ବାଚସ୍ପତିଙ୍କ କକ୍ଷରେ ସୋନିଆ,ମୋଦୀ

ବାଚସ୍ପତିଙ୍କ କକ୍ଷରେ ମୋଦୀ ସୋନିଆ

ନୂଆଦିଲ୍ଲୀ : ଗତକାଲି ସଂସଦର ମୌସୁମୀ ଅଧିବେଶନ ୨ ଦିନ ଆଗରୁ ଶେଷ ହୋଇଛି। ଅଧିବେଶନ ଶେଷ ହେବାପରେ ବାଚସ୍ପତି ଓମ୍‌ ବିର୍ଲା ବିଭିନ୍ନ ଦଳର ନେତାମାନଙ୍କୁ ତାଙ୍କ କକ୍ଷରେ ଭେଟିଛନ୍ତି। ‌ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ଆଜି ବାଚସ୍ପତିଙ୍କ କକ୍ଷରେ ଉପସ୍ଥିତ ଥିଲେ। ବୈଠକରେ ମୋଦୀ ଗୋଟିଏ ସୋଫାରେ ବସିଥିବାବେଳେ ସୋନିଆ ପାଖ ସୋଫାରେ ବସିଥିଲେ। ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସର ଲୋକସଭା ଦଳ ନେତା ଅଧୀର ରଂଜନ ଚୌଧୁରୀ ଏବଂ ଟିଏମ୍‌ସି , ଅକାଳୀ ଦଳ, ୱାଇଏସ୍‌ଆର କଂଗ୍ରେସ ଏବଂ ବିଜେଡି ନେତାମାନେ ମଧ୍ୟ ଆଜି ବିର୍ଲାଙ୍କୁ ଭେଟିଛନ୍ତି। ଭବିଷ୍ୟତ‌ରେ ସମସ୍ତ ଦଳ ଗୃହ କାର୍ଯ୍ୟ ସୂଚାରୁରୂପେ ସମ୍ପାଦନ କରିବାପାଇଁ ସହଯୋଗ କରିବା ଆବଶ୍ୟକ ବୋଲି ବିର୍ଲା କହିଛନ୍ତି। ତେବେ ସଂସଦରେ ଏହି ଅଚଳାବସ୍ଥା ପାଇଁ ଉଭୟ ସରକାର ଏବଂ ବିରୋଧୀ ପରସ୍ପର ପରସ୍ପରକୁ ଦାୟୀ କରିଛନ୍ତି।

Share Now:

Kalinga News Beuro

Next Post

ନବବିବାହିତାଙ୍କ ହାତବନ୍ଧା ଝୁଲନ୍ତା ଶବ ଉଦ୍ଧାର: ସ୍ବାମୀ, ଶାଶୂ ଓ ଶ୍ବଶୁରଙ୍କ ସମେତ ୫ ଅଟକ

Thu Aug 12 , 2021
ବିରିଡି: ବିରିଡି ଥାନା ଅନ୍ତର୍ଗତ ହାଜିପୁର (ବେହେରା ସାହି) ଗ୍ରାମର ନବବିବାହିତା ସୁଚିତ୍ରା ବେହେରା (୨୪)ଙ୍କ ହାତବନ୍ଧା ଝୁଲନ୍ତା ଶବକୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ପାରିପାର୍ଶ୍ବିକ ସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ପ୍ରଚାରିତ ହେବା ପରେ ସମଗ୍ର ଜିଲ୍ଲାରେ ଏହା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେ ରହୁଥିବା ଘରେ ଆସବାବପତ୍ର ପୋଡ଼ି ଯାଇଥିବାରୁ ଅଗ୍ନିକାଣ୍ଡର କାରଣ ମଧ୍ୟ ଜଣାପଡ଼ି ନାହିଁ। ସୁଚିତ୍ରାଙ୍କ ସ୍ବାମୀ ଏହାକୁ ଆତ୍ମହତ୍ୟା ବୋଲି ପୁଲିସ୍‌କୁ […]
ନବବିବାହିତାଙ୍କ ହାତବନ୍ଧା ଝୁଲନ୍ତା ଶବ ଉଦ୍ଧାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial