୧୯ ଦିନ ପରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ବୋଧହୁଏ କର୍ଣ୍ଣାଟକ ନିର୍ବାଚନ ଶେଷହେବା ପର୍ଯ୍ୟନ୍ତ ତେଲ କମ୍ପାନିମାନେ ଅପେକ୍ଷା କରିଥିଲେ । ବିଶ୍ୱ ବଜାରରେ ତେଲ ଦର ବଢିଚାଲିଥିଲେ ମଧ୍ୟ ଗତ ୧୯ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢି ନଥିଲା । ଏବେ ନିର୍ବାଚନ ସରିବା ପରେ ଆଜି ପେଟ୍ରୋଲ ଓ ଡିଜେଲ ଦର ବଢିଛି । ପେଟ୍ରୋଲ ଲିଟର ପିଛା ୧୭ ପଇସା ଓ ଡିଜେଲ ୨୧ ପଇସା ବଢିଛି । ଏହା ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଟ.୭୪.୮୦ ପଇସା ଓ ଡିଜେଲ ୬୬ଟଙ୍କା ୧୪ ପଇସାକୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଇଣ୍ଡିଆନ ଅଏଲର ନନ-ବ୍ରାଣ୍ଡେଡ୍‌ ପେଟ୍ରୋଲ ଟ.୭୩.୬୪ , ଡିଜେଲ ଟ.୭୦.୮୮ କୁ ବୃଦ୍ଧି ପାଇଛି ।

ଆଗାମୀ ଦିନରେ ମଧ୍ୟ ତେଲ ଦର ବଢିବାର ସମ୍ଭାବନା ରହିଛି । ଏହାର କାରଣ ହେଉଛି ବିିଶ୍ୱ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି । ବିଶ୍ୱ ବଜାରରେ ତେଲ ଦର ବ୍ୟାରେଲ ପିଛା ୭୫ ଡଲାର ଟପିଯାଇଛି ଆଗାମୀ ଦିନରେ ଏହା ୮୦ ଡଲାର ଟପିବ ବୋଲି ଅଟକଳ କରାଯାଉଛି । ଆମେରିକା ପୁଣି ଥରେ ଇରାନ ଉପରେ କଟକଣା ଲଗାଇବାକୁ ଘୋଷଣା କରିଛି । ଏହା ଫଳରେ ଇରାନ ବିଶ୍ୱ ବଜାରରେ ତେଲ ବିକ୍ରି କରିପାରିବ ନାହିଁ । ଇରାନ ବିଶ୍ୱର ଏକ ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ । ବିଶ୍ୱର ତୈଳ ଯୋଗାଣର ପ୍ରାୟ ୪ ପ୍ରତିଶତ ଇରାନରୁ ଆସିଥାଏ । ଅନ୍ୟପକ୍ଷରେ ପେଟ୍ରୋଲିୟମ ଉତ୍ପାଦନକାରୀ ସଂଘ ଓପେକର ଦେଶମାନେ ଦର ବଢାଇବାକୁ ତୈଳ ଉତ୍ପାଦନ ଜାଣିଶୁଣି କମ କରୁଛନ୍ତି ।

Share Now:

Kalinga News Beuro

Leave a Reply

Next Post

ମାଓ ଦମନ ଅପରେସନ୍ ଜୋରଦାର ହେବ: ଡିଜିପି

Mon May 14 , 2018
ଭୁବନେଶ୍ୱର: ଲାଲଗଡ଼ରେ ମାଓ ଦମନ ଅପରେସନ୍ ଆହୁରି ଜୋରଦାର ହେବ। ପଡୋଶୀ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଓ ତେଲେଙ୍ଗାନା ଆଦି ରାଜ୍ୟ ସହ ସମନ୍ୱୟ ରଖି ମାଓ ଦମନ ଅପରେସନ୍‌କୁ ଜୋରଦାର କରାଯିବ। ଏଥିପାଇଁ ଗୁଇନ୍ଦା ନେଟୱାର୍କକୁ ବ୍ୟାପକ କରାଯାଉଛି। ରାଜ୍ୟରେ ମାଓ ଦମନ ଅପରେସନ୍ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ପୋଲିସ ଡିଜି ଆର୍.ପି.ଶର୍ମା ଏହା କହିଛନ୍ତି। ଡିଜିପି ଆହୁରି କହିଛନ୍ତି,“ବିଶେଷ କରି କୋରାପୁଟ, ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial