ଭୁବନେଶ୍ବର: ରାଜ୍ୟ ରାଜଧାନୀରୁ ୨୪ଘଣ୍ଟା ମଧ୍ୟରେ ୧୯୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୪୬ଜଣ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୮୫ଜଣ ରହିଛନ୍ତି। ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରୁ ଏଯାବତ ୧୦୪୪୯୨ଟି କରୋନା ମାମଲା ରହିଛି। ସେହିପରି ଏବେ ବି ୩୧୫୩ଟି କରୋନା ସକ୍ରିୟ ମାମଲା ରହିଥିବା ବେଳେ ୯୭୮ଜଣଙ୍କ ଏଥିରେ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୮୫ଜଣ କରୋନା ଆକ୍ରାନ୍ତ ରାଜ୍ୟ ରାଜଧାନୀରୁ ସୁସ୍ଥ ହୋଇଥିବା ବେଳେ ଏଯାବତ ୧୦୦୩୪୦ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇ ଘରକୁ ଫେରିଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ରାଜଧାନୀରୁ ଧୀରେଧୀରେ କରୋନା ସଂକ୍ରମଣ ହ୍ରାସ ପାଇବା ଏକ ପ୍ରକାର ଆଶ୍ବସ୍ତି ଆଣିଥିବା କୁହାଯାଉଛି।
ରାଜଧାନୀରୁ ୧୯୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ

Share Now: