ପୁଲିସ ନିକଟରେ ଆତ୍ମସମର୍ପଣ କଲେ ୫୨ ଜଣ ମିଲିସିଆ

ଆତ୍ମସମର୍ପଣ କଲେ ୫୨ ଜଣ ମିଲିସିଆ

ମାଲକାନଗିରି: ସୀମାନ୍ତ ଆନ୍ଧ୍ରପ୍ରଦେଶର ଚେରଲା ମଣ୍ଡଳର ଚାରୋଟି ଗ୍ରାମର ୫୨ ଜଣ ମିଲିସିଆ ଭଦ୍ରାଦି କୋଥାଗୁଡୁମ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଭଦ୍ରାଦୀ କୋଥାଗୁଡୁମ ଜିଲ୍ଲା ଏସପି ଏବଂ ୧୪୧ ସିଆରପିଏଫ ବାଟାଲିୟନର ଅଧିକାରୀଙ୍କ ନିକଟରେ ଏହି ୫୨ ମିସିଲିଆ ଆତ୍ମସମର୍ପଣ କରିଛନ୍ତି। ଆଗକୁ ଆଉ ନକ୍ସଲଙ୍କୁ ସମର୍ଥନ କରିବେ ନାହିଁ ବୋଲି ପୁଲିସ ନିକଟରେ ସଫା ସଫା ମନା କରିଛନ୍ତି ଏହି ମିଲିସିଆମାନେ। ଆଜି ବି ଚେରଲା ମଣ୍ଡଳର ନକ୍ସଲ ପ୍ରବଣ ଗ୍ରାମ ପାସୁଗୁପ୍ପା, ବାଟ୍ଟିଗୁଡମ, ବାଥିନିପାଲ୍ଲୀ, ଚେରାପୁରମ ଭଳି ଗ୍ରାମ ଗୁଡିକରେ ସରକାରୀ ମୌଳିକ ସୁବିଧା ପହଞ୍ଚିପାରି ନାହିଁ।ନକ୍ସଲ ଯୋଗୁଁ ଏଠାରେ ବିକାଶ ଠପ୍ ହୋଇ ପଡିଛି। ତେବେ ଲୋକେ ଏହା ଜାଣିବା ପରେ ଆଉ ନକ୍ସଲଙ୍କୁ ସମର୍ଥନ ନକରି ସରକାରଙ୍କୁ ସହଯୋଗ କରିବା ସହ ନିଜ ଅଂଚଳର ବିକାଶ ପାଇଁ ଲାଗି ପଡିବେ ବୋଲି ପୁଲିସ ନିକଟରେ କହିଛନ୍ତି। ପୁଲିସ ଓ ପ୍ରଶାସନ ଏମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ବିକାଶକୁ ତ୍ୱରାନ୍ୱିତ କରିବ ବୋଲି କହିଛି।

Share Now:

Kalinga News Beuro

Next Post

ବୁଦ୍ଧ ପାର୍କ ପାଲଟିବ ପର୍ଯ୍ୟଟନର ହଟ୍‌ସ୍ପଟ୍‌: ହିଲ୍‌ ଟପ୍‌ରୁ ଦେଖି ହେବ ସହରର ମନୋରମ ଦୃଶ୍ୟ

Thu Sep 9 , 2021
ସହରରେ ଜଙ୍ଗଲର ଅନୁଭୂତି, ପାହାଡ଼ ଚଢ଼ିବା, ସାଇକେଲ୍‌ ଚଲାଇବା ସୁବିଧା ଚନ୍ଦ୍ରଶେଖରପୁର: ସହରରେ ମିଳିବ ଜଙ୍ଗଲ ବୁଲିବାର ମଜା। ବଡ଼ ବଡ଼ ଗଛ ତଳେ ବସି ପାରିବେ। ପାହାଡ଼ ଉପରେ ଚଢ଼ିପାରିବେ। ସାଇକେଲ୍‌ ବି ଚଳାଇ ହେବ। ବିଭିନ୍ନ ପ୍ରଜାତିର ଜୀବଜନ୍ତୁ, ପକ୍ଷୀଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଚାଲିଚାଲି ଥକି ପଡ଼ିଲେ ବିଶ୍ରାମ ନେବାକୁ ରାସ୍ତାପାର୍ଶ୍ବରେ ଚେୟାର ରହିବ। ବର୍ଷା ଦିନେ ଝରଣାର ଭ୍ରମ ସୃଷ୍ଟି ହେବ। କୁଳୁକୁଳୁ ନାଦ […]
ବୁଦ୍ଧ ପାର୍କ ପାଲଟିବ ପର୍ଯ୍ୟଟନର ହଟ୍‌ସ୍ପଟ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial