ଦେଶରେ ୨୪ ଘଣ୍ଟାରେ ୨୬,୦୪୧ ନୂଆ କରୋନା ସଂକ୍ରମିତ ଚିହ୍ନଟ : ମୃତ୍ୟୁସଂଖ୍ୟା ୨୭୬

ଦେଶରେ ୨୬,୦୪୧ ନୂଆ କୋଭିଡ୍‌-୧୯ ସଂକ୍ରମିତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ପ୍ରାୟ ୨୬ ହଜାର ଥିବା ବେଳେ ମୃତ୍ୟୁସଂଖ୍ୟା ୩ ଶହରୁ କମ୍‌ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୬,୦୪୧ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୨୭୬ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୩୬,୭୮,୭୮୬ ଓ ମୃତ୍ୟୁସଂଖ୍ୟା ୪,୪୭,୧୯୪ରେ ପହଞ୍ଚିଛି। ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୨୯,୬୨୧ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୨୯,୩୧,୯୭୨ରେ ପହଞ୍ଚିଛି। ­­­­­ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨,୯୯,୬୨୦। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୮୬,୦୧,୫୯,୦୧୧ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଆଯାଇଛି ୩୮,୧୮,୩୬୨ ଡୋଜ୍‌ ଟିକା। ‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ସେପ୍ଟେମ୍ବର ୨୬ ତାରିଖ ସୁଦ୍ଧା ସମୁଦାୟ ୫୬,୪୪,୦୮,୨୫୧ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୧,୬୫,୦୦୬ଟି ନମୁନା।

Share Now:

Kalinga News Beuro

Next Post

୨ ଭାଇଙ୍କ ମୁଣ୍ଡକୁ ଖଣ୍ଡାରେ ହାଣି ଆତଙ୍କ ଖେଳାଇଲେ ଫାଇନାନ୍ସ କର୍ମଚାରୀ

Mon Sep 27 , 2021
ଭୁବନେଶ୍ବର : ଗାଡ଼ି ଛଡ଼ାଇବାକୁ ଯାଇ ରବିବାର ଏକ ଘରୋଇ ଫାଇନାନ୍ସ କମ୍ପାନିର କର୍ମଚାରୀମାନେ ଦୁଇ ଭାଇଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କରିଛନ୍ତି। ଆହତ ଦୁଇ ଭାଇ ହେଲେ, ସୁପ୍ରଭାସ ମାନ୍ଧତା ଓ ତାଙ୍କ ଭାଇ ସୌମ୍ୟରଞ୍ଜନ। ଏନେଇ ଭରତପୁର ଥାନା‌ରେ ଅଭିଯୋଗ ହୋଇଛି ଓ ପୁଲିସ ଅଭିଯୁକ୍ତମାନଙ୍କୁ ଖୋଜୁଥିବା ଜଣାପଡ଼ିଛି। ମାତ୍ର ଅଭିଯୁକ୍ତମାନେ ଫେରାର ଥିବାରୁ କାହାକୁ ଗିରଫ କରାଯାଇନାହିଁ।ମିଳିଥିବା ସୂଚନାନୁସାରେ, ସୁପ୍ରଭାସ ସ୍ବିଗି ଡେଲିଭରି-ବୟ ଭାବେ କାମ […]
୨ ଭାଇଙ୍କ ମୁଣ୍ଡକୁ ଖଣ୍ଡା ଚୋଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial