ଭାଙ୍ଗିପାରେ ବାହୁବଳୀ ରେକର୍ଡ: ରିଲିଜ୍‌ ପୂର୍ବରୁ ୩୫୦ କୋଟି ଆୟ କଲା ‘ରେସ୍‌-୩’

ମୁମ୍ବାଇ:‘‘ରେସ୍‌ ୩’ ସଲ୍‌ମାନ୍‌ ଖାଁଙ୍କ କ୍ୟାରିୟର୍‌ରୁ ସବୁଠୁ ବଡ଼ ଫିଲ୍ମ ହୋଇ ସାରିଲାଣି। ଫିଲ୍ମଟି ରିଲିଜ୍‌ ପୂର୍ବରୁ ହିଁ ୩୫୦ କୋଟି ଟଙ୍କା ଆୟ କରି ସାରିଲାଣି। ଏସବୁ ଆସିଛି ସିନେମା ହଲ୍‌ରେ ପ୍ରଦର୍ଶନ ଅଧିକାର ବା ଥିଏଟ୍ରିକାଲ୍‌ ରାଇଟ୍‌ସ୍‌ ତଥା ମ୍ୟୁଜିକ୍‌ ଓ ସାଟେଲାଇଟ୍‌ ଅଧିକାର ଆଦି ବିକ୍ରିରୁ। ଅବଶ୍ୟ ଏକଥା ସତ ଯେ ‘ରେସ୍‌ ୩’ ଚଳିତ ବର୍ଷର ସବୁଠୁ ଅଧିକ ପ୍ରତୀକ୍ଷିତ ଫିଲ୍ମଙ୍କ ଭିତରୁ ଗୋଟିଏ। ‘ରେସ୍‌’ ତ ଗୋଟିଏ ସୁପର୍‌ହିଟ୍‌ ସିରିଜ୍‌, ପୁଣି ସେଥିରେ ପ୍ରଥମଥର ପାଇଁ ଅଛନ୍ତି ସଲ୍‌ମାନ୍‌। ଉଲ୍ଲେଖନୀୟ ଯେ ‘ରେସ୍‌ ୩’ର ଥିଏଟ୍ରିକାଲ୍‌ ରାଇଟ୍‌ସ୍‌କୁ ପ୍ରଯୋଜକ ରମେଶ ତଉରାନୀ ଇରୋସ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌କୁ ୧୯୦ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ଥିଏଟ୍ରିକାଲ୍‌ ରାଇଟ୍‌ସ୍‌ ବାବଦରେ ମଧ୍ୟ ଏହା ସଲ୍‌ମାନ୍‌ଙ୍କର ସବୁଠୁ ବଡ଼ ଫିଲ୍ମ। ୟା’ ପୂର୍ବରୁ ତାଙ୍କ ଫିଲ୍ମ ‘ଟାଇଗର୍‌ ଜିନ୍ଦା ହୈ’ର ଥିଏଟ୍ରିକାଲ୍‌ ରାଇଟ୍‌ସ୍‌ ବିକ୍ରି ହୋଇଥିଲା ୧୩୦ କୋଟି ଟଙ୍କାରେ। ସେ ଫିଲ୍ମଟି ବକ୍ସ ଅଫିସ୍‌ରେ ୩୩୦ କୋଟିରୁ ଅଧିକ ଆୟ କରିଥିଲା।
ଆପଣ ଜାଣିଥିବେ ଟିପ୍‌ସ୍‌ ଫିଲ୍ମସ୍‌ ବ୍ୟାନର୍‌ରେ ତିଆରି ହୋଇଥିବା ଆକ୍‌ସନ୍‌-ଥ୍ରିଲର୍‌ ‘ରେସ୍‌ ୩’ର ନିର୍ଦ୍ଦେଶକ ହେଉଛନ୍ତି ରେମୋ ଡି’ସୌଜା। ଏଥିରେ ସଲ୍‌ମାନ୍‌ଙ୍କ ସମେତ ଆହୁରି ଅଛନ୍ତି ଅନୀଲ୍‌ କପୁର୍‌, ବବି ଦେଓଲ୍‌, ଜାକ୍‌ଲିନ୍‌ ଫର୍ନାଣ୍ଡେଜ୍‌ ଓ ସକିବ୍‌ ସଲିମ୍‌। ‘ରେସ୍‌’ ସିରିଜ୍‌ର ଏହି ତୃତୀୟ ଫିଲ୍ମଟି ଜୁନ୍‌ ୧୫ ତାରିଖରେ ରିଲିଜ୍‌ ହେବାର ଅଛି।

Share Now:

Kalinga News Beuro

Leave a Reply

Next Post

ମୁକୁଳା ଡ୍ରେନରେ ମୃତ୍ୟୁ ଭେଟି ଦେଉଛି ବିଏମସି

Sun May 13 , 2018
ଭୁବନେଶ୍ୱର: ରାଜଧାନୀର ରାସ୍ତା କଡ଼ରେ ମରଣଯନ୍ତା ବିଛାଯାଇଛି। କେମିତି ସାଧାରଣ ଲୋକ ସହଜରେ ମୃତ୍ୟୁକୁ ଆଲିଙ୍ଗନ କରିବେ ସେ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ ହୋଇଛି। ମୁକୁଳା ଡ୍ରେନ୍‌ ଏବେ ଏହି ମୃତ୍ୟୁର ଯନ୍ତା ପାଲଟିଛି। ଯାହା ରାଜଧାନୀବାସୀଙ୍କୁ ଅକାଳ ମୃତ୍ୟୁ ଭେଟି ଦେଉଛି। ଗତ ତିନି ବର୍ଷରେ ୫ରୁ ଅଧିକ ବ୍ୟକ୍ତି ଏହି ମୁକୁଳା ଡ୍ରେନ୍‌ରେ ପଡ଼ି ମରିଥିବାବେଳେ ଶତାଧିକ ଆହତ ହେଲେଣି। କିନ୍ତୁ ପ୍ରଶାସନ ଚେତୁନି। ଲୋକ ମୁକୁଳା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial