କମିସନରେଟ ପୁଲିସ କବଳରେ ୪ ଆନ୍ତରାଜ୍ୟ ଏଟିଏମ ଲୁଟେରା

ଭୁବନେଶ୍ୱର: ୪ ଜଣ ଆନ୍ତରାଜ୍ୟ ଏଟିଏମ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି କମିସନରେଟ ପୁଲିସ। କାନପୁରର ଏହି ୪ ଜଣ ଏଟିଏମ ଲୁଟେରାଙ୍କୁ ସ୍ପେଶାଲ ସ୍କ୍ୱାଡ୍ ଗିରଫ କରିଥିବା ଜଣାଯାଇଛି। ଏମାନେ ଭୁବନେଶ୍ୱରରେ ଏଟିଏମରୁ ଲୁଟ କରିବା ବେଳେ ପୁଲିସ ହାତରେ ଧରାପଡ଼ିଛନ୍ତି। ଆଗରୁ ପୁରୀ ଠାରୁ ବାରିପଦା ପର୍ଯ୍ୟନ୍ତ ୩୦ରୁ ଅଧିକ ଏଟିଏମରେ ଲୋକଙ୍କ ଟଙ୍କା ଲୁଟିଥିଲେ ଏହି ୪ ଲୁଟେରା। ଏମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କା, ଡିଭାଇସ ଓ କାର ଜବତ କରାଯାଇଛି ବୋଲି ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ନଦୀ ମଝିରେ ଡଙ୍ଗା ବୁଡ଼ି ୨୨ଜଣ ଯାତ୍ରୀ ନିଖୋଜ

Sun Sep 26 , 2021
ପାଟନା: ବିହାରରେ ମୋତିହାରି ସିକରହନା ନଦୀରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ି ଯାଇଛି। ଏହି ଦୁର୍ଘଟଣାରେ ୨୨ ଜଣ ଯାତ୍ରୀ ନିଖୋଜ ଥିବା ବେଳେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ନିଖୋଜ ଥିବା ଯାତ୍ରୀଙ୍କ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚି ନିଖୋଜ ଯାତ୍ରୀମାନଙ୍କୁ ଯୁଦ୍ଧକାଳିନଭିତ୍ତିରେ ଖୋଜାଖୋଜି ଜାରି ରଖିଛନ୍ତି।ସୂଚନା ମୁତାବକ, ଏହି ଦୁର୍ଘଟଣା ଶିକାରଗଞ୍ଜ ଥାନା […]
ନଦୀରେ ଡଙ୍ଗା ବୁଡ଼ି ୨୨ଯାତ୍ରୀ ନିଖୋଜ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial