକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି। ହକି ପାଇଁ ତାଙ୍କ ଦୂରଦୃଷ୍ଟି ଓ ନିରନ୍ତର ପ୍ରୋତ୍ସାହନ ଆମକୁ ଦେଶ ପାଇଁ ଏପରି ଉଲ୍ଲେଖନୀୟ ବିଜୟ ଆଣିବାରେ ସହାୟକ ହୋଇଛି। ସମସ୍ତେ କ୍ରିକେଟ୍‌କୁ ପ୍ରୋତ୍ସାହନ କରିବାକୁ […]
ପ୍ରଶଂସା ସାଉଁଟୁଛନ୍ତି ନବୀନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial