ରାଜ୍ୟରେ ମୌସୁମୀ ସ୍ଥିତି ଦୁର୍ବଳ : କାଁ ଭାଁ ବର୍ଷା ସମ୍ଭାବନା

ରାଜ୍ୟରେ ମୌସୁମୀ ଦୁର୍ବଳ

ଭୁବନେଶ୍ବର : ରାଜ୍ୟରେ ମୌସୁମୀର ସ୍ଥିତି ଦୁର୍ବଳ ରହିଛି। ବିହାର, ପଶ୍ଚିମବଙ୍ଗର ଉତ୍ତର ଭାଗ ଆଦି ଅତିକ୍ରମ କରି ମୌସୁମୀ ଟ୍ରଫ୍‌ ଲାଇନ୍‌ ଏବେ ଉତ୍ତର-ପୂର୍ବ ବଙ୍ଗୋପସାଗର ଆଡ଼କୁ ଗତି କରୁଛି। ବଙ୍ଗୋପସାଗରର ଉପରି ଭାଗରେ ଏବେ ଏକ ଘୂର୍ଣ୍ଣିବଳୟ ରହିଛି। ଏହା ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ। କିନ୍ତୁ ବର୍ଷାର ପରିମାଣ ଖୁବ୍‌ କମ୍‌ ରହିବ। ବିଶେଷକରି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଆଦି ଜିଲ୍ଲାରେ ଆସନ୍ତାକାଲି ବର୍ଷା ହେବାର ସମ୍ଭାବନା ରହିଛି। ୭ରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ରାଜ୍ୟରେ ଏହି ତିନି ଦିନ ପାଗ ପ୍ରାୟ ଶୁଖିଲା ଓ ଖରାଟିଆ ରହିବ। କିଛି କିଛି ସ୍ଥାନରେ ହାଲ୍‌କା ବର୍ଷାର ସମ୍ଭାବନା ରହିଛି। ଗତ ଜୁନ୍‌ ୧ ତାରିଖରୁ ରାଜ୍ୟରେ ୪୬୯.୮ ମିମି ବର୍ଷା ହୋଇସାଇଛି। ସ୍ବାଭାବିକ ଭାବେ ଏହି ସମୟ ମଧ୍ୟରେ ରାଜ୍ୟରେ ୬୨୫.୯ମିମି ବର୍ଷା ହୋଇଥାଏ। ଅର୍ଥାତ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୫% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ରାଜ୍ୟର ୧୩ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୧୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ସେହିପରି ଭଦ୍ରକ, ଯାଜପୁର ଓ ଗଜପତି ଜିଲ୍ଲାରେ ୪୦%ରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି।

Share Now:

Kalinga News Beuro

Next Post

କରୋନାକୁ ହରାଇଲେ ୧୧୫ ବର୍ଷୀୟ ବୃଦ୍ଧ : ନେଇନାହାନ୍ତି ଗୋଟିଏ ବି ଡୋଜ୍‌ ଟିକା‌

Fri Aug 6 , 2021
ବେଙ୍ଗାଲୁରୁ: କର୍ଣ୍ଣାଟକ କୋଲର ଜିଲ୍ଲାର ଜଣେ ବୃଦ୍ଧ ୧୧୫ ବର୍ଷରେ କରୋନାକୁ ହରାଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ ହେଉଛି ସେ ଗୋଟିଏ ଡୋଜ୍‌ ଟିକା ବି ନେଇନାହାନ୍ତି। ଜି ମୁନିୟାପ୍ପା ନାମକ ଏହି ବ୍ୟକ୍ତି ୧୯୦୬ରେ ଜନ୍ମ ହୋଇଥିଲେ। ଜୁଲାଇ ମଧ୍ୟଭାଗରେ ତାଙ୍କୁ ଜ୍ବର ହୋଇଥିଲା। କୋଭିଡ୍‌ ଟେଷ୍ଟ୍‌ କରିବାପରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଲା। ମୁନିୟାପ୍ପାଙ୍କ ପରିବାର ସଦସ୍ୟ ତାଙ୍କ ଚିକିତ୍ସା ପାଇଁ ଜୁଲାଇ ୨୨ ତାରିଖରେ ବେଙ୍ଗାଲୁରୁ ସ୍ଥିତ […]
କରୋନାକୁ ହରାଇଲେ ୧୧୫ ବର୍ଷୀୟ ବୃଦ୍ଧ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial