ସ୍ୱାଧୀନତା ଦିବସରେ ଆନ୍ଧ୍ରକୁ ଚାପୁଡ଼ା : ଓଡ଼ିଶାରେ ମିଶିବାକୁ ଚାହୁଛନ୍ତି ଆନ୍ଧ୍ରବାସୀ

ଓଡ଼ିଶାରେ ମିଶିବାକୁ ଚାହୁଛନ୍ତି ଆନ୍ଧ୍ରବାସୀ

ପଟାଙ୍ଗି : ନିଜ ଅଞ୍ଚଳର ବିକାଶକୁ ଗୁରୁତ୍ବ ନ ଦେଇ ପଡ଼ୋଶୀ ରାଜ୍ୟର ଗାଁକୁ ଅକ୍ତିଆର ପାଇଁ ଚକ୍ରାନ୍ତ କରୁଛି ଆନ୍ଧ୍ର। କିନ୍ତୁ ଆନ୍ଧ୍ରର ୨୦ଗାଁର ଅବସ୍ଥା ନ କହିବା ଭଲ। ଗାଁକୁ ରାସ୍ତା ନାହିଁ, ପିଇବାକୁ ବିଶୁଦ୍ଧ ଜଳ ମିଳୁନି। ତେଣୁ ଆମେ ଆନ୍ଧ୍ର ଛାଡ଼ି ଓଡ଼ିଶାରେ ମିଶିବାକୁ ନିଷ୍ପତ୍ତି ନେଇଛୁ। ଓଡ଼ିଶା ସରକାର ଆମ ନିବେଦନ ଶୁଣନ୍ତୁ। ଓଡ଼ିଶାରେ ଆନ୍ଧ୍ର ସରକାରଙ୍କ ବିରୋଧରେ ଏମିତି ଗର୍ଜିଛନ୍ତି ଆନ୍ଧ୍ରବାସୀ। ଆନ୍ଧ୍ରର ଅନୁପ୍ରବେଶକୁ ରୋକିବାକୁ କୋଟିଆରେ ଡେରା ପକାଇଥିଲେ ଓଡ଼ିଶାର ନେତା। ଏହି ଖବର ଶୁଣି ଆଜି ସାଲୁର ମଣ୍ଡଳର ପୂର୍ବତନ ଉପାଧ୍ୟକ୍ଷା ମାଳତୀ ଦୋରା କିଛି ସମର୍ଥକଙ୍କ ସହ ଫଗୁଣସିନେରୀ ଗାଁ‌ରେ ପହଞ୍ଚିଥିଲେ। ଏଠାରେ ସେ ଆନ୍ଧ୍ର ସରକାରଙ୍କୁ ଖୋଲାଖୋଲି ସମାଲୋଚନା କରିଥିଲେ। ଓଡ଼ିଶାରେ ସାମିଲ ହେବାକୁ ଚାହୁଁଥିବା ପ୍ରକାଶ କରିଥିଲେ। ଆନ୍ଧ୍ର ସରକାର ତାଙ୍କ ଅଞ୍ଚଳକୁ ଅଣଦେଖା କରି ଚାଲିଥିବା ବେଳେ ସାଲୁର ବିଧାୟକ ରାଜନ ଦୋରା ୪ଥର ଏହି ଅଞ୍ଚଳରୁ ନିର୍ବାଚିତ ହୋଇଛନ୍ତି। କିନ୍ତୁ ନିଜ ଅଞ୍ଚଳର କୌଣସି ବିକାଶ କରିନାହାନ୍ତି। ଅନ୍ୟପଟେ ଓଡ଼ିଶା ସରକାର କୋଟିଆ ଅଞ୍ଚଳକୁ ଗୁରୁତ୍ବ ଦେଇ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି। ରାସ୍ତାଘାଟର ସୁବିଧା ସହ ଡାକ୍ତରଖାନା ଏବଂ ବିଦ୍ୟାଳୟ ଆଦି ନିର୍ମାଣ କରିଛନ୍ତି। ଏହି ନିର୍ମାଣ ତୁଳନାରେ ଆନ୍ଧ୍ର ସରକାର କିଛି କରିନଥିବା ଅଭିଯୋଗ କରିଥିଲେ। ଆନ୍ଧ୍ରବାସୀଙ୍କ ଏମିତି କ୍ଷୋଭ ଶୁଣିବା ପରେ ଉପସ୍ଥିତ ଥିବା ୫ଜଣ ବିଧାୟକ ରାସ୍ତା ନିର୍ମାଣ ନିମନ୍ତେ ୧ଲକ୍ଷ ଟଙ୍କା ଲେଖାଏଁ ବ୍ୟକ୍ତିଗତ ଭାବେ ଦେବେ ବୋଲି ଘୋଷଣା କରିଥିଲେ। ଏପରିକି ସେହିଠାରେ ହିଁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଅଗ୍ରୀମ ୫୦ହଜାର ଟଙ୍କା ପ୍ରଦାନ କରିଥିଲେ।

Share Now:

Kalinga News Beuro

Next Post

ସୁପ୍ରିମକୋର୍ଟରେ ଆଜି ପରୀ ହତ୍ୟାକାଣ୍ଡ ଶୁଣାଣି

Tue Aug 17 , 2021
ନୂଆଦିଲ୍ଲୀ : ନୟାଗଡ଼ ଯଦୁପୁର ଗ୍ରାମର ୫ ବର୍ଷୀୟା ଶିଶୁ କନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ଆସନ୍ତାକାଲି ବିଚାରପତି ଏଏମ୍‌ ଖାନୱିଲକର ଏବଂ ବିଚାରପତି ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠରେ ହେବ। ଗତ ମାସ ୨୨ ତାରିଖରେ ସୁପ୍ରିମକୋର୍ଟ ଆବେଦନକାରୀ ପରୀଙ୍କ ମାଆଙ୍କୁ ଓଡ଼ିଶା ହାଇକୋର୍ଟଙ୍କ ସେପ୍ଟେମ୍ବର ୧୧, ୨୦୨୦ର ଆଦେଶ ବିରୋଧରେ ଏସ୍‌ଏଲ୍‌ପି ଦାଖଲ କରିବା ପାଇଁ […]
ପରୀ ହତ୍ୟାକାଣ୍ଡ ଶୁଣାଣି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial