ସିଲଭରସିଟିରେ ନକଲି ଗୁଟକା : କମିସନରେଟ ପୁଲିସର ଚଢ଼ାଉ, ଜଣେ ଅଟକ

ସିଲଭରସିଟିରେ ପୁଣି ନକଲି ସମଗ୍ରୀ

କଟକ: ସିଲଭରସିଟିରେ ପୁଣି ନକଲି ସମଗ୍ରୀ ଠାବ। କଟକର ମାଲଗୋଦାମ ଅଞ୍ଚଳରୁ ଜବତ ୭ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ନକଲି ଗୁଟୁକା। ଏହାସହ ୧୦ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଅବକାରୀ ଗଞ୍ଜେଇ ସାମଗ୍ରୀ ମଧ୍ୟ ଜବତ କରିଛି କମିସନରେଟ ପୁଲିସ ଓ ସିଏମସି ଇନ୍ଫୋର୍ସମେଣ୍ଟ ଟିମ। ସମୁଦାୟ ୩ଟି ଗୋଦାମ ଉପରେ ଚଢ଼ାଉ ପରେ ଏହି ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ ହୋଇଛି। ତେବେ ଏହାସହ ଏହି ମାମଲାରେ ଜଣଙ୍କୁ ଅଟକ ରଖିଛି ପୁଲିସ। ତେବେ ପୂର୍ବରୁ କମିସନରେଟ ପୁଲିସର ନକଲି ଅଭିଯାନ ଅନେକ ନକଲି କାରଖାନା ଓ ଗୋଦାମକୁ ରେଡ଼ କରି ସାରିଛି ପୁଲିସ। ତେବେ ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ଜୋନ ୧ ଏସିପି। ଉକ୍ତ ଚଢ଼ାରେ ‌ଜୋନ ୧ ଏସ୍‌ସିପି ଅମରେନ୍ଦ୍ର ପଣ୍ତା, ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

୨୪ ଘଣ୍ଟାରେ ଓଡ଼ିଶାରେ ୧୨୪୩ କରୋନା ସଂକ୍ରମିତ: ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୯

Sun Aug 8 , 2021
ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୧୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୫୨୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୫୩ […]
୨୪ ଘଣ୍ଟାରେ ୧୨୪୩

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial