ଗତ ୨୪ ଘଣ୍ଟାରେ ଭୁବନେଶ୍ବରରୁ ୧୯୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ

୧୯୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଏବେ ରାଜଧାନୀରେ କରୋନା ସଂକ୍ରମଣ ସ୍ଥିର ରହିଛି। ଗତ କିଛି ଦିନ ହେଲାଣି ସଂକ୍ରମିତଙ୍କ ସଂଖ୍ୟା ୨୦୦ଭିତରେ ରହୁଛି। ଆଜି ରାଜ୍ୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪୭ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୪୫ଜଣ ରହିଛନ୍ତି। ଏଯାବତ ରାଜଧାନୀରୁ ୧୦୭୭୭୦ଜଣ ଚିହ୍ନଟ ହୋଇଥିବା ବେଳେ ୧୦୩୭୩୨ଜଣ କରୋନାରେ ସଂକ୍ରମିତ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ସୂଚନା ଦେଇଛି। ଏବେ ବି ଭୁବନେଶ୍ବରରେ ୩୦୧୪ଜଣ ସକ୍ରିୟ କରୋନା ଆକ୍ରାନ୍ତ ଥିବା ବେଳେ ୧୦୦୩ଜଣଙ୍କର ମୃତ୍ୟୁ ହୋଇଛି। ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏବେ ବି ଆମକୁ ସତର୍କ ରହିବା ସହିତ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

Share Now:

Kalinga News Beuro

Next Post

ଜାମୁକୋଳି ଗୋ’ଶାଳା‌ରେ ଖାଇବାକୁ ନ ଦେଇ ଷଣ୍ଢଙ୍କୁ ମାରିଦେଲେ!

Sat Sep 4 , 2021
ପଲିଥିନ୍‌ ଖାଇ ମରୁଛନ୍ତି ଷଣ୍ଢ: ସିଡିଭିଓ ଭୁବନେଶ୍ୱର : ଭୁବନେଶ୍ବର ଉପକଣ୍ଠ ଜାମୁକୋଳିସ୍ଥିତ ଗୋ’ଶାଳାରେ ଆଜି ଅଭାବନୀୟ ଦୃଶ୍ୟ ଦେଖାଦେଇଛି। ୧୫ଟି ମୃତ ଷଣ୍ଢକୁ ଏକ ଟ୍ରକ୍‌ ଯୋଗେ ବାହାରକୁ ନିଆଯାଉଥିବା ବେଳେ ବଜରଙ୍ଗ ଦଳର କର୍ମୀମାନେ ଏହାକୁ ଧରି ହୋହଲ୍ଲା କରିଛନ୍ତି। ଏପରିକି ଗୋଶାଳା ଭିତରେ ମାଟି ଖୋଳି ଆଉ କେତୋଟି ଷଣ୍ଢର ଶବକୁ ପୋତା ହୋଇଥିବା ଦେଖିବାକୁ ମିଳିଛି। ବଜରଙ୍ଗଦଳର କର୍ମୀମାନେ ମାଟି ଖୋଳି ଷଣ୍ଢଙ୍କ କଙ୍କାଳ […]
ପଲିଥିନ୍‌ ଖାଇ ମରୁଛନ୍ତି ଷଣ୍ଢ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial