୧୦ ଘଣ୍ଟିଆ ଭାରତ ବନ୍ଦର ପ୍ରଭାବ: ଓଡ଼ିଶାରେ ସରକାରୀ ଓ ବେସରକାରୀ ବସ୍ ଚଳାଚଳ ବନ୍ଦ

୧୦ ଘଣ୍ଟିଆ ଭାରତ ବନ୍ଦର ପ୍ରଭାବ

ଭୁବନେଶ୍ୱର: ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ସୋମବାର ୧୦ ଘଣ୍ଟିଆ ଭାରତ ବନ୍ଦର ପ୍ରଭାବ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଆଜି ସରକାରୀ ଓ ବେସରକାରୀ ବସ୍ ଚଳାଚଳ ବନ୍ଦ ରହିଛି। ତେବେ କଟକ-ଭୁବନେଶ୍ବରରେ କେତେକ ମୋ ବସ୍ ଚାଲୁଥିବାର ଦେଖିବାକୁ ମିଳିଛି। ସକାଳେ ବିଶେଷ ଦୋକାନ ବଜାର ଖୋଲିନି। କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଓଡ଼ିଶାରେ ଏହି ୧୦ ଘଣ୍ଟିଆ ଭାରତ ବନ୍ଦକୁ କଂଗ୍ରେସ, ବାମ ଦଳ ଓ ଆପ୍ ସମେତ ବିଭିନ୍ନ ରାଜନୈତିକ ଦଳ, କୃଷକ ସଂଗଠନ, ସାମାଜିକ ସଂଗଠନ ସମର୍ଥନ ଦେଇଇଛନ୍ତି। ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିଲାଗି ସାରା ରାଜ୍ୟରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଅତ୍ୟାବଶ୍ୟକ ସେବା ବନ୍ଦ ପାଳନରୁ ବାଦ ପଡ଼ିଥିବା ଜଣାଯାଇଛି। ଏଣେ ରାଜରାସ୍ତା ଉପରେ ଦୁଇଚକିଆ ଓ ତିନିଚକିଆ ଗାଡ଼ି ଚଳାଚଳ ସ୍ୱାଭାବିକ ରହିଥିବାର ଖବର ମିଳିଛି। ତେବେ ବଲାଙ୍ଗୀର ରେଳଷ୍ଟେସନରେ ଇସ୍ପାତ ଏକ୍ସପ୍ରେସକୁ କିଛି ସମୟ ଅଟକ ରଖିବା ପରେ ଆନ୍ଦୋଳନକାରୀମାନେ ଛାଡ଼ି ଦେଇଥିବାର ସୂଚନା ମିଳିଛି। ଭୁବନେଶ୍ବର ଓ ବାଲେଶ୍ବରରେ ଆନ୍ଦୋଳନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେଣେ ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ପୂର୍ବାହ୍ନ ୯ଟା ୩୦ ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ କୁହାଯାଇଛି। ଲୋକସେବା ଭବନର ମୁଖ୍ୟ ଫାଟକ ପୂର୍ବାହ୍ନ ୧୦ଟା ୧୫ରେ ବନ୍ଦ କରାଯିବ। ଏହାପରେ ପଛ ଗେଟ୍ ଦେଇ କର୍ମଚାରୀ ଓ ପାସ୍ ପାଇଥିବା ଲୋକମାନେ ଯାତାୟତ କରିପାରିବେ ବୋଲି କୁହାଯାଇଛି।

Share Now:

Kalinga News Beuro

Next Post

ଅନୁପ୍ରବେଶକାରୀଙ୍କ ଭୂସ୍ବର୍ଗ ରାଜଧାନୀ ଭୁବନେଶ୍ୱର

Mon Sep 27 , 2021
ପୁଲିସର ନଜର ନାହିଁ,ବିଏମ୍‌ସି ପାଖରେ ତଥ୍ୟ ନାହିଁ ଭୁବନେଶ୍ବର : ରାଜଧାନୀର ପ୍ରବେଶପଥଠୁ ନେଇ ସୀମା ଶେଷ ପର୍ଯ୍ୟନ୍ତ ସବୁଠି ଘେରି ରହିଛନ୍ତି ମାଳମାଳ ବିଦେଶୀ ଅନୁପ୍ରବେଶକାରୀ। କେଉଁଠୁ ଆସୁଛନ୍ତି, କେତେବେଳେ ଆସୁଛନ୍ତି, କେମିତି ଆସୁଛନ୍ତି ଏବଂ ସବୁ ପରେ ଏଠାରେ ସେମାନେ କ’ଣ କରୁଛନ୍ତି, ତାହା ଉପରେ କେହି ନଜରରେ ମଧ୍ୟ ରଖୁନାହାନ୍ତି। ସ୍ମାର୍ଟସିଟି ଭୁବନେଶ୍ବରରେ ଏମାନଙ୍କ ସଂଖ୍ୟା କେତେ, ତା’ର ତଥ୍ୟ ବି କାହା ପାଖରେ ନାହିଁ। […]
ରାଜଧାନୀରେ ମାଳମାଳ ଅନୁପ୍ରବେଶକାରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial