ଅଭିନେତା ଅରମାନ କୋହଲିଙ୍କୁ ଗିରଫ କଲା ଏନସିବି

ଅଭିନେତା ଅରମାନ କୋହଲି ଗିରଫ-1

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ଦୀର୍ଘ ପଚରାଉଚରା ପରେ ଅଭିନେତା ଅରମାନ କୋହଲିଙ୍କୁ ଏନସିବି ଗିରଫ କରିଛି। ଶନିବାର ସନ୍ଧ୍ୟାରେ ଏନସିବି ଅରମାନ କୋହଲିଙ୍କ ଘରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ତାଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିଲା। ଏନସିବି ମୁତାବକ, ଅରମାନଙ୍କୁ ସାମ୍ନାସାମ୍ନୀ ବସାଇ ପଚରାଉଚରା କରାଯିବ। ଏଥିସହିତ ଏହି ଘଟଣାରେ ବଲିଉଡର ଆଉ କିଏ କିଏ ସାମିଲ ଅଛନ୍ତି ତାହାକୁ ନେଇ ବି ତଦନ୍ତ କରାଯିବ। ଏଥିପାଇଁ ଏନସିବି କୋର୍ଟରୁ ଅରମାନଙ୍କ ଅଧିକରୁ ଅଧିକ ରିମାଣ୍ଡ ନେବାକୁ ଚେଷ୍ଟା କରିବ। ଅରମାନ ଗିରଫ ହେବା ପରେ ଏହି ଘଟଣାରେ ସମ୍ପୃକ୍ତ ଆହୁରି କେତେଜଣ ଗିରଫ ହେବାର ସମ୍ଭାବନା ରହିଛି। ଅଗଷ୍ଟ ୨୮ ସକାଳେ ଏନସିବି ହାଜି ଅଲ୍ଲି ନିକଟରେ ଚଢ଼ାଉ କରିଥିଲା। ଏଠାରୁ ଜଣେ ବଡ଼ ଡ୍ରଗ୍ସ ଚାଲାଣକାରୀ ଅଜୟ ରାଜୁ ସିଂହଙ୍କୁ ଗିରଫ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଅଜୟଙ୍କ ଠାରୁ ୨୫ ଗ୍ରାମର ଏମଡି ଜବତ ହୋଇଥିଲା। ଅଜୟ ରାଜୁ ସିଂହଙ୍କୁ ଗିରଫ ଓ ପଚରାଉଚରା ପରେ ଏନସିବି ଆଗକୁ ଯାଞ୍ଚ ଆରମ୍ଭ କରି ଅଭିନେତା ଅରମାନ କୋହଲିଙ୍କ ଘର ଉପରେ ଚଢ଼ାଉ କରି ଡ୍ରଗ୍ସ ଜବତ କରିଥିଲା।

Share Now:

Kalinga News Beuro

Next Post

୨୪ ଘଣ୍ଟା ଭିତରେ ୫ରୁ ଉର୍ଦ୍ଧ୍ବ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Sun Aug 29 , 2021
ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପ୍ରବଳବର୍ଷା ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଆଦି ଜିଲ୍ଲା ରହିଛି। ଉକ୍ତ ଜିଲ୍ଲାଗୁଡ଼ିକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି, ରାୟଗଡ଼ା, କଳାହାଣ୍ଡି, ମାଲକାନଗିରି, କୋରାପୁଟ, କନ୍ଧମାଳ, ନବରଙ୍ଗପୁର. […]
୫ରୁ ଉର୍ଦ୍ଧ୍ବ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial