ବିଶାଳକାୟ ସାପକୁ ଘୂରାଇ ଫିଙ୍ଗିଲେ ୨ବର୍ଷର ଶିଶୁ

ବିଶାଳକାୟ ସାପ

ନୂଆଦିଲ୍ଲୀ: ସାପକୁ ଦେଖିଲେ କି ସାପ ନାମ ଶୁଣିଲେ ମନରେ ଏକ ପ୍ରକାର ଭୟ ଖେଳି ଯାଇଥାଏ। କିନ୍ତୁ ଅଷ୍ଟ୍ରେଲିଆରେ ଦୁଇବର୍ଷର ଜଣେ ଶିଶୁ ସାପ ସହିତ ଏଭଳି କିଛି କରିଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଶିଶୁ ଜଣକ ୨ମିଟର ଲମ୍ବା ସାପର ଲାଞ୍ଚକୁ ଧରିବା ସହ ସାପକୁ ଏମିତି ଘୂରାଇ ଫିଙ୍ଗି ଦେଉଛନ୍ତି ଯେମିତି ତା ପାଇଁ ସାପ ଖେଳନା ସଦୃଶ୍ୟ। ଶିଶୁର ବାପା ନିଜେ ଏହି ଘଟଣାର ଦୃଶ୍ୟ କ୍ୟାମେରାରେ କୈଦ କରିଛନ୍ତି। ଆଉ ଏହାକୁ ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯେଉଁଥିରେ ଶିଶୁଜଣକ ଆଶ୍ଚର୍ଯ୍ୟଜନକ ଭାବେ ସାପଟିକୁ ଧରିଥିବା ନଜର ଆସୁଛି। ଶିଶୁଟି ଅଷ୍ଟ୍ରେଲିଆର ଚର୍ଚ୍ଚିତ ବ୍ୟକ୍ତି ମେଟ ରାଇଟଙ୍କ ପୁଅ। ମେଟ ଜଙ୍ଗଲୀ ଜୀବଜନ୍ତୁଙ୍କୁ କାବୁ କରିବା ନେଇ ଚର୍ଚ୍ଚାରେ ଅଛନ୍ତି। ଗତ ୨୦ବର୍ଷ ଧରି ସେ କୁମ୍ଭୀରମାନଙ୍କୁ ଧରି ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି। ମେଟ ରାଇଟ ନିକଟରେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଅପଲୋଡ କରିଥି‌ଲେ। ଏହି ଭିଡିଓରେ ଘର ବଗିଚାରେ ଏକ ଲମ୍ବା ସାପ ଦେଖିବାକୁ ମିଳୁଛି। ସାପଟିକୁ ମେଟ ରାଇଟଙ୍କ ଦୁଇବର୍ଷର ପୁଅ ଧରିଛି।

Share Now:

Kalinga News Beuro

Next Post

ଶ୍ରୀନଗରରେ ସ୍କୁଲ୍‌ ପ୍ରିନ୍‌ସିପାଲ୍‌ ଓ ଶିକ୍ଷକଙ୍କୁ ଗୁଳି ମାରି ହତ୍ୟାକଲେ ଆତଙ୍କବାଦୀ

Thu Oct 7 , 2021
ଶ୍ରୀନଗର: ଆଜି ଶ୍ରୀନଗର ଅନ୍ତର୍ଗତ ସାଫା କଦଲ ଅଞ୍ଚଳରେ ଅଜ୍ଞାତ ଆତଙ୍କବାଦୀମାନେ ଜଣେ ସ୍କୁଲ୍‌ ପ୍ରିନ୍‌ସିପାଲ୍‌ ଏବଂ ଜଣେ ଶିକ୍ଷକଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ମୃତ ପ୍ରିନ୍‌ସିପାଲ୍‌ ହେଉଛନ୍ତି ୪୪ ବର୍ଷିୟ ସୁପିନ୍ଦର କୌର୍‌ ଏବଂ ଶିକ୍ଷକଙ୍କ ନାମ ଦୀପକ ଚାନ୍ଦ। ଉଭୟ ସଙ୍ଗମସ୍ଥିତ ‘ଗଭର୍ଣ୍ଣମେଣ୍ଟ୍‌ ବଏଜ୍‌ ହାଇୟର୍‌ ସେକେଣ୍ଡାରି ସ୍କୁଲ୍‌ରେ କାମ କରୁଥିଲେ।ତୁରନ୍ତ ଦୁହିଁଙ୍କୁ ସୌରାସ୍ଥିତ ‘ଏସ୍‌କେଆଇଏମ୍‌ଏସ୍‌’ ହସ୍ପିଟାଲ୍‌କୁ ନିଆଯାଇଥିଲା କିନ୍ତୁ, ପହଞ୍ଚୁ ପହଞ୍ଚୁ ସେମାନଙ୍କର ମୃତ୍ୟୁ […]
ଶିକ୍ଷକଙ୍କୁ ଗୁଳି ମାରି ହତ୍ୟାକଲେ ଆତଙ୍କବାଦୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial