ତାଲିବାନ ଆତଙ୍କବାଦୀ ହୈବତୁଲ୍ଲା ଅଖୁନ୍ଦଜାଦା ଆଫଗାନିସ୍ତାନ ସରକାରର ମୁଖ୍ୟ ହେବା ସୁନିଶ୍ଚିତ

ହୈବତୁଲ୍ଲା ଅଖୁନ୍ଦଜାଦା

କାବୁଲ୍‌: ସର୍ବୋଚ୍ଚ ନେତା ହୈବତୁଲ୍ଲା ଅଖୁନ୍ଦଜାଦା ନୂତନ ଆଫଗାନିସ୍ତାନ ସରକାରର ମୁଖ୍ୟ ହେବେ ବୋଲି ବୁଧବାର ଦିନ ତାଲିବାନ୍ ସୂଚନା ଦେଇଛି। ଆଫଗାନିସ୍ତାନର ପରବର୍ତ୍ତୀ ସରକାରରେ ପ୍ରଧାନମନ୍ତ୍ରୀ ପଦ ରହିବ ବୋଲି ମଧ୍ୟ ସୂଚନା ମିଳୁଥିବା କଥା ‘ଟୋଲୋ ନିଉଜ୍‌’ ରିପୋର୍ଟ କରିଛି। ‘ତାଲିବାନ୍‌ କଲ୍‌ଚୁରାଲ୍‌ କମିସନ୍‌’ର ଅନ୍ୟତମ ସଦସ୍ୟ ଅନାମୁଲ୍ଲା ସମନଗନି ସୂଚନା ଦେଇଛନ୍ତି, ତାଲିବାନ୍‌ ନେତା ମୁଲ୍ଲା ହୈବତୁଲ୍ଲା ଅଖୁନ୍ଦଜାଦା ନୂତନ ସରକାରର ମୁଖ୍ୟ ହେବେ। ସେ ଆହୁରି ମଧ୍ୟ କହିଛନ୍ତି, ଘୋଷଣା କରାଯିବାକୁ ଥିବା ଇସ୍‌ଲାମୀୟ ସରକାର ହେବ ଜନତାଙ୍କ ପାଇଁ ଗୋଟାଏ ଆଦର୍ଶ ସରକାର। ଉକ୍ତ ସରକାରରେ ‘ବିଶ୍ବସ୍ତ କମାଣ୍ଡର୍‌’ଙ୍କ (ଅଖୁନ୍ଦଜାଦା) ଉପସ୍ଥିତି ସମ୍ବନ୍ଧରେ ସନ୍ଦେହ ନାହିଁ। ସେ ହେବେ ସରକାରର ନେତା। ସମ୍ବାଦ ସରବରାହ ସଂସ୍ଥାନ ‘ସ୍ପୁଟ୍‌ନିକ୍’ ରିପୋର୍ଟ କରିଛି ଯେ, ସେପ୍ଟେମ୍ବର ୩ ତାରିଖ ଦିନ ତାଲିବାନ୍ ଆଫଗାନିସ୍ତାନରେ ନୂତନ ସରକାର ଘୋଷଣା କରିବ। ଆଫଗାନିସ୍ତାନ ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା ଲାଗି ଅଗଷ୍ଟ ୩୧ ତାରିଖ ଦିନ ଦୋହାରେ ସ୍ତାନେକ୍ଜାଇ ‘ପିପୁଲ୍ସ୍‌ ରିପବ୍ଲିକ୍‌ ଅଫ୍ ଚାଇନା’ର ରାଷ୍ଟ୍ରଦୂତ ଜୋଉ ଜୈନ୍‌ଙ୍କୁ ଭେଟିଥିଲେ। ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତାଲିବାନ୍‌ ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ ମୁଲ୍ଲା ବରଦରଙ୍କୁ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଭାବରେ ନିଯୁକ୍ତ କରିଛି। ନୂତନ ସରକାର ଗଠନ ସଂକ୍ରାନ୍ତରେ ପରାମର୍ଶ ଚୂଡ଼ାନ୍ତ ହୋଇଥିବା କଥା ତାଲିବାନ୍ କହୁଥିଲେ ମଧ୍ୟ ଶାସନ ବ୍ୟବସ୍ଥାର ନାମକରଣ, ଜାତୀୟ ପତାକା କିମ୍ବା ଜାତୀୟ ସଙ୍ଗୀତ ସମ୍ବନ୍ଧରେ ଆଲୋଚନା ହୋଇ ନାହିଁ ବୋଲି ‘ଟୋଲୋ ନିଉଜ୍‌’ ରିପୋର୍ଟ କରିଛି।

Share Now:

Kalinga News Beuro

Next Post

ସେନା ଯବାନଙ୍କୁ ମାଡ଼ ମାରି ୩ ଝାଡ଼ଖଣ୍ଡ ପୁଲିସ ନିଲମ୍ବିତ

Thu Sep 2 , 2021
ନୂଆଦିଲ୍ଲୀ: ଦିନକ ପୂର୍ବେ ଝାଡ଼ଖଣ୍ଡର ଚତ୍‌ରା ଜିଲ୍ଲାରେ ସ୍ବତନ୍ତ୍ର ଯାଞ୍ଚ ଅଭିଯାନ ଚାଲିଥିବା ସମୟରେ ମାସ୍କ୍‌ ପିନ୍ଧି ନ ଥିବା କାରଣରୁ ସେନାର ଜଣେ ଯବାନଙ୍କୁ ମାରଧର କରିଥିବାରୁ ଗୁରୁବାର ଦିନ ଜଣେ ହେଡ୍‌ କନେଷ୍ଟବଳ ଏବଂ ଅନ୍ୟ ୨ଜଣ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଛି। ବୁଧବାର ଦିନ ମୟୂରହଣ୍ଡ୍‌ ଥାନା ଅଧୀନ କର୍ମାଚୌକ୍‌ ଅଞ୍ଚଳରେ ଘଟଣାଟି ଘଟିଥିଲା। ମୋଟରସାଇକେଲ୍‌ ଚଳାଇ ଯାଉଥିବା ସେନା ଯବାନ୍‌ଜଣଙ୍କୁ ମୟୂରହଣ୍ଡ୍‌ ‘ବ୍ଲକ୍‌ ଉନ୍ନୟନ ଅଧିକାରୀ’ଙ୍କ […]
ସେନା ଯବାନଙ୍କ ଉପରେ ମାଡ଼

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial