କାବୁଲ ବିମାନବନ୍ଦରରେ ଆତ୍ମଘାତୀ ବୋମା ବିସ୍ଫୋରଣ : ୩ ଆମେରିକୀୟ ସୈନ୍ୟ ଆହତ

ଆତ୍ମଘାତୀ ବୋମା ବିସ୍ଫୋରଣ

କାବୁଲ : କାବୁଲର ହାମିଦ କାର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦରର ଆବେ ଗେଟ୍ ନିକଟରେ ଆଜି ସଂଧ୍ୟାରେ ଦୁଇଟି ବଡ଼ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ତେବେ ଏହି ବିସ୍ଫୋରଣରେ କେତେ ଜଣ ମୃତାହତ ହୋଇଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏହି ବିସ୍ଫୋରଣ ସମ୍ପର୍କରେ ପେଣ୍ଟାଗନ ମୁଖପାତ୍ର ଜନ କର୍ବି ଟ୍ବିଟ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ମୃତାହତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ ଓ ଆଗକୁ ଏ ସମ୍ପର୍କରେ ଅଧିକ ତଥ୍ୟ ଆସିଲେ ଦିଆଯିବ। ଆଜି ହୋଇଥିବା ବିସ୍ଫୋରଣକୁ ଏକ ଆତ୍ମଘାତୀ ବିସ୍ଫୋରଣ ବୋଲି କୁହାଯାଉଛି। ଏହି ଘଟଣାରେ ୩ ଜଣ ଆମେରିକୀୟ ସୈନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଆଫଗାନିସ୍ତାନକୁ ତାଲିବାନ ଅଧିକାର କରିବା ପରେ ହଜାର ହଜାର ଆଫଗାନ ଲୋକ ଦେଶ ଛାଡ଼ି ଚାଲିଯିବାକୁ ଉଦ୍ୟମ କରୁଛନ୍ତି। ଫଳରେ କାବୁଲ ବିମାନବନ୍ଦରରେ ଏବେ ପ୍ରବଳ ଗହଳି ରହିଛି। ଏ ପରିସ୍ଥିତିରେ ଆଜି ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ଅନେକ ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି। କିଛି ଦିନ ତଳେ ଆମେରିକାର ଗୁଇନ୍ଦା ସଂସ୍ଥା କାବୁଲ ବିମାନବନ୍ଦରରେ ବିସ୍ଫୋରଣ ହୋଇପାରେ ବୋଲି ସତର୍କତା ଜାରି କରିଥିଲା।

Share Now:

Kalinga News Beuro

Next Post

ପାଣି ବୋତଲ ୩ ହଜାର ଟଙ୍କା,ଭାତ ପ୍ଲେଟ ପିଛା ୭ ହଜାର : କାବୁଲ ବିମାନବନ୍ଦରର ରହିଛି ଏଭଳି ମୂଲ୍ୟ

Thu Aug 26 , 2021
କାବୁଲ: ତାଲିବାନର ଆତଙ୍କରୁ ରକ୍ଷା ପାଇବା ପାଇଁ ଆଫଗାନିସ୍ତାନ ଛାଡିବା ଆଶାରେ କାବୁଲ ବିମାନବନ୍ଦରରେ ପହଞ୍ଚୁଥିବା ଲୋକମାନେ ଭୋକ ଓ ଶୋଷରେ ମରୁଛନ୍ତି। କାରଣ ଖାଦ୍ୟ ଏବଂ ପାନୀୟ ସାମଗ୍ରୀ ବିମାନବନ୍ଦର ବାହାରେ ଅଧିକ ମୂଲ୍ୟରେ ବିକ୍ରି ହେଉଛି। କେବଳ ଏତିକି ନୁହେଁ, ଦୋକାନୀମାନେ ଆଫଗାନିସ୍ତାନ ମୁଦ୍ରା ବଦଳରେ ଡଲାର ଦାବି କରୁଛନ୍ତି। ଯଦିଓ ଆମେରିକୀୟ ଏବଂ ବ୍ରିଟିଶ ସୈନିକମାନେ ବିମାନବନ୍ଦରରେ ପହଞ୍ଚୁଥିବା ଲୋକଙ୍କୁ ସାହାଯ୍ୟ କରୁଛନ୍ତି, ତଥାପି ପର୍ଯ୍ୟାପ୍ତ […]
ପାଣି ବୋତଲ ପିଛା ୩ ହଜାର ଟଙ୍କା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial