ଆରମ୍ଭ ହେଲା ରାହୁଲ ଗିରି

ନୂଆଦିଲ୍ଲୀ: କଂଗ୍ରେସରେ ରାହୁଲ ଯୁଗ ଆରମ୍ଭ ହୋଇଛି। ଦେଶର ସର୍ବ ପୁରାତନ ଦଳ ଜାତୀୟ କଂଗ୍ରେସରେ ଆଜି ବିଧିବଦ୍ଧ ଭାବେ ମଙ୍ଗ ଧରିଛନ୍ତି ସୋନିଆ ଗାନ୍ଧିଙ୍କ ପୁଅ ରାହୁଲ ଗାନ୍ଧି। ନୂଆଦିଲ୍ଲୀ ସ୍ଥିତ ୨୪-ଆକବର ରୋଡ୍‌ରେ ଥିବା ଦଳ ମୁଖ୍ୟାଳୟରେ ଏଥିପାଇଁ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ମାଆ ସୋନିଆ ତାଙ୍କୁ ବିଦ୍ଧିବଦ୍ଧ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାହୁଲଙ୍କ ସମେତ ସୋନିଆ ଗାନ୍ଧି, ପୂର୍ବତନ ପ୍ରଧନମନ୍ତ୍ରୀ ମନମୋହନ ସିଂ ଓ ଦଳର ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ।

ରାହୁଲ ଏବେ ଉତ୍ତରପ୍ରଦେଶର ଆମେଥି ଆସନରୁ ସାଂସଦ ଅଛନ୍ତି। ସେ ପୂର୍ବରୁ ଅଲ ଇଣ୍ଡିଆ ଜେନେରାଲ ସେକ୍ରେଟାରୀ-ଏଆଇସିସିର ସାଧାରଣ ସମ୍ପାଦକ ଥିଲେ। ଦାୟିତ୍ୱ ନେବା ପରେ ରାହୁଲ ନିଜ ପ୍ରଥମ ଅଭିଭାଷଣରେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ ରାଷ୍ଟ୍ର ଏକାଦଶ ଶତାବ୍ଦୀରେ ଗତି କରୁଛି। କିନ୍ତୁ ବିଜେପି ସରକାର ଦେଶକୁ ମଧ୍ୟଯୁଗକୁ ନେଇଯାଇଛି। କଂଗ୍ରେସ ସବୁବେଳେ ଲୋକଙ୍କ ସେବା କରେ। କଂଗ୍ରେସ ବିରୋଧୀଙ୍କଠୁ ନିର୍ବାଚନ ହାରିଛି କିନ୍ତୁ ମନବୋଳ ସୁଦୃଢ଼ ରହିଛି।”

Share Now:

Kalinga News Beuro

Leave a Reply

Next Post

ଥରିଲା ଇଣ୍ଡୋନେସିଆ

Sun Dec 17 , 2017
ଜାଭା, ଜାକାର୍ତ୍ତାରେ ଭୂକମ୍ପ, ଜଣେ ମୃତ ନୂଆଦିଲ୍ଲୀ: ଗତ ମଧ୍ୟରାତ୍ରିରେ ଭୂକମ୍ପରେ ଥରିଛି ଇଣ୍ଡୋନେସିଆ। ଯାହା ପ୍ରଭାବରେ ଜଣେ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି। ଏହି ଭୂକମ୍ପ ଅନୁଭବ ହେବା ପରେ ସୁନାମୀ ସତର୍କତା ସୂଚନା ଦିଆଯାଇଛି। ଶୁକ୍ରାବର ରାତିରେ ଅନୁଭୁତ ଏହି ଭୁକମ୍ପକୁ ତିବ୍ରତା ରିକ୍ଟର ସ୍କେଲରେ ୬.୫ ବୋଲି ରେକର୍ଡ କରାଯାଇଛି। ଦେଶର ରାଜଧାନୀ ଜାକର୍ତ୍ତା ଓ ଦେଶର ସବୁଠାରୁ ଅଧିକ ଜନବହୁଳ ଦ୍ୱୀପ ଜାଭାରେ ଏହା ଅନୁଭବ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial