ହାତୀ ଉଦ୍ଧାର ବେଳେ ଅଘଟଣ : ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ

ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ

ଯୁବ ସାମ୍ବାଦିକଙ୍କର ଅକାଳ ବିୟୋଗରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

କଟକ : ମୁଣ୍ଡଳି ନିକଟରେ ମହାନଦୀରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଉଥିବା ଓଡ୍ରାଫ ଟିମର ବୋଟ ଓଲଟିବା ଘଟଣାରେ ଯୁବସାମ୍ବାଦିକ ଅରିନ୍ଦମ ଦାସଙ୍କର ଅକାଳ ବି‌ୟୋଗ ଘଟିଛି। ଏହି ଘଟଣା ରାଜ୍ୟର ଗଣମାଧ୍ୟମ ମହଲରେ ଶୋକର ଛାୟା ଖେଳାଇ ଦେଇଛି।
ସୂଚନା ଅନୁସାରେ, ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ବୋଟଟି ପାଣିର ପ୍ରଖର ସ୍ରୋତରେ ଖସିପଡ଼ିଥିଲା। ଫଳରେ ସେଥିରେ ଖବର ସଂଗ୍ରହ ଲାଗି ଯାଇଥିବା ଓଟିଭିର ବରିଷ୍ଠ ପ୍ରତିନିଧି ଅରିନ୍ଦମ ଦାସ ଏବଂ କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା ପାଣିରେ ପଡ଼ିଯାଇଥିଲେ। ଏଥିସହ ଜଣେ ଓଡ୍ରାଫ୍ କର୍ମଚାରୀ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ। ଏହାପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ସାମ୍ବାଦିକ ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ ସିହ୍ନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସଙ୍ଗେସଙ୍ଗେ ଦୁଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଅରିନ୍ଦମଙ୍କର ମୃତ୍ୟୁ ହୋଇଥିଲା। ପ୍ରଭାତ ସିହ୍ନାଙ୍କ ଅବସ୍ଥା ଗୁରୁତର ରହିଥବା ବେଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ସମ୍ପର୍କରେ କଟକ ବଡ଼ ମେଡିକାଲର ଜରୁରୀକାଳୀନ ଅଧିକାରୀ ଡ.ଭୁବନାନନ୍ଦ ମହାରଣା ସ୍ପଷ୍ଟ କରିଛନ୍ତି। ଓଟିଭିରେ କାର୍ଯ୍ୟ କରିବା ପୂର୍ବରୁ ଅରିନ୍ଦମ ଦାସ ଦୈନିକ ଧରିତ୍ରୀର ଭୁବନେଶ୍ବରରେ କ୍ରାଇମ୍ ରିପୋର୍ଟର ଭାବେ କାର୍ଯ୍ୟ କରୁଥିଲେ।
ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଓଡ଼ିଆ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରଲୋକ ଖବର ଶୁଣି ମର୍ମାହନ ଅନୁଭବ କରୁଛି। ଶୋକସନ୍ତପ ପରିବାରକୁ ସମବେଦନା ଜଣାଉଛି ବୋଲି ରାଜ୍ୟପାଳ ଟୁଇଟ୍‌ରେ କହିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, କାର୍ଯ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଶୋକ ପ୍ରକାଶ କରିଛନ୍ତି। ସେ ଜଣେ କର୍ମଠ ଓ ମେଳାପୀ ସ୍ୱଭାବର ବ୍ୟକ୍ତି ଥିଲେ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ପରିବାର ବର୍ଗଙ୍କୁ ଶକ୍ତି ଦେବାକୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀଯୁକ୍ତ ଦାଶ କହିଛନ୍ତି।

Share Now:

Kalinga News Beuro

Next Post

ଭାରତ ଓ ଜାପାନର ନିବିଡ଼ ବନ୍ଧୁତ୍ବ ସାରା ବିଶ୍ବ ପାଇଁ ଶୁଭଙ୍କର: ପ୍ରଧାନମନ୍ତ୍ରୀ ମୋଦୀ

Fri Sep 24 , 2021
ନୂଆଦିଲ୍ଲୀ: ଭାରତ ଓ ଜାପାନର ନିବିଡ଼ ମୈତ୍ରୀ ସାରା ବିଶ୍ବ ପାଇଁ ଶୁଭଦାୟକ ବୋଲି ଆଜି ଜାପାନର ପ୍ରଧାନମନ୍ତ୍ରୀ ସୁଗା ୟୋଶିହିଡେଙ୍କ ସହ ଚମତ୍କାର ବୈଠକ ଉପରାନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତର ଉପକାରୀ ବନ୍ଧୁମାନଙ୍କ ମଧ୍ୟରୁ ଜାପାନ ଅନ୍ୟତମ। ପ୍ରଧାନମନ୍ତ୍ରୀ ସୁଗାଙ୍କ ସହ ଚମତ୍କାର ବୈଠକରେ ଆଲୋଚନା କରିଥିବା ବିବିଧ ପ୍ରସଙ୍ଗ ଦୁଇ ଦେଶ ମଧ୍ୟସ୍ଥ ସହଯୋଗିତାକୁ ଆହୁରି ଅଗ୍ରଗାମୀ […]
ଭାରତ ଓ ଜାପାନର ନିବିଡ଼ ବନ୍ଧୁତ୍ବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial