୨୭ରେ ନକ୍ସଲଙ୍କ ଭାରତ ବନ୍ଦ ଡାକରା

୨୭ରେ ନକ୍ସଲଙ୍କ ଭାରତ ବନ୍ଦ ଡାକରା

ମାଲକାନଗିରି: ମାଓ ସଂଗଠନର ସେଣ୍ଟ୍ରାଲ କମିଟି ପକ୍ଷରୁ ଆଜି ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ଆସନ୍ତା ୨୭ ତାରିଖ ଦିନ ଭାରତ ବନ୍ଦ ଡାକରା ଦେଇଛନ୍ତି। ସେଣ୍ଟ୍ରାଲ କମିଟିର ମୁଖପାତ୍ର ଅଭୟ ଏହି ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି।ସେ ଏହି ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ ଗତ ୧୦ ମାସ ଧରି କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ ବିରୋଧରେ କୃଷକ ସଂଗଠନ ଆନ୍ଦୋଳନ କରିଆସୁଥିବା ବେଳେ ଏହାକୁ କେନ୍ଦ୍ର ସରକାର ନହଟାଇ କୃଷି ମାରଣ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରାଯାଇଛି। ଭାରତ ଏକ କୃଷି ପ୍ରାଧାନ୍ୟ ଦେଶ।ତେବେ ଚାଷୀ ମାରଣ ନୀତି ବନ୍ଦ କରି କିପରି କୃଷକମାନଙ୍କର ଉନ୍ନତି ହେବ ସେନେଇ କେନ୍ଦ୍ର ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ସେହିପରି ଉତ୍ତରପ୍ରଦେଶରେ ଯୋଗୀ ସରକାର କିପରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ସେନେଇ ଅଭୟ ନିଜ ପ୍ରେସ ବିଜ୍ଞପ୍ତିରେ ବଖାଣିଛନ୍ତି। ପଶ୍ଚିମବଙ୍ଗରେ ଯେପରି ବିଜେପି ଧରାଶାୟୀ ହୋଇଥିଲା। ସେହିପରି ଆଗାମୀ ଉତ୍ତରପ୍ରଦେଶ ଏବଂ ବିହାର ବିଧାନସଭା ନିର୍ବାଚନରେ ମଧ୍ୟ ସେଭଳି ଅବସ୍ଥା ହେବ ବୋଲି ମାଓ ସଂଗଠନ କହିଛି। ଦେଶରେ ରୋଜଗାର ମିଳୁନଥିବା ବେଳେ ବେକାର ଯୁବକଯୁବତୀ ବିପଥାଗାମୀ ହେଉଛନ୍ତି। ତେଲ ଦର ଆକାଶ ଛୁଆଁ ହୋଇଥିବା ବେଳେ ଅତ୍ୟାବଶକୀୟ ସାମଗ୍ରୀର ଦର ମଧ୍ୟ ହୁ ହୁ ହୋଇ ବଢିବାରେ ଲାଗିଛି। ଲୋକଙ୍କ ଜୀବନ ଜୀବିକା ଉପରେ ଏହାର ପ୍ରଭାବ ପଡୁଛି। ଲୋକେ ତ୍ରାହୀ ତ୍ରାହୀ ଡାକ ଛାଡିଲେଣି ବୋଲି ସଂଗଠନ କହିଛି।
ଏହି ଦେଶ ପୁଞ୍ଜିପତି, ସାମ୍ରାଜ୍ୟବାଦୀମାନଙ୍କ ହାତରେ ବିକ୍ରି ହୋଇଯାଇଛି। କରୋନା କହି ଦୀର୍ଘ ଦିନ ଧରି ଲକଡାଉନ କରିବା ଏବଂ ଲୋକଙ୍କ ଜୀବିକା ଉପରେ ମାଡ ମାରିବା କାମ କେନ୍ଦ୍ର ସରକାର କରୁଛି। କଲୋନା ସଂକ୍ରମଣ ହେବାରେ କେନ୍ଦ୍ର ସରକାର ଦାୟୀ ବୋଲି ଅଭିଯୋଗ କରିଛି। ଲକ୍ଷ ଲକ୍ଷ ଲୋକ କରୋନାରେ ମୃତ୍ୟୁବରଣ କରୁଥିଲେ ମଧ୍ୟ ସରକାର ଏନେଇ କୌଣସି ବିହିତ ପଦକ୍ଷେପ ନେଲେ ନାହିଁ। ତେଣୁ ଆଗାମୀ ଦିନରେ ଏହି ସରକାରଙ୍କୁ ପରାସ୍ତ କରିବା ପାଇଁ ଲଢେଇ ଜାରି ରହୁ ବୋଲି ଆହ୍ବାନ ଦିଆଯାଇଛି। ତେଣୁ ଆସନ୍ତା ୨୭ ତାରିଖ ଦିନ କେନ୍ଦ୍ର ସରକାରଙ୍କର କୃଷି ନୀତି ଏବଂ ଦରଦାମ ବୃଦ୍ଧିକୁ ନେଇ ଭାରତ ବନ୍ଦର ଡାକରା ଦେଇଛି ମାଓ ସଂଗଠନ।

Share Now:

Kalinga News Beuro

Next Post

ଛତିଶଗଡ଼ର ପୂର୍ବତନ ମନ୍ତ୍ରୀ ରାଜିନ୍ଦର୍‌ଙ୍କ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର

Mon Sep 20 , 2021
ରାଜନନ୍ଦଗାଓଁ: ରାଜନନ୍ଦଗାଓଁ ଜିଲ୍ଲାସ୍ଥିତ ବାସଭବନରେ ରବିବାର ସନ୍ଧ୍ୟାରେ ଛତିଶଗଡ଼ର ପୂର୍ବତନ ମନ୍ତ୍ରୀ ତଥା ‘ବିଜେପି’ର ବରିଷ୍ଠ ନେତା ରାଜିନ୍ଦର୍‌ ପାଲ୍‌ ସିଂହ ଭାଟିଆଙ୍କ ଶବ ଗୋଟାଏ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରୁଥିବା ପୁଲିସ ଟିମ୍‌, ରାଜିନ୍ଦର୍‌ଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦେଇଛି। ଛୁରିୟାନା ସହରରେ ଥିବା ୭୨ ବର୍ଷିୟ ରାଜିନ୍ଦର୍‌ ପାଲ୍ ସିଂହ ଭାଟିଆଙ୍କ ଘରୁ ‘ସ୍ୟୁଇସାଇଡ୍‌ ନୋଟ୍‌’ […]
‘ବିଜେପି’ ନେତା ରାଜିନ୍ଦର୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial