ଆରପାରିରେ ଓଲିଉଡର ମା’ ଅନିତା ଦାସ : ପ୍ରିୟ ମଣିଷଙ୍କୁ ମନେପକାଇଲେ ଅଭିନେତା-ଅଭିନେତ୍ରୀ

କଟକ: ଆରପାରିରେ ବିଶିଷ୍ଟ ସିନେ ଅଭିନେତ୍ରୀ ଅନିତା ଦାସ। ହୃଦଘାତରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ସେଲଟର ଛକ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ପ୍ରାୟ ଶହେରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ଅନିତା। ଏବେ ତାଙ୍କର ଶେଷ ଦର୍ଶନ ପାଇଁ କଟକସ୍ଥିତ ତାଙ୍କ ବାସଭବନରେ ଓଡ଼ିଆ ସିନେ ଜଗତର ବହୁ ବ୍ୟକ୍ତି ପହଞ୍ଚିବା ଆରମ୍ଭ କରିଛନ୍ତି। ସେଠି ତାଙ୍କ ମୃତ୍ୟଶଯ୍ୟା ନିକଟରେ ଅନିତାଙ୍କ ପୁତୁରା ତଥା ଓଲିଉଡ୍ ହିରୋ ଆକାଶ ଦାସନାୟକ ମଧ୍ୟ ଉପସ୍ଥିତ ଅଛନ୍ତି।
ବହୁ ଲୋକପ୍ରିୟ ଓଡ଼ିଆ ଫିଲ୍ମରେ ଅନିତା ଅଭିନୟ କରି ଓଡ଼ିଆ ଦର୍ଶକଙ୍କ ପାଖରେ ପରିଚୟ ସୃଷ୍ଟି କରିଥିଲେ। ବିଶେଷକରି ସେ ମାଆ ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନ ମୋହି ପାରିଥିଲେ। ସେଥିପାଇଁ ତାଙ୍କୁ କେତେକ ଓଡ଼ିଆ ଫିଲ୍ମର ମାଆ ବୋଲି ମଧ୍ୟ କହିଥାନ୍ତି। ପୁଅ ମୋର କଳା ଠାକୁର, ସ୍ୱପ୍ନ ସାଗର ଓ କି ହେବ ଶୁଆ ପୋଷିଲେ ଭଳି ଫିଲ୍ମରେ ଅନିତାଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଛି।
ଅନୀତା ଦାସଙ୍କ ବିୟୋଗରେ ସାରା ଓଲିଉଡ ମ୍ରିୟମାଣ ହୋଇ ପଡ଼ିଛି। କାରଣ ସେ ଚାରି ଦଶନ୍ଧିରୁ ଅଧିକ ସମୟ ହେବ ଓଡ଼ିଆ ସିନେମାରେ ଅଭିନୟ କରି ଚାଲିଥିଲେ। ଏବେ ଆସନ୍ତୁ ଜାଣିବା ତାଙ୍କ ବିୟୋଗରେ କିଏ କିଭଳି ପ୍ରତିକ୍ରିୟା ଦେଇଛନ୍ତି।

• ଅନୀତା ଦାସ ମୋର ସିନେମା ‘ମା ଓ ମମତା ଏବଂ ସ୍ୱପ୍ନସାଗରରେ କାମ କରିଥିଲେ। ତାଙ୍କ ଅଭିନୟର ଯେତେ ତାରିଫ୍‌ କଲେ କମ୍‌ ହେବ। ତାଙ୍କ ବିୟୋଗରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି,ତାହା ପୂରଣ ହୋଇପାରିବ ନାହିଁ ବୋଲି ମୁଁ ଭାବୁଛି :ପ୍ରଶାନ୍ତ ନନ୍ଦ(ଅଭିନେତା-ନିର୍ଦ୍ଦେଶକ)।
• ତାଙ୍କ ସହ ମୁଁ ଅନେକ ସିନେମାରେ କାମ କରିଛି। ସେହି ଅନୁଭୂତିରୁ କହୁଛି ଯେ ଅନୀତା ଦାସ ଜଣେ ଭଲ ମଣିଷ ଓ ଉତ୍ତମ କଳାକାର ଥିଲେ:ପ୍ରଦ୍ୟୁମ୍ନ ଲେଙ୍କା(ଅଭିନେତା-ପ୍ରଯୋଜକ)।
• ଅନୀତା ଅପାଙ୍କ ଅକାଳ ବିୟୋଗ ଓଲିଉଡ଼୍‍ ପାଇଁ ଅପୂରଣୀୟ କ୍ଷତି:ଅନୁ ଚୌଧୁରୀ(ଅଭିନେତ୍ରୀ)।
• ଅନୀତା ଦାସ କେବଳ ଯେ,ଜଣେ ଭଲ ଅଭିନେତ୍ରୀ ଥିଲେ,ତା’ ନୁହେଁ ବରଂ ତାଙ୍କ ଭିତରେ ପ୍ରବଳ ଆଧ୍ୟାତ୍ମିକ ଚେତନା ଥିଲା। ସେ ଭଗବାନଙ୍କୁ ବହୁତ ଭଲ ପାଉଥିଲେ। ସେ ବହୁ କଳାକାରଙ୍କ ପ୍ରେରଣା ଥିଲେ:ଅର୍ଚ୍ଚିତା(ଅଭିନେତ୍ରୀ)।
• ଅନୀତା ଦାସ ଜଣେ ଦକ୍ଷ ଅଭିନେତ୍ରୀ। ସେ ଏଭଳି ସବୁ ଚରିତ୍ରକୁ ପରଦାରେ ଫୁଟାଇଛନ୍ତି,ଯେଉଁଥିପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ବିଜୟ ମହାନ୍ତି (ଅଭିନେତା)

Share Now:

Kalinga News Beuro

Leave a Reply

Next Post

ଗର୍ବ ଆଣିଦେଲା ମାମାଲି

Fri May 11 , 2018
ଭୁବନେଶ୍ୱର: ଝିଅଟିଏ ବୋଲି କେତେ କୁତ୍ସାରଟନା ସହିବାକୁ ପଡ଼ିଛି। ଏମିତିକି ପାଠପଢ଼ା ବନ୍ଦ କରିଦେବାକୁ ଚେତାବନୀ ଦିଆଯାଇଛି। ଗାଁର କିଛି ଲୋକଙ୍କଠାରୁ କେତେ କଣ ଟାହିଟାପରା ଶୁଣିବାକୁ ମିଳିଛି। ବାହାସାହା ହୋଇ ଘର ସଂସାର କରିବା ଝିଅଙ୍କ କର୍ତବ୍ୟ ବୋଲି ଚେତାଇ ଦିଆଯାଇଛି। ଏତେ ସବୁ ପରେ ବି, ସବୁ କଷ୍ଟ ଓ ନିର୍ଯାତନାକୁ ଏଡ଼ାଇ ଆଜି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ଆଦିବାସୀ ଅଞ୍ଚଳର ଝିଅ ମାମାଲି ମହାକୁଡ଼। ଯେଉଁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial