ଦେଶୀ ବୋମା ସହିତ ବନ୍ଧୁକ ଜବତ: ୨ ଗିରଫ

ଦେଶୀ ବୋମା ସହିତ ବନ୍ଧୁକ ଜବତ


ଦେବଗଡ଼: ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ଵାର୍ଡ ଗତକାଲି ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ପଥୁରିଆନାଳି ଓ ମିଞ୍ଜାରୀବାହାଳ ଗ୍ରାମରେ ଚଉ କରି ଦେଶୀ ବୋମା ଓ ୨ ବନ୍ଧୁ ଜବତ କରିଛି। ଉକ୍ତ ଘଟଣାରେ ପଥୁରିଆନାଳି ଗ୍ରାମର କରୁଣା ଖୁଣ୍ଟିଆ ଓ ମେଞ୍ଜାରିବାହାଳ ଗ୍ରାମର ସୁଦନ ପ୍ରଧାନଙ୍କୁ ଗିରଫ କରାଯାଇଥିବା ବେଳେ ଅଭିଯୁକ୍ତମାନେ କୌଣସି ଅପରାଧିକ ସଂଗଠନ ସହ ଜଡିତ କି ନାହିଁ ଓ ବେଆଇନ ବୋମା ଏବଂ ବନ୍ଧୁକକୁ କେଉଁ ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ସେମାନେ ରଖିଥିଲେ । ସେନେଇ ଅଧିକ ତଦନ୍ତ ଜାରି ରହିଥିବା ନେଇ ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରିଆମାଳ ଥାନାଞ୍ଚଳରେ ବେଆଇନ ବନ୍ଧୁକ ରହିଥିବା ସୂଚନା ପାଇ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ଵାର୍ଡ ଗତକାଲି ରାତିରେ ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ପଥୁରିଆନାଳି ଓ ମେଞ୍ଜାରିବାହାଳ ଗ୍ରାମରେ ଚଢ଼ଉ କରିଥିଲେ। ଏହି ସମୟରେ ଅଭିଯୁକ୍ତଙ୍କ ନିକଟରୁ ୧୫ରୁ ଊର୍ଦ୍ଧ୍ୱ ବୋମା ଓ ୨ଟି ଦେଶୀ ବନ୍ଧୁକ ଜବତ କରିବା ସହ ଉଭୟଙ୍କୁ ଗିରଫ କରିଥିଲେ। ଉଭୟଙ୍କ ବିରୁଦ୍ଧରେ ରିଆମାଳ ଥାନାରେ ପୃଥକ ପୃଥକ ମାମଲା ରୁଜୁ କରାଯାଇଛି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡିଏସପି(ଡିଆଇବି) ପ୍ରଦୀପ କେରକେଟା, ଏସଡିପିଓ ଶ୍ରୀ ମହାପାତ୍ର ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ଅଭିନେତା ବବି ମିଶ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ : ନୟାପଲ୍ଲୀ ଥାନାରେ ଅଟକ

Sat Aug 28 , 2021
ଭୁବନେଶ୍ବର: ଓଡ଼ିଆ ସିନେ ଜଗତର ଜଣାଶୁଣା ଅଭିନେତା ବବି ମିଶ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିବା ପରେ ତାଙ୍କୁ ଥାନାରେ ପହଞ୍ଚିଥିବାର ଖବର ମିଳିଛି। ମଦ ପିଇ ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଳଜ କରିଥିବା ଅଭିଯୋଗରେ ନୟାପଲ୍ଲୀ ଥାନାରେ ଅଭିନେତା ବବି ମିଶ୍ରଙ୍କ ନାଁରେ ଅଭିଯୋଗ କରିଛନ୍ତ ପଡ଼ୋଶୀ। ତାଙ୍କର ଅଭିଯୋଗ ଅନୁଯାୟୀ, ମଦ ନିଶାରେ ବନ୍ଧୁକ ଦେଖାଇ ତାଙ୍କ ପତ୍ନୀଙ୍କୁ ବାହା ହେବା ପାଇଁ ଜିଦ […]
ଅଭିନେତା ବବି ମିଶ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial