ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା : ସ୍କାଏମେଟ୍

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

ଭୁବନେଶ୍ବର : ସେପ୍ଟେମ୍ବର ୫-୬ ଆଡ଼କୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଦ୍ବାରା ପୂର୍ବ, ମଧ୍ୟ ଓ ଉତ୍ତର ଭାରତରେ ବର୍ଷା ପରିମାଣ ବଢିବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି। ସ୍କାଏମେଟ୍ ପକ୍ଷରୁ କୁହାଯାଇଛି ଯେ ସେପ୍ଟେମ୍ବର ମାସରେ ଭଲ ବର୍ଷାର ସମ୍ଭାବନା ରହିଛି। ଏହି ମାସରେ ୩-୪ଟି ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏପରି ହେଲେ ଅଗଷ୍ଟ ମାସରେ ଦେଖାଦେଇଥିବା ବର୍ଷା ନିଅଣ୍ଟ ସେପ୍ଟେମ୍ବରରେ ଭରଣା ହୋଇପାରେ। ସୂଚନା ଯୋଗ୍ୟ ଯେ, ଗତ ଅଗଷ୍ଟ ମାସରେ ଦେଶରେ ସ୍ବାଭାବିକଠାରୁ ୨୪ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ଅଗଷ୍ଟ ମାସ ଏକ ପ୍ରମୁଖ ମୌସୁମୀ ମାସ ହୋଇଥିବାବେଳେ ଏହି ମାସରେ ହାରାହାରି ୨୫୮.୨ ମିଲିମିଟର ବର୍ଷା ହୋଇଥାଏ। କିନ୍ତୁ ଚଳିତ ବର୍ଷ ଅଗଷ୍ଟ ମାସରେ ମାତ୍ର ୧୯୬.୨ ମିଲିମିଟର ବର୍ଷା ହୋଇଛି। ଏପରିକି ଅଗଷ୍ଟ ୩ୟ ସପ୍ତାହରେ ବର୍ଷା ନିଅଣ୍ଟ ପରିମାଣ ୪୦ ପ୍ରତିଶତ ରହିଥିଲା। କିନ୍ତୁ ମାସ ଶେଷ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଭଲ ବର୍ଷା କରିବାରେ ସକ୍ଷମ ହୋଇଥିଲା।

Share Now:

Kalinga News Beuro

Next Post

ତାଲିବାନ ସରକାରର ନେତୃତ୍ବ ନେବେ ଶୀର୍ଷ ନେତା ଆତଙ୍କବାଦୀ ମୁଲ୍ଲା ବରାଦର

Fri Sep 3 , 2021
ନୂଆଦିଲ୍ଲୀ : ତାଲିବାନ ଶାସିତ ଆଫଗାନିସ୍ତାନରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂତ୍ର ଅନୁସାରେ, ସରକାରର ନେତୃତ୍ବ ନେବେ ଶୀର୍ଷ ତାଲିବାନ ନେତା ମୁଲ୍ଲା ଅବ୍ଦୁଲ ଗନି ବରାଦର। ଏଥିସହ ମୁଲ୍ଲା ୟାକୁବ୍ ଏବଂ ଶେର ମହମ୍ମଦ ସ୍ତାନେକଜାଇଙ୍କୁ ଗୁରୁତ୍ବପୂର୍ଣ୍ଣ ପଦବି ଦିଆଯିବ ବୋଲି ସୂଚନା ରହିଛି। ଆଜି ନୂତନ କ୍ୟାବିନେଟ୍ ଘୋଷଣା କରାଯିବାର ସମ୍ଭାବନା ରହିଛି। ତାଲିବାନର ରାଜନୈତିକ ଶଖାର ମୁଖ୍ୟ ମୁଲ୍ଲା ଅବ୍ବୁଲ୍ ଗନି ବରାଦର […]
ଶୀର୍ଷ ନେତା ମୁଲ୍ଲା ବରାଦର-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial