୧୮ ଘଣ୍ଟାପରେ ବି ମିଳିନି ଭାସିଯାଇଥିବା ଦଶମ ଶ୍ରେଣୀର ଛାତ୍ରଙ୍କ ପତ୍ତା

ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ବେହେରା

ଭୁବନେଶ୍ୱର: ୧୮ ଘଣ୍ଟା ବିତିଯାଇଥିଲେ ବି ରାଜଧାନୀ ଭୁବନେଶ୍ୱରରେ ପାଣି ସୁଅରେ ଭାସିଯାଇ ଟ୍ୟୁସନ ପଢ଼ିବାକୁ ଯାଇଥିବା ଛାତ୍ର ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ବେହେରା ଓରଫ୍ ରାଜାଙ୍କୁ ଠାବ କରାଯାଇପାରିନାହିଁ। ଛାତ୍ର ଜଣକ ଶିରିପୁର ଶତାବ୍ଦୀ ନଗର ବ୍ୟାଙ୍କ କଲୋନିର। ପ୍ରବଳ ବର୍ଷା ପରେ ଡ୍ରେନରେ ଚାଲିଥିବା ପାଣି ସୁଅରେ ପଡ଼ିଯିବାରୁ ଭାସି ଯାଇଥିଲେ ଛାତ୍ର ଜଣକ। ଖୋଜାଖୋଜି ଚାଲିଥିଲେ ବି ଏଯାଏଁ ଛାତ୍ରଙ୍କୁ ଠାବ କରାଯାଇପାରିନି। ତେବେ ଛାତ୍ରଙ୍କୁ ଠାବ କରିବାକୁ ପୁଲିସ ଓ ଅଗ୍ନିଶମବାହିନୀ ପ୍ରୟାସ ଜାରି ରଖିଛନ୍ତି।
ଡ୍ରେନରେ ଭାସିଯାଇଥିବା ଛାତ୍ରଙ୍କ ଏଯାଏଁ କୌଣସି ପତ୍ତା ମିଳିପାରିନାହିଁ। ଛାତ୍ର ଜଣକ ସାଇକେଲରେ ଫେରୁଥିବା ବେଳେ ଡ୍ରେନ ସୁଅରେ ପଡି ନାଳରେ ଭାସିଯାଇଛନ୍ତି। ତେବେ ସ୍ଥାନୀୟ ଲୋକଙ୍କ କହିବାମୁତାବକ ଛାତ୍ର ଜଣକ ଡ୍ରେନ ପାଖ ଦେଇ ଆସୁଥିବା ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା। ଫଳରେ ସେ ଡ୍ରେନରେ ପଡ଼ି ଭାସିଯାଇଥିଲେ। ଏହି ଅଘଟଣ ସମଗ୍ର ରାଜଧାନୀରେ ଗଭୀର ଆଲୋଡନ ସୃଷ୍ଟି କରିଛି ଓ ବିଭିନ୍ନ ମହଲରୁ ବିଏମସିକୁ ଦାୟୀ କରାଯାଇଛି। ବିଏମସି କେବେ ଆଉ ଚେତିବ ବୋଲି ପ୍ରଶ୍ନ କରାଯାଇଛି। ଏଭଳି ଅଘଟଣର ଶେଷ କେଉଁଠି ବୋଲି ରାଜଧାନୀବାସୀ ପ୍ରଶ୍ନ କରିଛନ୍ତି।

Share Now:

Kalinga News Beuro

Next Post

ବିଲେଇ, କୁକୁରଙ୍କ ଉତ୍ପାତରେ ଅତିଷ୍ଠ କ୍ୟାପିଟାଲ୍‌ ହସ୍ପିଟାଲ ରୋଗୀ : ହସ୍ପିଟାଲ କର୍ତ୍ତୃରପକ୍ଷ ନିରବ

Mon Sep 20 , 2021
ଶିଶୁ ରୋଗୀଙ୍କ କ୍ଷୀର, ବିସ୍କୁଟ ଖାଇବା ସହ ପିଲାଙ୍କ ଶଯ୍ୟାରେ ଶୋଉଛନ୍ତି ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଏବେ କୁକୁର ଓ ବିଲେଇଙ୍କ ଉତ୍ପାତ ବଢ଼ିଯାଇଛି। ହସ୍ପିଟାଲ ଭିତରେ ନିର୍ଭୟରେ କୁକୁର ଓ ବିଲେଇ ବିଚରଣ କରୁଛନ୍ତି। ଏଥିପାଇଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଅସୁବିଧାରେ ପଡ଼ୁଛନ୍ତି। ହେଲେ ସବୁ ଜାଣି ହସ୍ପିଟାଲ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ବିଲେଇଙ୍କ ପ୍ରାଦୁର୍ଭାବ ଯୋଗୁଁ ଶିଶୁ ବିଭାଗରେ […]
କ୍ୟାପିଟାଲ୍‌ ହସ୍ପିଟାଲରେ ବିଲେଇ, କୁକୁରଙ୍କ ଉତ୍ପାତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial