ଅର୍ଣ୍ଣିଆ ସେକ୍ଟର୍‌ରେ ଡ୍ରୋନ୍‌ ଉପରକୁ ଗୁଳି ଚଳାଇଲା ‘ବିଏସ୍‌ଏଫ୍‌’

ଅର୍ଣ୍ଣିଆ ସେକ୍ଟର୍‌ରେ ଡ୍ରୋନ୍‌

ନୂଆଦିଲ୍ଲୀ: ସୋମବାର ବଡ଼ି ସକାଳୁ ଜମ୍ମୁ ଜିଲ୍ଲାର ଅର୍ଣ୍ଣିଆ ସେକ୍ଟର୍‌ ଅନ୍ତର୍ଗତ ଭାରତ-ପାକିସ୍ତାନ ଆନ୍ତର୍ଜାତିକ ସୀମାନ୍ତ ଅଞ୍ଚଳରେ ଗୋଟାଏ ଉଡ଼ନ୍ତା ବସ୍ତୁ ଉପରକୁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଗୁଳି ଚଳାଇଛି। ‘ବିଏସ୍‌ଏଫ୍‌’ର ଜଣେ ମୁଖପାତ୍ର କହିଛନ୍ତି, ଆଜି ସକାଳ ପ୍ରାୟ ୫.୩୦ରେ ‘ଆଇବି’ ନିକଟବର୍ତ୍ତୀ ଆର୍ଣ୍ଣି୍ଆ ସେକ୍ଟର୍‌ରେ ଫର୍‌ୱାର୍ଡ ଯବାନମାନେ ଆକାଶରେ ଦପଦପ ହେଉଥିବା ଲାଲ୍‌ ଓ ହଳଦିଆ ରଙ୍ଗର ଆଲୋକ ଦେଖିଥିଲେ। ଉକ୍ତ ଉଡ଼ନ୍ତା ବସ୍ତୁକୁ ଲକ୍ଷ୍ୟ କରି ଆମ ଯବାନମାନେ ତୁରନ୍ତ ୨୫ ରାଉଣ୍ଡ୍‌ ‘ଏଲ୍‌ଏମ୍‌ଜି’ ଚଳାଇବାରୁ ତାହା ଅଧିକ ଉଚ୍ଚକୁ ଉଠିଯାଇ ପାକିସ୍ତାନ ପଟକୁ ଉଡ଼ିଗଲା। ‌ପୁଲିସ ସହାୟତାରେ ସେ ଅଞ୍ଚଳରେ ତଲାସ ଚାଲିଛି। ‘ବିଏସ୍‌ଏଫ୍‌’ ‘ଡିଆଇଜି’ ଏସ୍‌ପିଏସ୍‌ ସାନ୍ଧୁ କହିଛନ୍ତି, ନିରାପତ୍ତା ବଳ ସମ୍ପୃକ୍ତ ଅଞ୍ଚଳ ତଲାସ କରୁଛନ୍ତି କିନ୍ତୁ, ଏପର୍ଯ୍ୟନ୍ତ କିଛି ମିଳିନାହିଁ। ସୂଚନାଯୋଗ୍ୟ, ଜୁଲାଇ ୨୪ ତାରିଖ ଦିନ ଜମ୍ମୁ ଓ କଶ୍ମୀର ପୁଲିସ ଘୋଷଣା କରିଥିଲା କି, ଅଖନୂର ସେକ୍ଟର ଅନ୍ତର୍ଗତ କାନାଚକ ଅଞ୍ଚଳରେ ୫ କି‌ଲୋ ବିସ୍ଫୋରକ ବୋହି ନେଇ ଯାଉଥିବା ଗୋଟାଏ ପାକିସ୍ତାନୀ ଡ୍ରୋନ୍‌କୁ ସେମାନେ ଗୁଳି ମାରି ଖସାଇ ଦେଇଛନ୍ତି। କାନାଚକ ହେଉଛି ଜମ୍ମୁ ଜିଲ୍ଲାର ସୀମାନ୍ତ ଅଞ୍ଚଳ। ଜୁନ୍‌ ୨୭ରୁ ଏହି ସବୁ ଅଞ୍ଚଳରେ ବହୁବାର ଡ୍ରୋନ୍‌ ଉଡ଼ିବା ଦେଖା ଗଲାଣି। ସେଗୁଡ଼ିକ ସୀମାପାରିରୁ ଆସୁଥିବା କଥା ପୁଲିସ ଏବଂ ତଦନ୍ତକାରୀ ଏଜେନ୍‌ସି କହୁଛନ୍ତି।

Share Now:

Kalinga News Beuro

Next Post

ଆଫଗାନିସ୍ତାନ ପରିସ୍ଥିତି ପାଇଁ ଆମେରିକା ଦାୟୀ : ତାଲିବାନ

Mon Aug 23 , 2021
ନାଗରିକଙ୍କୁ ଖାଲି କରିବା ଅସମ୍ଭବ ହେଲାଣି: ୟୁରୋପୀୟ ସଂଘ କାବୁଲ : ଆଫଗାନିସ୍ତାନ ରାଜଧାନୀ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରରୁ ହଜାର ହଜାର ଲୋକଙ୍କୁ ଖାଲି କରିବା ସମୟରେ ଯେଉଁ ଅରାଜକ ସ୍ଥିତି ଉପୁଜିଛି ସେଥିପାଇଁ ତାଲିବାନ ଆମେରିକାକୁ ଦାୟୀ କରିଛି। ତାଲିବାନ ଅଫିସର୍‌ ଅମିର ଖାନ୍‌ ମୁତାକି କହିଛନ୍ତି, ଆମେରିକା ଏହାର ସମସ୍ତ ଶକ୍ତି ଏବଂ ସୁବିଧାର ବ୍ୟବହାର କରି ମଧ୍ୟ ବିମାନବନ୍ଦରରେ ଶାନ୍ତି ରକ୍ଷା‌ କରିବାରେ ବିଫଳ ହୋଇଛି। […]
ଆମେରିକାକୁ ଦାୟୀ କଲା ତାଲିବାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial