୨୦୨୦ ମସିହା ପାଇଁ ସାହିତ୍ୟିକା ଯଶୋଧାରା ମିଶ୍ରଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ସାହିତ୍ୟିକା ଯଶୋଧାରା ମିଶ୍ର

ନୂଆଦିଲ୍ଲୀ: ଓଡ଼ିଆ ସାହିତ୍ୟର ଜଣାଶୁଣା ସାହିତ୍ୟିକା ଯଶୋଧାରା ମିଶ୍ରଙ୍କୁ ୨୦୨୦ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଦିଆଯିବ। ଯଶୋଧାରଙ୍କ ପୁସ୍ତକ ‘ସମୁଦ୍ରକୂଳ ଘର’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ। ଯଶୋଧାରାଙ୍କୁ ପୁରସ୍କାର ସ୍ୱରୂପ ତାମ୍ର ଫଳକ ସହ ଏକ ଲକ୍ଷ ଟଙ୍କା ଦିଆଯିବ। ସୂଚନା ମୁତାବକ ଯଶୋଧାରାଙ୍କ ପୁସ୍ତକ ‘ସମୁଦ୍ରକୂଳ ଘର’ ଜୁରୀ ମେମ୍ବରଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ଓ ସର୍ବାଧିକ ସମର୍ଥନ ପାଇଥିଲା। ଆଉ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ଡ.ଚନ୍ଦ୍ରଶେଖର କମ୍ବାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଦେବାକୁ ସମ୍ମତି ପ୍ରକାଶ କରିଛନ୍ତି। ଉଲ୍ଳେଖଥାଉ କି ଜୁରୀ ମେମ୍ବରରେ ଡ଼.ବୀଣାପାଣି ମହାନ୍ତି, ଡ଼.ପ୍ରତିଭା ଶତପଥୀ ଓ ଶ୍ରୀ ରମାକାନ୍ତ ରଥ ଥିଲେ।

Share Now:

Kalinga News Beuro

Next Post

ପବିତ୍ର ‘ଯୋଗ ନଦୀ’ ଏବେ ପୂତିଗନ୍ଧମୟ ନର୍ଦ୍ଦମା: କଂକ୍ରିଟ୍‌ ଜଙ୍ଗଲରେ ହଜିଗଲା ଅସ୍ତିତ୍ବ

Tue Aug 24 , 2021
ଖଣ୍ଡଗିରି: ଏକଦା ଚିରସ୍ରୋତା କ୍ଷୁଦ୍ର ଝରଣାଟି ଥିଲା ଯୋଗୀମୁନିଙ୍କୁ ସ୍ନାନପୀଠ। ଖଣ୍ଡଗିରି ଉଦୟଗିରିରେ ଯୋଗ ସାଧନ କରୁଥିବା ଯୋଗ ପୁରୁଷମାନଙ୍କ ସ୍ନାନ ଶୌଚର କ୍ଷେତ୍ର। ଏହାର ଜଳ ଥିଲା ବେଶ୍ ନିର୍ମଳ ଓ ପବିତ୍ର। ଏହି ଝରଣା କୂଳେକୂଳେ ଥିଲା ଶସ୍ୟ କ୍ଷେତ। ଫଳୁଥିଲା ସୁନାର ଫସଲ। ଲୋକେ ଏହି ଝରଣାକୁ ଏକ ପବିତ୍ର ନଦୀ ଭାବେ ଗ୍ରହଣ କରିନେଇଥିଲେ। ପୂଜା କରୁଥିଲେ। ଉଦୟଗିରି ତଳେ ବରମୁଣ୍ଡା ଦେଇ ବହି […]
ପବିତ୍ର ‘ଯୋଗ ନଦୀ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial