ଆଉ ନାହାନ୍ତି ଲୋକପ୍ରିୟ ଟେଲି-ଅଭିନେତା ସିଦ୍ଧାର୍ଥ ଶୁକ୍ଲା

ପରଲୋକରେ ଅଭିନେତା ସିଦ୍ଧାର୍ଥ ଶୁକ୍ଲା

ମୁମ୍ବାଇ: ଲୋକପ୍ରିୟ ଅଭିନେତା ତଥା ମଡେଲ ସିଦ୍ଧାର୍ଥ ଶୁକ୍ଲାଙ୍କର ଆଜି ପରଲୋକ ଘଟିଛି। ହୃଦଘାତ ଯୋଗୁଁ ମାତ୍ର ୪୦ବର୍ଷ ବୟସରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୁମ୍ବାଇର କୁପର ହସ୍ପିଟାଲକୁ ସିଦ୍ଧାର୍ଥଙ୍କୁ ଚିକିତ୍ସା ଲାଗି ଅଣାଯିବା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ବୋଲି ହସ୍ପିଟାଲ୍ ସୂତ୍ରରୁ ପ୍ରକାଶ। ରିୟଲିଟି ସୋ’ ବିଗବସ୍ ସିଜନ ୧୩ର ବିଜେତା ସିଦ୍ଧାର୍ଥ ଜଣେ ମଡେଲ୍ ଭାବେ କ୍ୟାରୟର ଆରମ୍ଭ କରିଥିଲେ। ଏହାପରେ ସେ ଟେଲି-ଧାରାବାହିକ ଜରିଆରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ତାଙ୍କ ଅଭିନୀତ ପ୍ରଥମ ଧାରାବାହିକ ଥିଲା ‘ବାବୁଲକା ଆଙ୍ଗନ୍ ଛୁଟେ ନା…’। ତେବେ ‘ବାଳିକା ବଧୂ’ ଧାରାବାହିକରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ସେ ଲୋକପ୍ରିୟତା ଅର୍ଜନ କରିଥିଲେ। ମୁମ୍ବାଇରେ ୧୨ ଡିସେମ୍ବର ୧୯୮୦ରେ ଜନ୍ମ ଗ୍ରହଣ କରିଥିଲେ ସେ। ୨୦୦୮ରେ ପ୍ରସାରିତ ‘ବାବୁଲକା ଆଙ୍ଗନ ଛୁଟେ ନା’ ଟେଲି-ଧାରାବାହିକରେ ତାଙ୍କୁ ପ୍ରଥମେ ଦେଖିବାକୁ ମିଳିଥିଲା ଓ ଦର୍ଶକ ପସନ୍ଦ କରିଥିଲେ। କିନ୍ତୁ ‘ବାଳିକା ବଧୂ’ ସିଦ୍ଧାର୍ଥଙ୍କୁ ନୂଆ ପରିଚୟ ଦେଇଥିଲା ଓ ଏହା ଜରିଆରେ ଦେଶର ଘରେ ଘରେ ସେ ଚିହ୍ନାଚେହେରା ପାଲଟିଥିଲେ। ଏହାପରେ ସେ ବିଗବସ୍ ୧୩ର ବିଜେତା ବନି ଚର୍ଚ୍ଚାର ପରିସରକୁ ଆସିଥିଲେ। ଏଥିସହ ସେ ଟେଲି-ଧାରାବାହିକ ‘ଜାନେ ପେହେଚାନେ ସେ….‌ୟେ ଅଜନବୀ’, ‘ଲଭ ୟୁ ଜିନ୍ଦଗୀ’ ଏବଂ ‘ଝଲକ ଦିଖଲା ଯା-୬’, ‘ଫିୟର ଫାକ୍ଟର: ଖତରୋଁକି ଖିଲାଡ଼ି-୭’ ଆଦି ରିୟଲିଟି ସୋ’ରେ କାମ କରିଥିଲେ। କରନ ଜୋହରଙ୍କ ପ୍ରଯୋଜିତ ଫିଲ୍ମ ‘ହମ୍ପଟି ଶର୍ମାକି ଦୁଲହନିଆ’ ଜରିଆରେ ବଲିଉଡରେ ପାଦ ରଖିଥିଲେ ସିଦ୍ଧାର୍ଥ। ସିଦ୍ଧାର୍ଥ ଜଣେ ଇଣ୍ଟରନେଟ୍ ସେନସେନ୍ ଥିଲେ ଓ ତାଙ୍କର ବହୁ ପ୍ରଶଂସକ ରହିଛନ୍ତି। ଆଜି ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବଲିଉଡ ଓ ଟେଲି-ଶିଳ୍ପରେ ଶୋକର ଛାୟା ଖେଳିଯାଇଛି। ଅଭିନେତା ମନୋଜ ବାଜପାୟୀ, କପିଲ୍ ଶର୍ମା ଓ ହିତେନ୍ ତେଜୱାନୀ ପ୍ରମୁଖ ଖବର ଶୁଣିବା ମାତ୍ରେ ଟୁଇଟ୍ କରି ଶୋକବ୍ୟକ୍ତ କରିଛନ୍ତି।

Share Now:

Kalinga News Beuro

Next Post

ବିଦ୍ୟୁତ୍ ଗ୍ରିଡରୁ ଚୋରିକରି ପୋଡ଼ିଗଲେ ଦୁଇ ଯୁବକ : ବର୍ତ୍ତିଗଲେ ଛଅ

Thu Sep 2 , 2021
ରାଉରକେଲା : ଓପିଟିସିଏଲ ଗ୍ରିଡରୁ ଚୋରି କରିବା ଦୁଇ ଚୋରକୁ ମହଙ୍ଗା ପଡ଼ିଛି। ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଚୋର ଜଳି ଯାଇଛନ୍ତି। ଦୁହିଁଙ୍କ ଶରୀରର ୭୦ ପ୍ରତିଶତ ଜଳିଯାଇଛି। ସେମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲର ବର୍ନ ସେଣ୍ଟରରେ ଭର୍ତ୍ତି କରାଯାଇଛି। ଗୁରୁତର ଦୁହେଁ ହେଲେ ଉଦିତନଗର ଶୀତଳପଡ଼ାର ଚିକୁ ଚୌଧୁରୀ ଓ ବାସନ୍ତି ମାଲଗୋଦାମର ପିଣ୍ଟୁ ରାମ। ଅନ୍ୟ ଛଅ ଚୋର ଅଳ୍ପକେ […]
ବିଦ୍ୟୁତ୍ ଗ୍ରିଡରୁ ଚୋରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial