ସେନା ଯବାନଙ୍କୁ ମାଡ଼ ମାରି ୩ ଝାଡ଼ଖଣ୍ଡ ପୁଲିସ ନିଲମ୍ବିତ

ସେନା ଯବାନଙ୍କ ଉପରେ ମାଡ଼

ନୂଆଦିଲ୍ଲୀ: ଦିନକ ପୂର୍ବେ ଝାଡ଼ଖଣ୍ଡର ଚତ୍‌ରା ଜିଲ୍ଲାରେ ସ୍ବତନ୍ତ୍ର ଯାଞ୍ଚ ଅଭିଯାନ ଚାଲିଥିବା ସମୟରେ ମାସ୍କ୍‌ ପିନ୍ଧି ନ ଥିବା କାରଣରୁ ସେନାର ଜଣେ ଯବାନଙ୍କୁ ମାରଧର କରିଥିବାରୁ ଗୁରୁବାର ଦିନ ଜଣେ ହେଡ୍‌ କନେଷ୍ଟବଳ ଏବଂ ଅନ୍ୟ ୨ଜଣ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଛି। ବୁଧବାର ଦିନ ମୟୂରହଣ୍ଡ୍‌ ଥାନା ଅଧୀନ କର୍ମାଚୌକ୍‌ ଅଞ୍ଚଳରେ ଘଟଣାଟି ଘଟିଥିଲା। ମୋଟରସାଇକେଲ୍‌ ଚଳାଇ ଯାଉଥିବା ସେନା ଯବାନ୍‌ଜଣଙ୍କୁ ମୟୂରହଣ୍ଡ୍‌ ‘ବ୍ଲକ୍‌ ଉନ୍ନୟନ ଅଧିକାରୀ’ଙ୍କ ନେତୃତ୍ବରେ ସ୍ବତନ୍ତ୍ର ଯାଞ୍ଚ୍ ଅଭିଯାନ ଚଳାଇଥିବା ପୁଲିସ ଟିମ୍‌ ଅଟକାଇଥିଲେ। ଅନ୍ୟୂନ ୩ଜଣ ପୁଲିସ ତାଙ୍କ ଉପରେ ବିଧା ବର୍ଷଣ କରୁଥିବା ଦୃଶ୍ୟସମ୍ବଳିତ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ସର୍ବସାଧାରଣରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଚତ୍‌ରା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ରାକେଶ ରଞ୍ଜନ କହନ୍ତି, ତଦନ୍ତ ପାଇଁ ମୁଁ ମୁଖ୍ୟାଳୟର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ କହିଥିଲି। ଉଭୟ ପକ୍ଷଙ୍କର ଭୁଲ୍‌ ଥିଲେ ବି ଆମେ ଜଣେ ହେଡ୍‌ କନେଷ୍ଟବଳ ଏବଂ ଦୁଇଜଣ କନେଷ୍ଟବଳଙ୍କୁ ନିଲମ୍ବିତ କରିଛୁ। ସେନାର ଜଣେ ଯବାନ ହୁଅନ୍ତୁ କି, ଜଣେ ସାଧାରଣ ଜନତା ହୁଅନ୍ତୁ, ପୁଲିସଙ୍କ ଠାରୁ ଏ ଭଳି ଆଚରଣ ଆଶା କରାଯିବା କଥା ନୁହେଁ। କୋଭିଡ୍‌ ନିୟମ ଉଲ୍ଲଂଘନକାରୀ ଉକ୍ତ ସେନା ଯବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି, ନାହିଁ ପଚରା ଯିବାରୁ ରଞ୍ଜନ କହିଲେ, ଏହି ଅଭିଯାନର ନେତୃତ୍ବ ନେଇଥିବା ‘ବିଡିଓ’ଙ୍କୁ ସେ ରିପୋର୍ଟ ମାଗିଛନ୍ତି। ସେ ରିପୋର୍ଟକୁ ଆଧାର କରି ଆଉ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share Now:

Kalinga News Beuro

Next Post

ମିଥ୍ୟା ଖବର ପ୍ରସାରଣ କରୁଥିବା ‘ୱେବ୍‌ ପୋର୍ଟାଲ୍‌’ ଓ ‘ୟୁଟ୍ୟୁବ୍‌ ଚାନେଲ୍‌’ ଉପରେ ସରକାରଙ୍କ ନିୟନ୍ତ୍ରଣ ନ ଥିବାରୁ ଉଦ୍‌ବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ

Thu Sep 2 , 2021
ନୂଆଦିଲ୍ଲୀ: ନିୟନ୍ତ୍ରଣକାରୀ ବ୍ୟବସ୍ଥା ନ ଥିବାରୁ ଅବାଧରେ ଅସତ୍ୟ ସମ୍ବାଦ (ଫେକ୍ ନ୍ୟୁଜ୍) ପରିବେଶଣ କରିବା ସହ ସମ୍ମାନହାନୀ କରିଚାଲୁଥିବା ‘ୱେବ୍‌ ପୋର୍ଟାଲ୍‌’ ଏବଂ ‘ୟୁଟ୍ୟୁବ୍‌ ଚାନେଲ୍‌’ଗୁଡ଼ିକର କାର୍ଯ୍ୟକଳାପ ଉପରେ ସୁପ୍ରିମ୍‌ କୋର୍ଟ ଆଜି ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଭାରତର ପ୍ରଧାନ ବିଚାରପତି ଏନ୍‌. ଭି. ରମନାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି, ସେମାନେ କେବଳ କ୍ଷମତାଶୀଳଙ୍କ କଥା ଶୁଣି ବିନା କୌଣସି ଉତ୍ତରଦାୟିତ୍ବରେ ବିଚାରପତି ଏବଂ ପ୍ରତିଷ୍ଠାନଗୁଡ଼ିକ ବିରୋଧରେ […]
Supreme court of India

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial