ପୁଲିସ ମହାନିର୍ଦ୍ଦେଶକଙ୍କ ଦ୍ୱାରା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ସମେତ ମୃତ କୋଭିଡ ଯୋଦ୍ଧାଙ୍କ ପରିବାର ହେଲେ ସମ୍ବର୍ଦ୍ଧିତ

କୋଭିଡ ଯୋଦ୍ଧାଙ୍କ ପରିବାରକୁ ସମ୍ବର୍ଦ୍ଧିତ-1

ରାଉରକେଲା: ପ୍ରଶଂସନୀୟ ସେବା ପ୍ରଦାନ କରିଥିବା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ସମେତ ‌କୋଭିଡ୍‌ରେ ମୃତ୍ୟୁବରଣ କରିଥିବା କୋଭିଡ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି ସମ୍ବର୍ଦ୍ଧିତ କରିଛନ୍ତି। ସ୍ଥାନୀୟ ସିଭିକ୍‌ ସେଣ୍ଟର୍‌ରେ ଅନୁଷ୍ଠିତ ଏକ ଉତ୍ସବରେ ‘ଡିଜିପି ଡିସ୍କ’ ପୁରସ୍କାର ପ୍ରଦାନ କରାଯାଇଥିଲା। ୬ ପୁଲିସ ଜିଲ୍ଲା ଯଥା ରାଉରକେଲା, ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର ଓ ବରଗଡର ୪୪ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ୪ଜଣ କୋଭିଡ୍‌ ଯୋଦ୍ଧାଙ୍କ ପରିବାର ମଧ୍ୟ ସାମିଲ ଥିଲେ। କାର୍ଯ୍ୟକ୍ରମରେ ଏଡିଜି, ପଶ୍ଚିମାଞ୍ଚଳ ଆଇଜି, ରାଉରକେଲା ଏସ୍‌ପିଙ୍କ ସମେତ ଅନ୍ୟ ୫ ପୁଲିସର ଜିଲ୍ଲାର ଏସ୍‌ପି ଯୋଗଦେଇଥିଲେ। ଡିଜିପି ଡିସ୍କ ପାଇଥିବା ମୃତ ପୁଲିସ କର୍ମଚାରୀମାନେ ହେଉଛନ୍ତି ଝାରସୁଗୁଡା ପୁଲିସ ଜିଲ୍ଲାର ଏସ୍‌ଆଇ ରାଜକିଶୋର ସାମଦ, ଓଏସ୍‌ଏପି ଦ୍ବିତୀୟ ବାଟାଲିୟନ(ଝାରସୁଗୁଡ଼ା) ଡେପୁଟି ସବ୍‌ ଇନ୍ସପେକ୍ଟର ଡାଇମୋଣ୍ଡ୍‌ ତମାଙ୍ଗ, ବରଗଡ଼ର ଏଏସ୍ଆଇ ମନୋଜ କୁମାର ହୋତା, ରାଉରକେଲାର ହାବିଲଦାର ନାରାୟଣ ଚନ୍ଦ୍ର ସେଠୀ, ଡ୍ରାଇଭର ହାବିଲଦାର ବେଲହାମ୍‌ ମିଞ୍ଜ, ସମ୍ବଲପୁର କନେଷ୍ଟବଳ ପାତ୍ରାସ ତିଗ୍‌ଗା, ରାଉରକେଲା ଏସ୍‌ଆର୍‌ପି କନେଷ୍ଟବଳ ଶ୍ରୀମନ୍ତ ପାତ୍ର। ଏହାସହ କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ରାଉରକେଲା କନେଷ୍ଟବଳ ସ୍ବର୍ଗତ ଲରେନ୍ସ ଏକ୍କା, ସୁନ୍ଦରଗଡ଼ର କନେଷ୍ଟବଳ ସ୍ବର୍ଗତ କିଶୋର କୁମାର ମିଞ୍ଜ, ବିଜୟ କିଣ୍ଡୋଙ୍କ ପରିବାରକୁ ମଧ୍ୟ ଡିଜିପି ଡିସ୍କ ପ୍ରଦାନ କରାରାଯାଇଥିଲା।
ପୁଲିସ ସେବା ପାଇଁ ଡିଜିପି ଡିସ୍କ ପାଇଥିବା ଅଧିକାରୀମାନେ ହେଉଛନ୍ତି ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୁ, ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର, ସମ୍ବଲପୁର ପ୍ରଥମ ଏସ୍‌ଏସ୍‌ବିଏନ୍‌ର କମାଣ୍ଡାଣ୍ଟ ଆଶିଶ କୁମାର ଦୁବେ, ୪ ର୍ଥ ବାଟାଲିୟନ ରାଉରକେଲାର କମାଣ୍ଡାଣ୍ଟ ବ୍ରଜ କିଶୋର ମିଶ୍ର, ବରଗଡ଼ ପଦ୍ମପୁର ଏସ୍‌ଡିପିଓ ପ୍ରଦୀପ ସାହୁ, ସୁନ୍ଦରଗଡ଼ ଇନ୍ସପେକ୍ଟର ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି, ସୁଶାନ୍ତ କୁମାର ପରିଡା, ରାଉରକେଲା ସୁବେଦାର ସୁରଜ ଠାକୁର, ବରଗଡ଼ ଇନ୍ସପେକ୍ଟର ରୋଜାଲିନ୍‌ ପଟେଲ, ୪ର୍ଥ ବାଟାଲିୟନ(ରାଉରକେଲା)ର ସୁବେଦାର ଶ୍ରୀକାନ୍ତ ବେହେରା, ରାଉରକେଲା ଏସ୍‌ଆଇ ବିକାଶ ରଞ୍ଜନ ସ୍ବାଇଁ, ଝାରସୁଗୁଡ଼ା ଏସ୍‌ଆଇ ପ୍ରଦ୍ୟୁନ୍ନ କୁମାର ସ୍ବାଇ୍ଁ, ରାଉରକେଲା କନେଷ୍ଟବଳ ରଞ୍ଜନ କୁମାର ସାହୁ, ସମ୍ବଲପୁର କନେଷ୍ଟବଳ ପ୍ରଣବାନନ୍ଦ ‌କେଟ୍ଟି, ଝାରସୁଗୁଡ଼ା କନେଷ୍ଟବଳ ନରେଶ ଚୌଧୁରୀ, ରାଉରକେଲା ଓଏପିଏପ୍‌/୩ର ଜେମ୍‌ସ ମୁଣ୍ଡା, ସମ୍ବଲପୁର ଏସ୍‌ଆଇ ଧବଳେଶ୍ବର ସାହୁ, ବରଗଡ଼ ଏଏସ୍ଆଇ ଦୀପ୍ତିମୟୀ ମିଶ୍ର, ସୁନ୍ଦରଗଡ କନେଷ୍ଟବଳ /୭୨୯ ମନୋଜ ତ୍ରିପାଠୀ, ବୁର୍ଲାର ଡେପୁଟି କମାଣ୍ଡାଣ୍ଟ ଶ୍ରୀପ୍ରସାଦ ତମାଙ୍ଗ, କେନ୍ଦୁଝର ଡିଏସ୍‌ପି ହିମାଂଶୁ ‌ଭୂଷଣ ବେହେରା, ସୁନ୍ଦରଗଡ଼ ଭିଜିଲାନ୍ସ ୟୁନିଟ୍‌ର ଡିଏସ୍‌ପି ସୁଧାଂଶୁ ଶେଖର ପୂଜାରୀ, ସମ୍ବଲପୁର ଭିଜିଲାନ୍ସର ଡେପୁଟି ସୁପରିନ୍‌ଟେଣ୍ଡେଣ୍ଟ ସଦାନନ୍ଦ ପାଣି, ସୁନ୍ଦରଗଡ଼ର ଏଏସ୍ଆଇ ଲିଙ୍ଗରାଜ ସାହୁ, ରାଉରକେଲା କନେଷ୍ଟବଳ ବିଶ୍ବଜିତ୍‌ କେଶରୀ, ବରଗଡର କନେଷ୍ଟବଳ ଶିବ ପ୍ରସାଦ ସାହୁ, ସୁରେନ୍ଦ୍ର ମାଝି, ସମ୍ବଲପୁର ଅତିରିକ୍ତ ଡ୍ରାଇଭର ଉମାକାନ୍ତ ନାୟକ ଓଏସ୍‌ଏପି ଦ୍ବିତୀୟ ବାଟାଲିୟନ ଝାରସୁଗୁଡାର ସହକାରୀ କମାଣ୍ଡାଣ୍ଟ ଦିଲୀପ ସାହୁ, କେନ୍ଦୁଝର ରିଜର୍ଭ ଇନ୍ସପେକ୍ଟର ବିମଲ ଚନ୍ଦ୍ର ରାଉତ, ସୁନ୍ଦରଗଡ଼ ଏସ୍‌ଆଇ ଶ୍ୟାମଲାଲ ଓରାମ, କେନ୍ଦୁଝର ସବ୍‌ ଇନ୍ସପେକ୍ଟର ମନୋରଞ୍ଜନ ବିଶି, ବରଗଡ଼ ଏସ୍‌ଆଇ ସୌମ୍ୟକାନ୍ତ ବଳିୟାର ସିଂ, ବିଟିଆଇ ବୁର୍ଲାର ଡେପୁଟି ସୁବେଦାର ଅର୍ନ୍ତଯ୍ୟାମୀ ସାହୁ।

Share Now:

Kalinga News Beuro

Next Post

ୱେବ୍‌ ପୋର୍ଟାଲ ନାଁରେ ଅପହରଣ ଓ ଟଙ୍କା ଆଦାୟର ପର୍ଦ୍ଦାଫାସ୍‌: ସାମ୍ବାଦିକା ସମେତ ୫ ବନ୍ଧା ହେଲେ

Sun Aug 29 , 2021
ମାଷ୍ଟରମାଇଣ୍ଡ୍ ରାଜ୍ ଓ ୩ ସହଯୋଗୀ ଫେରାର୍‌,ସାମ୍ବାଦିକାଙ୍କୁ ତଡ଼ିପାର୍ କରାଯିବ: ଡିସିପି ଭୁବନେଶ୍ବର/ବାରଙ୍ଗ : ‘ତୁ ହେଲୁ ଆମର ୨୮ ନମ୍ବର ଶିକାର। ତୋରି ପାଇଁ ଆମର ଖଣିମାଲିକ ସହ ହୋଇଥିବା କୋଟିଏ ଟଙ୍କାର ଡିଲ୍ ବାତିଲ ହୋଇଗଲା। ତେଣୁ ତମେ ଦି’ଟା ୫ ଲକ୍ଷ ଲେଖାଏଁ ମୋଟ ୧୦ ଲକ୍ଷ ଦେଲେ ଏଠାରୁ ଛାଡ଼ ପାଇବ। ନଚେତ୍ ଏଠାରୁ ଯାଇପାରିବନି। ସେମିତିରେ ମାସକୁ ମାସ ଥାନାକୁ ମୁଁ ଲକ୍ଷଲକ୍ଷ […]
ସାମ୍ବାଦିକା ସମେତ ୫ ବନ୍ଧା ହେଲେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial