୨୪ ଘଣ୍ଟାରେ ୧୧୦୭ ଜଣ କରୋନା ସଂକ୍ରମିତ ଚିହ୍ନଟ : ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୭

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୦୭

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୦୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୪୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୭ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୨୪ ଜଣ, ବାଲେଶ୍ୱରରୁ ୬୬ ଜଣ, ବରଗଡ଼ରୁ ୬ ଜଣ, ଭଦ୍ରକରୁ ୩୬ ଜଣ, ବଲାଙ୍ଗୀରରୁ ୩ ଜଣ, କଟକରୁ ୧୩୦ ଜଣ, ଦେବଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୧୨ ଜଣ, ଗଜପତିରୁ ୧ ଜଣ, ଗଞ୍ଜାମରୁ ୪ ଜଣ, ଜଗତସିଂହପୁରରୁ ୫୩ ଜଣ, ଯାଜପୁରରୁ ୫୨ ଜଣ, ଝାରସୁଗୁଡ଼ାରୁ ୯ ଜଣ, କଳାହାଣ୍ଡିରୁ ୭ ଜଣ, କନ୍ଧମାଳରୁ ୭ ଜଣ, କେନ୍ଦ୍ରାପଡ଼ାରୁ ୪୨ ଜଣ, କେଉଁଝରରୁ ୧୮ ଜଣ, ଖୋର୍ଦ୍ଧାରୁ ୩୯୭ ଜଣ, କୋରାପୁଟରୁ ୧ ଜଣ, ମାଲକାନଗିରିରୁ ୧୦ ଜଣ, ମୟୁରଭଞ୍ଜରୁ ୪୦ ଜଣ, ନବରଙ୍ଗପୁରରୁ ୧ ଜଣ, ନୟାଗଡ଼ରୁ ୨୯ ଜଣ, ନୂଆପଡ଼ାରୁ ୧ ଜଣ, ପୁରୀରୁ ୨୮ ଜଣ, ରାୟଗଡ଼ାରୁ ୫ ଜଣ, ସମ୍ୱଲପୁରରୁ ୨୦ ଜଣ, ସୋନପୁରରୁ ୪ ଜଣ, ସୁନ୍ଦରଗଡ଼ରୁ ୧୭ ଓ ଷ୍ଟେଟ ପୁଲରୁ ୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯, ୯୧, ୧୮୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୯, ୭୩, ୫୭୯ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୦, ୮୫୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Share Now:

Kalinga News Beuro

Next Post

କେରଳରେ ଟିକା ନେଇଥିବା ୪୦ ହଜାର ଲୋକଙ୍କୁ କରୋନା

Thu Aug 12 , 2021
ନୂଆ ପ୍ରଜାତି ଚିହ୍ନଟ ହୋଇନି: ସ୍ବାସ୍ଥ୍ୟ ମନ୍ତ୍ରାଳୟ ତିରୁଅନନ୍ତପୁରମ୍‌ : କେରଳରେ ୪୦ ହଜାରରୁ ଅଧିକ ଗୁରୁତ୍ବପୂର୍ଣ୍ଣ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହା ଅତ୍ୟନ୍ତ ଚିନ୍ତାଜନକ। କରୋନା ଟିକାର ୨ଟି ଯାକ ଡୋଜ୍‌ ନେବାପରେ ବି କେରଳରେ ୪୦ ହଜାରରୁ ଅଧିକ ଲୋକଙ୍କୁ କରୋନା ହୋଇଛି। କେତେକ ରୋଗୀ ମଧ୍ୟ ପୁନଃ ସଂକ୍ରମିତ ହୋଇଛନ୍ତି। ଦେଶରେ ୧ ଲକ୍ଷରୁ ଅଧିକ ଗୁରୁତ୍ବପୂର୍ଣ୍ଣ ମାମଲା ଚିହ୍ନଟ ହୋଇଥିବାବେଳେ କେବଳ କେରଳରେ […]
କେରଳରେ ଟିକା ନେଇଥିବା ୪୦ ହଜାର ଲୋକଙ୍କୁ କରୋନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial