ଟୋକିଓରେ ଇତିହାସ ରଚିଲା ଭାରତ : ନୀରଜ ଦେଲେ ସ୍ୱର୍ଣ୍ଣ ଉପହାର

ନୀରଜ ଦେଲେ ସ୍ୱର୍ଣ୍ଣ ଉପହାର

ଟୋକିଓ: ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ। ଟୋକିଓରେ ଇତିହାସ ରଚିଲା ଭାରତ। ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଉପହାର ଦେଲେ ନୀରଜ ଚୋପ୍ରା। ଭାରତକୁ ଜାଭେଲିନ୍‌ ଥ୍ରୋ ପ୍ରତିଯୋଗିତାରେ ନୀରଜ ଚୋପ୍ରା ଦେଲେ ସ୍ୱର୍ଣ୍ଣ ପଦକ। ସାରା ବିଶ୍ୱରେ ଭାରତ ଗର୍ବ ଆଉ ଗୌରବ ସାଜିଲେ ନିରଜ। ପ୍ରଥମ ରାଉଣ୍ଡରେ ନିଜର ୮୭.୦୩ ମିଟର ଥ୍ରୋ କରି ନିରଜ ଆଗରେ ରହିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ସେ ଆଗରେ ରହିଥିଲେ। ଦ୍ୱିତୀୟ ରାଉଣ୍ଡରେ ସେ ୮୭.୫୮ ମିଟର ଜାଭେଲିନ୍‌ ଥ୍ରୋ କରି ସମସ୍ତଙ୍କୁ ଚକିତ କରିଥିଲେ। ଏହି ପଦକକୁ ମିଶାଇ ଭାରତର ମୋଟ ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି।
ତେବେ ଆଜି ଶନିବାର ନୀରଜଙ୍କ ପୂର୍ବରୁ ବଜରଙ୍ଗ ପୁନିଆ ମଧ୍ୟ ଭାରତକୁ ଦେଇଛନ୍ତି ପଦକ ଉପହାର। ସେ ୬୫ କେଜି ଫ୍ରିଷ୍ଟାଇଲ୍‌ ରେସଲିଂରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। କାଜାକସ୍ଥାନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ଜିତିଥିଲେ। ଗତକାଲି ସେମିଫାଇନାଲରେ ହାରିଥିବା ବଜରଙ୍ଗ ଆଜି କାଜାଖସ୍ତାନର ଦୌଲେତ ନିୟାଜ ବେକୋଭଙ୍କୁ ୮-୦ ପଏଣ୍ଟରେ ପରାସ୍ତ କରିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଭାରତ ଏବେ ସୁଦ୍ଧା ୨ଟି ରୌପ୍ୟ ପଦକ ଜିତିଥିବା ବେଳେ ୪ଟି ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିଛି। ଭାରତକୁ ମୀରାବାଈ ଚାନୁ ପ୍ରଥମେ ଭାରୋତ୍ତଳନରେ ରୌପ୍ୟ ପଦକ ଉପହାର ଦେଇଥିବା ବେଳେ ପରେ ପିଭି ସିନ୍ଧୁ, ରବି ଦହିୟା ରେସିଲିଂରେ ରୌପ୍ୟ ଦେଇଥିଲେ। ମହିଳା ବ୍ୟାଡମିଣ୍ଟନ ସିଙ୍ଗିଲ୍ସରେ ପିଭି ସିନ୍ଧୁ, ବକ୍ସିଂରେ ଲଭଲିନା, କୁସ୍ତିରେ ବଜରଙ୍ଗ ପୁନିଆ ଭାରତକୁ ବ୍ରୋଞ୍ଜ ପଦକ ଉପହାର ଦେଇ ସାରିଛନ୍ତି। ଏହାସହ ଭାରତୀୟ ପୁରୁଷ ହକି ଦଳ ମଧ୍ୟ ବ୍ରୋଞ୍ଜ ପଦକ ଜିତି ଅଲିମ୍ପିକ୍ସରେ ଇତିହାସ ରଚିଛି।

Share Now:

Kalinga News Beuro

Next Post

ବିଶ୍ୱ ଚାଖିବ କୋରାପୁଟ କଫିର ସ୍ୱାଦ : ଅନ୍ତର୍ଜାତୀୟ ବଜାରରେ ବିକ୍ରି କରିବ ଟାଟା କମ୍ପାନୀ

Sun Aug 8 , 2021
କୋରାପୁଟ: ଭାରତ କାହିଁକି ବିଶ୍ୱ ଚାଖିବ କୋରାପୁଟ କଫିର ସ୍ୱାଦ। କୋରାପୁଟ କଫି ବିନ୍‌କୁ ପକ୍ରିୟାକରଣ କରି ବିଶ୍ୱ ବଜାରରେ ଛାଡିବ ବହୁଦେଶୀୟ କମ୍ପାନି ଟାଟା। ଶନିବାର କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୭୮ହଜାର ୭୯୦ କେଜି କଫି ବିନ୍‌ ଟାଟାକୁ ବିକ୍ରି କରାଯାଇଛି। କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ.ଅଖତର ସବୁଜ ପତାକା ଦେଖାଇ କୋରାପୁଟରୁ ବାହାରିଥିବା କଫି ଟ୍ରକକୁ ବିଦାୟ ଦେଇଛନ୍ତି। କୋରାପୁଟ ଜିଲ୍ଲାର ୧୯୩ ଜଣ କଫି […]
କୋରାପୁଟରୁ ଟାଟା କିଣିଲା ‘କଫି’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial