ଅଙ୍ଗରକ୍ଷୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା : ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ସମନ କଲା ସିଆଇଡି

ବିଜେପି ନେତା ଶୁଭେନ୍ଦୁ ଅଧିକାରୀ

କୋଲକାତା: ବିଜେପି ନେତା, ନନ୍ଦିଗ୍ରାମ ବିଧାୟକ ତଥା ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀଦଳର ନେତା ଥିବା ଶୁଭେନ୍ଦୁ ଅଧିକାରୀ ତାଙ୍କର ଅଙ୍ଗରକ୍ଷୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଫସି ଯାଇଛନ୍ତି। ଏହି ଘଟଣାରେ ତଦନ୍ତର ସମୁଖୀନ ହେବାପାଇଁ ମାମଲାର ତଦନ୍ତ କରୁଥିବା ପଶ୍ଚିମବଙ୍ଗ ସିଆଇଡି ବିରୋଧୀଦଳର ନେତା ଶୁଭେନ୍ଦୁ ଆଧିକାରୀଙ୍କୁ ସମନ ଜାରି କରିଛନ୍ତି। ଆସନ୍ତା ସୋମବାର ଦିନ ଭବାନୀ ଭବନ ଠାରେ ଥିବା ସିଆଇଡି ମୁଖ୍ୟାଳୟରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ନନ୍ଦିଗ୍ରାମ ବିଜେପି ବିଧାୟକ ଅଧିକାରୀଙ୍କୁ ଜାରି ସମନରେ ନିର୍ଦ୍ଦେଶ ଦିଆଯାଇଛି। ଉଲେଖଯୋଗ୍ୟ, ଅଧିକାରୀଙ୍କ ଅଙ୍ଗରକ୍ଷୀ ଶୁଭବ୍ରତ ଚକ୍ରବର୍ତ୍ତୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ସିଆଇଡି ଏକ ଟିମ୍‌ ଗଠନ କରିଥିଲା। ଶୁଭବ୍ରତ ତାଙ୍କ ନିଜ ରିଭଲଭର ବ୍ୟବହାର କରି ନିଜ ଉପରକୁ ଗୁଳି କରି ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଥିଲା। ତେବେ, ଚକ୍ରବର୍ତ୍ତୀଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହ ମୃତ୍ୟୁ ଘଟଣାର ତଦନ୍ତ ଦାବି କରି କଣ୍ଟାଇ ପୁଲିସ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗର ଅନୁସନ୍ଧାନ ଆରମ୍ଭ କରି ଏପର୍ଯ୍ୟନ୍ତ ୧୧ ଜଣ ପୁଲିସ କର୍ମଚାରୀଙ୍କ ସମେତ ୧୫ରୁ ଅଧିକ ଲୋକଙ୍କୁ ପଚରାଉଚରା କରି ସାରିଲାଣି କ୍ରାଇମ୍‌ ବ୍ରାଞ୍ଚ। ଏହାପୂର୍ବରୁ କ୍ରାଇମ୍‌ ବ୍ରାଞ୍ଚର ତଦନ୍ତକାରୀ ଟିମ୍‌ ପୂର୍ବ ମେଦିନୀପୁରରେ ଥିବା ବିଧାୟକ ଅଧିିକରୀଙ୍କ ବାସଭବନ ‘ଶାନ୍ତିକୁଞ୍ଜ’କୁ ଯାଇ ସେଠାରେ ମଧ୍ୟ ତଦନ୍ତ କରିଥିଲେ।

Share Now:

Kalinga News Beuro

Next Post

ଓଡିଶା ଆଦର୍ଶ ବିଦ୍ୟାଳୟ ଦେଶ ପାଇଁ ରୋଲ ମଡେଲ ହେଉ: ମୁଖ୍ୟମନ୍ତ୍ରୀ

Sun Sep 5 , 2021
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ଲୋକସେବା ଭବନର କନଭେନସନ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟ ଗୁଡିକରେ ୪୪୩ ଶିକ୍ଷକ ନିଯୁକ୍ତି ପ୍ରଦାନ କରାଯାଇଛି। ଏହି ଅବସରରେ ନବନିଯୁକ୍ତ ଶିକ୍ଷକ ମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟର ସବୁ ଅଞ୍ଚଳର ମେଧାବୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ମୋର ଲକ୍ଷ୍ୟ। ଏହି ଉଦ୍ଦେଶ୍ୟରେ ରାଜ୍ୟରେ ମାଧ୍ୟମିକ ଓ ଉଚ୍ଚ […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ-4

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial