କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ମିଶ୍ରିତ ଡୋଜ ଅଧିକ ପ୍ରଭାବଶାଳୀ: ଆଇସିଏମଆର

ଆଇସିଏମଆର

ନୂଆଦିଲ୍ଲୀ: ଦେଶରେ ଦ୍ରୁତଗତିରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ରୋକିବାକୁ ଟିକାକରଣ ହିଁ ଏକମାତ୍ର ବିକଳ୍ପ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହି କାରଣରୁ କୋଭିଡ-୧୯ ଟିକାକୁ ନେଇ ଏବେ ବି ପରୀକ୍ଷା ଜାରି ରହିଛି। ଏହି କ୍ରମରେ ଅନ୍ୟ ଦେଶ ଭଳି ଭାରତରେ ବି ଟିକାର ମିଶ୍ରିତ ଡୋଜକୁ ନେଇ ପରୀକ୍ଷା ନିରୀକ୍ଷା ଜାରି ରହିଛି। ଏହି ପରୀକ୍ଷାକୁ ନେଇ ଇଣ୍ଡିଆନ କାଉଁସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କହିଛି ଯେ, କୋଭାକ୍ସିନ ଓ କୋଭିସିଲ୍ଡର ମିଶ୍ରିତ ଖୋରାକ ସର୍ବାଧିକ ପ୍ରଭାବଶାଳୀ।

ଏଭଳି ମିଶ୍ରିତ ଡୋଜ ନେଉଥିବା ଲୋକଙ୍କ ଶରୀରରେ କରୋନା ସଂକ୍ରମଣର ସମ୍ଭାବନା କମ ରହୁଥିବା ବେଳେ ଶରୀରରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ। ବିଶେଷଜ୍ଞ କାର୍ଯ୍ୟ ସମିତି (ଏସଇସି) କିଛିଦିନ ପୂର୍ବରୁ କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରିତ ଡୋଜ ସହ ନାକରେ ପକାଯାଉଥିବା ଭାରତ ବାୟୋଟେକର ଟିକା ଉପରେ ଅଧ୍ୟୟନ କରିବାକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ଏହି ସମୟରେ ଏସଇସି କହିଥିଲେ କି ଅନେକ ଦେଶ ଏବେ ତା’ର ନାଗରିକମାନଙ୍କୁ ମିଶ୍ରିତ କରୋନା ଟିକା ଦେଉଛି ଓ ତାହାର ପରିଣାମ ଭଲ ରହୁଛି। କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରିତ ଡୋଜ ଦିଆଯାଇଥିବା ଲୋକଙ୍କଠାରେ କୌଣସି ନକରାତ୍ମକ ପ୍ରଭାବ ଦେଖିବାକୁ ମିଳି ନାହିଁ।

Share Now:

Kalinga News Beuro

Next Post

ଏମିତି ବି ହୁଏ : ଶବଦାହ ପୂର୍ବରୁ ଶୁଦ୍ଧିକ୍ରିୟା ଶେଷ

Sun Aug 8 , 2021
ବାଲିପାଟଣା : ଏବେବି ସରିନି କରୋନା କାରୁଣ୍ୟ। ପ୍ରତିଦିନ କେତେ ଜୀବନ ନେଉଛି କରୋନା। କେତେବେଳେ କରୋନା ଆକ୍ରାନ୍ତଙ୍କ ଶବ ଅଛୁଆଁ ପାଲଟିଯାଉଛି ତ ଆଉ କେତେବେଳେ ପରିବାର ଲୋକ ଶବକୁ ଟି‌କେ ଦେଖି ମଧ୍ୟ ପାରୁନାହାନ୍ତି। ଏବେ ସେମିତି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରେ। କରୋନାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କର ଏଯାଏ ଶବଦାହ ହୋଇନି; କିନ୍ତୁ ତାଙ୍କ ଶୁଦ୍ଧିକ୍ରିୟା ଶେଷ କରି […]
ଶବଦାହ ପୂର୍ବରୁ ଶୁଦ୍ଧିକ୍ରିୟା ଶେଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial