ଚୀନକୁ ଆମାଜନର ଝଟକା: ଏକାସଙ୍ଗରେ ୬୦୦ଟି ବ୍ରାଣ୍ଡକୁ ବ୍ୟାନ୍ କଲା କମ୍ପାନି

ଚୀନକୁ ଆମାଜନର ଝଟକା

ନୂଆଦିଲ୍ଲୀ : ଅନଲାଇନ ସପିଂ ୱେବସାଇଟ ଆମାଜନରୁ ବେଶ ସହଜରେ ଓ ସୁବିଧାରେ ଲୋକେ ମନ ମୁତାବକ ଜିନିଷ ଅର୍ଡର କରିଥାନ୍ତି। ବିଭିନ୍ନ ବ୍ରାଣ୍ଡର ଭଳିକି ଭଳି ସାମଗ୍ରୀ ଆଉ ତା’ସାଙ୍ଗରେ ଗ୍ରାହକଙ୍କୁ ଭଲ ଅଫର ଯୋଗାଇ ଆମାଜନ ବେଶ ଲୋକପ୍ରିୟ ହୋଇଛି। ତେଣୁ ଏହି ୱେବସାଇଟରେ କିଛି ଖରାପ ସାମଗ୍ରୀ ବିକ୍ରି ହେଉ ତାହା ଚାହୁଁନାହିଁ ଆମାଜନ୍। ସେଥିପାଇଁ ଆମାଜନ ନିଜର ନିୟମକୁ ନେଇ ବେଶ କଠୋର ହୋଇଥିବା ଦେଖାଯାଇଛି। କୌଣସି କମ୍ପାନି ନିୟମର ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଇ ନଥାଏ ଆମାଜନ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆମାଜନ ୬୦୦ଟି ଚୀନ୍ ବ୍ରାଣ୍ଡକୁ ନିଜ ୱେବସାଇଟରୁ ବ୍ୟାନ୍ କରିଛି।
ରିପୋର୍ଟ ଅନୁଯାୟୀ, ୬୦୦ଟି ଚୀନ୍ ବ୍ରାଣ୍ଡକୁ ନିୟମ ଉଲଂଘନ ପାଇଁ ବ୍ୟାନ୍ କରିଛି ଆମାଜନ। ଏହି ବ୍ରାଣ୍ଡଗୁଡିକ କମ୍ପାନିର ରିଭ୍ୟୁ ପଲିସିରେ ହେରଫେର କରିଥିଲେ, ଯାହା ଆମାଜନର ନିୟମକୁ ଉଲଂଘନ କରିଥିଲା। ତେଣୁ ଆମାଜନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଦର୍ଶାଯାଇଛି। ନିଜ ସାମଗ୍ରୀ ଉପରେ ଭଲ ରିଭ୍ୟୁ ଦେବାକୁ ଚୀନ୍ କମ୍ପାନିଗୁଡିକ ଲୋକଙ୍କୁ ଆମାଜନ ଗିଫ୍ଟ କାର୍ଡ ଦେଉଥିଲେ, ଯାହାକୁ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆମାଜନ। କମ୍ପାନି ପକ୍ଷରୁ କୁହାଯାଇଛି ଯେ, ଆମାଜନ ସବୁବେଳେ ଲୋକଙ୍କୁ ଭଲ ସାମଗ୍ରୀ ପହଞ୍ଚାଇବାକୁ ଚେଷ୍ଟା କରିଥାଏ। ତେଣୁ ପ୍ରତି ସାମଗ୍ରୀକୁ ନେଇ ଯେଉଁ ରିଭ୍ୟୁ ଆସିଥାଏ ତାହା କମ୍ପାନି ପାଇଁ ବେଶ ଗୁରୁତ୍ୱ ବହନ କରିଥାଏ। କାରଣ ଏହି ରିଭ୍ୟୁ ପଲିସିକୁ ଦେଖି ଲୋକେ ସାମଗ୍ରୀ କିଣିଥାନ୍ତି। ତେଣୁ ଗ୍ରାହକଙ୍କୁ ମିଛ ରିଭ୍ୟୁ ଦେଇ ଫଶାଇଥିବାରୁ ଆମାଜନ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କମ୍ପାନି ପକ୍ଷରୁ କୁହାଯାଇଛି, କେବଳ ଚୀନକୁ ଦୃଷ୍ଟିରେ ରଖି ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ତେଣୁ ଏହାକୁ କୌଣସି ଷଡଯନ୍ତ୍ର ଭାବିବା ଭୁଲ। ଆମାଜନ ପୂରା ବିଶ୍ୱରେ ଏହି ନିୟମ ଲାଗୁ କରିବାକୁ ଯାଉଛି। ତେଣୁ କମ୍ପାନିର ପଲିସିକୁ ଯିଏ ବି ଉଲଂଘନ କରିବ ତା’ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କୌଣସି ନିର୍ଦ୍ଦିଷ୍ଟ ଗୋଟିଏ ଦେଶକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯିବ ନାହିଁ ବୋଲି କହିଛି ଆମାଜନ।

Share Now:

Kalinga News Beuro

Next Post

ଭୁବନେଶ୍ୱରରେ ଡ୍ରେନ ପାଣିରେ ଭାସିଗଲେ ଛାତ୍ର : ଉଦ୍ଧାର କାର୍ଯ୍ୟ ଜାରି

Sun Sep 19 , 2021
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଅପରାହ୍ନରେ ଘଟିଛି ଏକ ଅଘଟଣ। ପାଣି ସୁଅରେ ଭାସିଯାଇ ଟ୍ୟୁସନ ପଢ଼ିବାକୁ ଯାଉଥିବା ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଛାତ୍ର ଜଣକ ଶିରିପୁର ଶତାବ୍ଦୀ ନଗର ବ୍ୟାଙ୍କ କଲୋନୀର। ପ୍ରବଳ ବର୍ଷା ପରେ ‌ଡ୍ରେନରେ ଚାଲିଥିବା ପାଣି ସୁଅରେ ପଡିଯିବାରୁ ଭାସି ଯାଇଛନ୍ତି ଛାତ୍ର ଜଣକ। ଖୋଜାଖୋଜି ଚାଲିଥିଲେ ବି ଏଯାଏଁ ଛାତ୍ରଙ୍କୁ ଠାବ କରାଯାଇପାରିନି। ଛାତ୍ରଙ୍କୁ ଠାବ କରିବାକୁ ପୋଲିସ ଓ ଅଗ୍ନିଶମବାହିନୀ […]
ଡ୍ରେନ ପାଣିରେ ଭାସିଗଲେ ଛାତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial