ଚିଦାମ୍ବରମ୍‌ ଅବୈଧ ସମ୍ପତ୍ତିର ମାଲିକ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା କଂଗ୍ରେସ ତଥା ଦେଶର ପ୍ରକ୍ତାନ ବିତ୍ତ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି, ୟୁପିଏ ସରକାରରେ ବିତ୍ତମନ୍ତ୍ରୀ ଥିବା ପି. ଚିଦାମ୍ବରମ୍‌ଙ୍କ ପାଖରେ ୩ ବିଲିୟନ୍‌ ଡଲାରର ଅବୈଧ ସମ୍ପତ୍ତି ରହିଛି। କଳାଧନ କାରବାର ରୋକିବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ଅଛି। ଦେଶ ତଥା ଦେଶ ବାହାରେ ଗଚ୍ଛିତ କଳାଧନ ସାଧାରଣ ଲୋକଙ୍କ ଖାତାକୁ ଫେରାଇବାକୁ ଆମେ ଚେଷ୍ଟା କରୁଥିବା ବେଳେ ଏଭଳି ଘଟଣା ଜଣାପଡୁଛି। ଆୟକର ବିଭାଗ ରିପୋର୍ଟ ମୁତାବକ ଚିଦାମ୍ବରମ୍‌ ଓ ତାଙ୍କ ପରିବାର ବିରୋଧରେ ୪ ଅଭିଯୋଗପତ୍ର ଦାଖଲ ହୋଇଛି।

ଏହି କଥାରୁ ପ୍ରମାଣିତ ହୋଇଛି ଯେ, ସୁପ୍ରିମ୍‌ କୋର୍ଟର ଆଦେଶ ସତ୍ୱେ କାହିଁକି ଏହି ସରକାର ଏସ୍‌ଆଇଟି ଗଠନ ଉପରେ ଗୁରୁତ୍ୱ ଦେଇ ନ ଥିଲେ। ବାସ୍ତବରେ ଏଥିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ବିତ୍ତମନ୍ତ୍ରି ଚିଦାମ୍ବରମ୍‌ ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସାମିଲ ଥିଲେ ବୋଲି କହିଛନ୍ତି ଶାହା।

Share Now:

Kalinga News Beuro

Leave a Reply

Next Post

ବିଜେପି ବୈଠକରେ ଅଭାବନୀୟ କାଣ୍ଡ : ଜିଲ୍ଲା ସଭାପତିଙ୍କୁ ଚାପୁଡ଼ା

Sun May 13 , 2018
କେନ୍ଦୁଝର : ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସଭାପତିଙ୍କୁ ଚଟକଣି ମାଡ଼। ଅନ୍ୟ କେହି ନୁହେଁ, ଖୋଦ୍‌ ଜିଲ୍ଲା ଉପସଭାପତି ଅଖିଳ ପାତ୍ର ଦଳୀୟ ସାଂଗଠନିକ ବୈଠକରେ ଅଧ୍ୟକ୍ଷତା କରୁଥିବା କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ରାଧାକାନ୍ତ ମହାନ୍ତଙ୍କ କାନମୁଣ୍ଡାକୁ ଦେଇଛନ୍ତି ଶକ୍ତ ଚାପୁଡ଼ା। ଅଖିଳଙ୍କ ଏଭଳି ବିଶୃଙ୍ଖଳିତ ଆଚରଣ ସଂପର୍କରେ ରାଜ୍ୟ ନେତୃତ୍ୱଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛନ୍ତି ଜିଲ୍ଲା ସଭାପତି ରାଧାକାନ୍ତ। ରାଜ୍ୟ ନେୃତୃତ୍ୱଙ୍କ ହସ୍ତକ୍ଷେପ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial