ନନ୍ଦନକାନନରେ ପଶିଲା ବଣୁଆ ହାତୀ

ନନ୍ଦନକାନନରେ ପଶିଲା ବଣୁଆ ହାତୀ

ବାରଙ୍ଗ : ରାଜଧାନୀ ଉପକଣ୍ଠ ପଥରଗାଡ଼ିଆ ଗ୍ରାମରେ ତିନି ଦିନ ହେଲା ଉପଦ୍ରବ କରୁଥିବା ଦନ୍ତା ହାତୀ ଆଜି ରାତିରେ ନନ୍ଦନକାନନରେ ପଶିଛି। ନନ୍ଦନକାନନ ହାତୀ ସଫାରି ନିକଟରେ ଥିବା ଖଣ୍ଡୁଆଳ ମନ୍ଦିର ପାଖରେ ତାର ଜାଲି ବାଡ଼ ଭାଙ୍ଗି ବଜ୍ରକାପ୍ତା ଏନକ୍ଲୋଜର ଆଡ଼କୁ ପଶି ଆସିଛି। ଚିଡ଼ିଆଖାନା କର୍ମଚାରୀ ହାତୀକୁ ଘଉଡ଼ାଇବା ପାଇଁ ବାଣ ଫୁଟାଇ ଉଦ୍ୟମ ଚଳାଇଛନ୍ତି। ହେଲେ ହାତୀଟି ନନ୍ଦନକାନନ ଭିତରୁ ବାହାରିବା ନାଁ ଧରୁନାହିଁ। ହାତୀକୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ କର୍ମଚାରୀ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି। ଅପରପକ୍ଷରେ ତିନିଦିନ ହେଲା ହାତୀଟି ପଥରଗାଡ଼ିଆ ଗ୍ରାମରେ ପାଚେରି ଭାଙ୍ଗି ବାଡ଼ିବଗିଚାରେ ପଶି କଦଳୀ ଓ ପନିପରିବା ନଷ୍ଟ କରିଛି। ବଡ଼ କଥା ହେଉଛି ରାତିରେ ଦନ୍ତାଟି ନିର୍ଭୟରେ ଗାଁ ଦାଣ୍ଡରେ ବୁଲୁଛି। ଫଳରେ ଲୋକେ ଭୟରେ ପଦାକୁ ବାହାରି ପାରୁନାହାନ୍ତି। ସଂଜ ବୁଡ଼ୁବୁଡ଼ୁ ଗାଁରେ ତାଟି ପଡ଼ିଯାଉଛି। ‌ଆଜି ସଂଧ୍ୟାରେ ପଥରଗାଡ଼ିଆ ଗଶେଶ ବିହାରରେ ଆଉ ଦୁଇଟି ମାଈ ହାତୀ ଆସି ପହଞ୍ଚି ଫସଲ ନଷ୍ଟ କରୁଛନ୍ତି। ହାତୀଙ୍କ ଯୋଗୁଁ ନିୟମିତ ବାହାରକୁ ପେଟପାଟଣା ପାଇଁ ଯାଉଥିବା ଲୋକେ ରାତିରେ ଘରକୁ ଫେରିପାରୁନାହାନ୍ତି। ଚନ୍ଦକା ବନ ବିଭାଗକୁ ଅଭିଯୋଗ କରାଯାଇଥିଲେ ସୁଦ୍ଧା ହାତୀକୁ ଘଉଡ଼ାଇବାକୁ କିଛି ପଦକ୍ଷେପ ନିଆଯାଇ ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

Share Now:

Kalinga News Beuro

Next Post

ଭାରତର ଐତିହାସିକ ବିଜୟ : ଇଂଲଣ୍ଡକୁ ୧୫୭ ରନରେ ହରାଇଲା

Mon Sep 6 , 2021
୫୦ ବର୍ଷରେ ଓଭାଲରେ ଭାରତର ପ୍ରଥମ ଟେଷ୍ଟ ବିଜୟ ଲଣ୍ଡନ : ଓଭାଲ ଟେଷ୍ଟରେ ଐତିହାସିକ ବିଜୟ ସହ ଭାରତ ଲର୍ଡ୍ସ ଟେଷ୍ଟରେ ଭୋଗିଥିବା ଲଜ୍ଜାଜନକ ପରାଜୟର ପ୍ରତିଶୋଧ ନେଇଛି। ଏହା ସହିତ ଭାରତ ସିରିଜରେ ୨-୧ରେ ଆଗୁଆ ହୋଇଯାଇଛି। ବିଜୟ ପାଇଁ ଇଂଲଣ୍ଡ ଆଗରେ ୩୬୮ ରନର ଲକ୍ଷ୍ୟ ଥିବାବେଳେ ଦଳ ୨୧୦ ରନ କରି ଅଲଆଉଟ ହୋଇଯାଇଥିଲା। ଇଂଲଣ୍ଡ ପକ୍ଷରୁ ଦୁଇ ଓପନର ରୋରି ବର୍ନସ ଓ […]
ଭାରତର ଐତିହାସିକ ବିଜୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial