ଯଜ୍ଞରେ ଗାଈ ଘିଅ ବ୍ୟବହାର କଲେ ବର୍ଷା ହୁଏ: ହାଇକୋର୍ଟ ବିଚାରପତି

ଯଜ୍ଞରେ ଗାଈ ଘିଅ ବ୍ୟବହାର କଲେ ବର୍ଷା ହୁଏ

ନୂଆଦିଲ୍ଲୀ: ଗାଈକୁ ଜାତୀୟ ପଶୁ ଘୋଷଣା କରାଯିବା ଆବଶ୍ୟକ ଭଳି ରାୟ ଦେଇଥିବା ଆହ୍ଲାବାଦ ହାଇକୋର୍ଟର ବିଚାରପତି ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି। ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଶେଖର କୁମାର ଯାଦବ ନିକଟରେ କହିଛନ୍ତି ଯେ ଏହି ଗାଈକୁ ଭାରତର ଜାତୀୟ ପଶୁ ଘୋଷଣା କରାଯିବା ଉଚିତ୍ ଏବଂ ଏହାର ସୁରକ୍ଷାକୁ ହିନ୍ଦୁମାନଙ୍କର ମୌଳିକ ଅଧିକାରରେ ଅନ୍ତର୍ଭୁକ୍ତ କରିବାର ଆବଶ୍ୟକତା ରହିଛି। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଗାଈ ହେଉଛି ଏକମାତ୍ର ପ୍ରାଣୀ ଯିଏ ଅମ୍ଳଜାନ ଗ୍ରହଣ କରେ ଏବଂ ଛାଡିଥାଏ। କେବଳ ଏତିକି ନୁହେଁ, ସେ କହିଛନ୍ତି ଯେ ଯଜ୍ଞରେ ଗାଈ ଘିଅ ଆହୁତି ଦେବା ଦ୍ୱାରା ବର୍ଷା ହୋଇଥାଏ ଏବଂ ପଞ୍ଚଗବ୍ୟ ଗୁରୁତର ରୋଗରୁ ମୁକ୍ତି ଦେଇଥାଏ। ଜଷ୍ଟିସ ଶେଖର କୁମାର ଯାଦବ ହିନ୍ଦୀରେ ଲିଖିତ ୧୨ ପୃଷ୍ଠାର ରାୟରେ ଲେଖିଛନ୍ତି ଯେ ଭାରତରେ ହେଉଥିବା ଯଜ୍ଞରେ ଘିଅ ବ୍ୟବହାର କରିବାର ପରମ୍ପରା ରହିଛି। ଏହାର କାରଣ ହେଉଛି ଯେ ଏହା ସୂର୍ଯ୍ୟଙ୍କ କିରଣକୁ ବିଶେଷ ଶକ୍ତି ଦେଇଥାଏ ଯାହାଦ୍ୱାରା ବର୍ଷା ହୋଇଥାଏ। ଗାଈର କ୍ଷୀର, ଦହି, ଘିଅ, ଗୋମୂତ୍ର ଓ ଗୋବରରୁ ପଞ୍ଚଗବ୍ୟ ପ୍ରସ୍ତୁତ ହୋଇଥାଏ। ଯାହା ଦ୍ୱାରା ଅନେକ ଗୁରୁତର ରୋଗର ମଧ୍ୟ ଉପଚାର ହୋଇଥାଏ। ବାସ୍ତବରେ ଚଳିତ ବର୍ଷ ମାର୍ଚ୍ଚରେ ଉତ୍ତରପ୍ରଦେଶର ସମ୍ଭାଲ ଜିଲ୍ଲାରୁ ଗୋହତ୍ୟା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଆଉ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରି ବିଚାରପତି କହିଛନ୍ତି ଯେ ଗାଈ ହେଉଛନ୍ତି ଭାରତର ସଂସ୍କୃତିର ଏକ ଅଂଶ ଏବଂ ଗୋମାଂସ ଖାଇବା କୌଣସି ବ୍ୟକ୍ତିର ମୌଳିକ ଅଧିକାର ଭାବରେ ବିବେଚନା କରାଯାଇପାରିବ ନାହିଁ। ଆର୍ଯ୍ୟ ସମାଜ ପ୍ରତିଷ୍ଠାତା ଦୟାନନ୍ଦ ସରସ୍ୱତୀଙ୍କ ମୁତାବକ ଗାଈଟିଏ ତା ଜୀବନକାଳ ଭିତରେ ୪୦୦ ରୁ ଅଧିକ ଲୋକଙ୍କୁ କ୍ଷୀର ଦେଇଥାଏ, ଯେତେବେଳେ କି ଏହାର ମାଂସ ଦ୍ୱାରା କେବଳ ୮୦ ଲୋକଙ୍କ ପେଟ ହିଁ ପୂର୍ଣ୍ଣ ହୋଇପାରିବ। ବିଚାରପତି କହିଛନ୍ତି ଯେ ଯୀଶୁ ଖ୍ରୀଷ୍ଟ କହିଥିଲେ ଯେ ଗୋଟିଏ ଗାଈ ବା ବଳଦକୁ ହତ୍ୟା କରିବା ମଣିଷକୁ ହତ୍ୟା କରିବା ସଦୃଶ ହୋଇଥାଏ।

Share Now:

Kalinga News Beuro

Next Post

ନୌସେନାରେ ସାମିଲ ହେବ ପରମାଣୁ କ୍ଷେପଣାସ୍ତ୍ର ଟ୍ରାକିଙ୍ଗ ଜାହାଜ ଆଇଏନଏସ ଧୃବ

Fri Sep 3 , 2021
ନୂଆଦିଲ୍ଲୀ: ଏଣିକି ଭାରତୀୟ ଜଳସୀମାରେ କାମ ଦେବନାହିଁ ପରମାଣୁ କ୍ଷେପଣାସ୍ତ୍ର। କାରଣ ବିଦେଶୀ ରାଷ୍ଟ୍ରର ପରମାଣୁ କ୍ଷେପଣାସ୍ତ୍ର ଉପରେ ନଜର ରଖିବାକୁ ଭାରତୀୟ ନୌସେନାକୁ ଏକ ପ୍ରଭାବଶାଳୀ ଯୁଦ୍ଧ ଜାହାଜ ମିଳିବାକୁ ଯାଉଛି। ଯାହା ପରେ ଭାରତୀୟ ନୌସେନା ସମୁଦ୍ରରେ ଚୀନ୍ ଏବଂ ପାକିସ୍ତାନର ପ୍ରତ୍ୟେକ କାର୍ଯ୍ୟାନୁଷ୍ଠାନ ଉପରେ ଉଚିତ ଜବାବ ଦେବ। ପରମାଣୁ କ୍ଷେପଣାସ୍ତ୍ର ଉପରେ ନଜର ରଖିବା ପାଇଁ ଭାରତର ପ୍ରଥମ ଜାହାଜ ଆଇଏନଏସ ଧୃବ ୧୦ […]
ଆଇଏନଏସ ଧ୍ରୁବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial