ରାଜଧାନୀରେ ଦୁଇଟି ସ୍ଥାନରେ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର : ରାଜଧାନୀରେ ଆଜି ବିଏମ୍‌ସି ପକ୍ଷରୁ ଦୁଇଟି ସ୍ଥାନରେ ଉଚ୍ଛେଦ କରାଯାଇଛି। ଗୋଟିଏ ଉଚ୍ଛେଦ ଷ୍ଟୁଆର୍ଟ ସ୍କୁଲ ଛକରୁ ଡେଲ୍‌ଟା ପର୍ଯ୍ୟନ୍ତ ହୋଇଥିବା ବେଳେ ଅନ୍ୟଟି ପଟିଆ ମୌଜାରେ ଥିବା ସରକାରୀ ଜାଗା ଜବରଦଖଲମୁକ୍ତ କରାଯାଇଛି। ଷ୍ଟୁଆର୍ଟ ସ୍କୁଲ ଛକରୁ ଡେଲ୍‌ଟା ଛକ ଓ ସିଆରପିଏଫ୍‌ ଛକରେ ରାସ୍ତାର ଦୁଇ ପାଖରେ ବେଆଇନଭାବେ ଗଢ଼ି ଉଠିଥିବା ଜବରଦଖଲକୁ ଆଜି ହଟାଇ ଦିଆଯାଇଛି। ୨୬ଟି ଆଜବେଷ୍ଟସ୍‌ ଓ ୧୨୮ଟି ପଲିଥିନ ଘେରା ଦୋକାନକୁ ଭାଙ୍ଗି ଦିଆଯାଇଛି। ଗୋଟିଏ ବୁଲଡୋଜର୍‌ ଉଚ୍ଛେଦ କାର୍ଯ୍ୟରେ ଲାଗିଥିଲା।

ସେହିପରି ଇନଫୋସିଟି ଥାନା ଅଧୀନ ପଟିଆ ମୌଜାରେ ଥିବା ଦୁଇଟି ସରକାରୀ ଜାଗାକୁ ମଧ୍ୟ ଆଜି ଜବରଦଖଲ ମୁକ୍ତ କରାଯାଇଛି। ଏଠାରେ ୧୦୦ଫୁଟ୍‌ର ତାରବାଡ଼ ଘେରା ଏକ ଆଜବେଷ୍ଟସ୍‌ ଘର ଓ ୧୩୦ଫୁଟ୍‌ର ଏକ ପଥର ପାଚେରିକୁ ବସ୍‌ ଟର୍ମିନାଲ ସମେତ ଡିପୋ ପାଇଁ ଉଚ୍ଛେଦ କରାଯାଇଛି। ଉଚ୍ଛେଦ ସ୍ଥଳରେ ବିଏମ୍‌ସି, ବିଡିଏ ଓ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

Share Now:

Kalinga News Beuro

Leave a Reply

Next Post

ଭଡ଼ା ଘରେ ସେକ୍ସ ରାକେଟ୍‌, କିଙ୍କପିନ୍‌ ଗିରଫ

Fri May 11 , 2018
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ଓମବିହାରରେ ଏକ ଭଡ଼ା ଘରେ ଚାଲିଥିଲା ସେକ୍ସ କାରବାର। କୌଣସି ସୂତ୍ରରୁ ଖବର ପାଇ ଗୋସାଇଁନୂଆଗାଁ ଥାନା ପୋଲିସ ଚଢ଼ାଉ କରି କିଙ୍କପିନ୍‌ଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଏହାଛଡ଼ା ଜଣେ ଦେହଜୀବୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ସେ ପଶ୍ଚିମବଙ୍ଗରର ବୋଲି ଜଣାପଡ଼ିଛି। ଏହି ଘରେ ଦୀର୍ଘ ଦିନ ଧରି ସେକ୍ସ ରାକେଟ୍‌ ଚାଲିଥିବା ପୋଲିସ ଜାଣିବାକୁ ପାଇଛି। ଚଢ଼ାଉ ସମୟରେ ମୁଖ୍ୟ ଅଭିଯୁକ୍ତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial