ଭାରତ ପାଇଁ ଖୁସି ଖବର : କୁସ୍ତିରେ ବ୍ରୋଞ୍ଚ ପଦକ ଜିତିଲେ ବଜରଙ୍ଗ ପୁନିଆ

ବଜରଙ୍ଗ ଜିତିଲେ ବ୍ରୋଞ୍ଚ ପଦକ

ନୂଆଦିଲ୍ଲୀ: ଭାରତ ପାଇଁ ଟୋକିଓ ଅଲିମ୍ପିକରୁ ଆଜି ଖୁସି ଖବର ଆଣିଦେଇଛନ୍ତି ବଜରଙ୍ଗ ପୁନିଆ। ବଜରଙ୍ଗ ଆଜି କାଜାଖୀସ୍ତାନର ରେସଲର ଦାଉଲେତ ନିୟଜବେକଭଙ୍କୁ ପରାସ୍ତ କରିଛନ୍ତି। ସେ ଦାଉଲେତ ନିୟଜବେକଭଙ୍କୁ ୮-୦ରେ ପରାସ୍ତ କରିଛନ୍ତି। ଆଉ ବଜରଙ୍ଗ ପଦକ ଜିତିବା ପରେ ଭାରତର ପଦକ ସଂଖ୍ୟା ୬ରେ ପହଂଚିଛି। ଭାରତ ଲଣ୍ଡନ ଅଲିମ୍ପିକରେ ମଧ୍ୟ ୬ଟି ପଦକ ଜିତିଥିଲା। ବଜରଙ୍ଗ ଜିତିବା ପରେ ଗୋଟିଏ ସଂସ୍କରଣରୁ ଭାରତ ସର୍ବାଧିକ କୁସ୍ତି ପଦକ ଜିତିବାର ସମକକ୍ଷ ହୋଇଛି। ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସରେ ଭାରତ ପାଇଁ ଦୁଇ କୁସ୍ତିଯୋଦ୍ଧା ସୁଶୀଲ କୁମାର (ରୌପ୍ୟ) ଏବଂ ଯୋଗେଶ୍ବର ଦତ୍ତ (କାଂସ୍ୟ) ପଦକ ହାସଲ କରିଥିଲେ। ଚଳିତ ଅଲିମ୍ପିକ୍ସରୁ ରବି ଦାହିୟା ରୌପ୍ୟ (୫୭ କିଲୋଗ୍ରାମ) ଜିତି ସାରିଛନ୍ତି।

Share Now:

Kalinga News Beuro

Next Post

ଅକାଳି ଦଳର ଯୁବନେତା ବିକ୍ରମଜିତ୍ ମିଡୁଖେରାଙ୍କୁ ଗୁଳିକରି ହତ୍ୟା

Sat Aug 7 , 2021
ନୂଆଦିଲ୍ଲୀ: ମୋହାଲି ସେକ୍ଟର-୭୧ ମାର୍କେଟ ନିକଟରେ ଅକାଳୀ ଦଳର ଯୁବ ଅକାଳି ଦଳର ନେତା ବିକ୍ରମଜିତ୍ ମିଡୁଖେରା ଓରଫ ବିକିଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଆଇ-୨୦ କାରରେ ଆସିଥିବା ୪ ଜଣ ଯୁବକ ବିକିଙ୍କୁ ପିଛାକରି ତାଙ୍କ ଉପରକୁ ଗୁଳିବର୍ଷା କରିଥିଲେ। ଏହା ପରେ ଘଟଣାସ୍ଥଳରେ ହିଁ ବିକିଙ୍କର ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତବରଣ ଖେଳିଯାଇଛି। ପୁଲିସ କହିଛି ଯେ, ଶନିବାର ସକାଳେ […]
ଯୁବ ଅକାଳି ଦଳର ନେତାଙ୍କୁ ଗୁଳିକରି ହତ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial